STORYMIRROR

Jena Dil Lip Kumar

Drama Others

3  

Jena Dil Lip Kumar

Drama Others

ଦଶହରା ଭେଟି

ଦଶହରା ଭେଟି

3 mins
15.2K


ସକାଳୁ ସକାଳୁ ମା ସାହେବାଣୀ ରଡି ଛାଡିଲେ ସୁନି ଉପରକୁ କେତେବେଳ ହେଲେଣି ସୋଇଛୁ ? କେତେ କାମ ପଡିଛି କିଏ କରିବ ? କଣ ଯେ ମଣିଷ କରିବ , ଯେତେ ଭାବୁଛି ଟିକେ ଶୀଘ୍ର ଯାଇ ମା ଦୁର୍ଗାଙ୍କ ପୂଜା କରିବି ଏମାନେ କଣ କରେଇ ଦେଉଛନ୍ତି । କହି କହି ଆର ଘରକୁ ପଶିଗଲେ ସୁନି ଆଖି ମଳି ମଳି ଛିଣ୍ଡା ସପ ଉପରୁ ଉଠିଲା । ୧୦/୧୧ ବର୍ଷର ଝିଅ । ବାପା ମା' ଙ୍କ ମୁହଁ ଦେଖିନି । ଅଭାଗିନୀଟା । ୨ବର୍ଷ ତଳେ ଜଣେ ସମ୍ପର୍କୀୟ ଭାଇ ଏଇ ଘରେ ଛାଡ଼ି ଦେଇ ଯାଇଛି । ସେ ଦିନ ଠାରୁ ଏ ଘରେ ସବୁ କାମ କରେ କାହାର ଗରମ ପାଣି ତ ଆଉ କାହାର ଚା କଫି, ଲୁଗା ସଫା ବାସନ ମଜା ଘର ପୋଛା ଓଳା ସବୁ କିଛି ବିନା ଦ୍ବିଧାରେ ବିନା ପ୍ରତିବାଦରେ କଲେ ସୁଦ୍ଧା ମା କିନ୍ତୁ ଗାଳି କରନ୍ତି । ମନରେ ଦୁଃଖ ହେଲେ ସୁଦ୍ଧା ବାବୁଆଣିଙ୍କ ଝିଅ ସୃତି ସହିତ କଥା ହେଲେ ସବୁ ଭୁଲିଯାଏ । ସୁନି ଆସିଲା ଦିନରୁ ସୃତିର ଖୁସି କହିଲେ ନସରେ । ଜଣେ ଭଲ ସାଙ୍ଗ ପାଇଛି । ସୁନି ପାଖରେ ସବୁ କୁହେ ଖେଳେ ମଜାକରେ। ମା କିନ୍ତୁ ରାଗନ୍ତି , ସବୁ ସୁନି ଉପରେ ପଡେ । ସୃତି ଡରରେ ମା'ଙ୍କୁ କିଛି କହି ପାରେନି ।

ସୁନି କେତେ ବେଳୁ ଘର କାମରେ ଲାଗିଗଲାଣି । ବାବୁଆଣି ଆଉ ସୃତି ନୂଆ ଡ୍ରେସ ପିନ୍ଧିବାରେ ବ୍ୟସ୍ତ । ସୁନି ଧୀର ଗଳାରେ କହିଲା ମା ଚା । ରଖ ତୋ ଚା । ଲେଟ ହେଲାଣି ଚା ପିଇବି । ଶୁଣୁ ଆମେ ଯାଉଛୁ ମାର୍କେଟ, ସେଠି ଟିକେ ପୂଜା ସାରି ଫେରିବୁ ଲେଟ ହେଇପାରେ । ତୁ ବିନା ପିଆଜ ରସୁଣରେ ରାନ୍ଧିବୁ ହଁ ଅରୁଆ କରିବୁ,ସବୁ ଛୁଙ୍କ ଘିଅରେ କରିବୁ। ହଁ ମା କରିଦେବି ମୁଣ୍ଡ ତଳକୁ କରି ବାଷ୍ପରୁଦ୍ଧ କଣ୍ଠରେ ସୁନି କହିଲା। ମମି ? ସୁନି କଣ ଦୁର୍ଗା ମେଢ଼ ଦେଖି ଯିବନିକି ? ସୃତି ଜିଜ୍ଞାସା ଭାବ ନେଇ ମମିକୁ ଚାହିଁଲା । ମା'ଙ୍କ ଆଖି ଲାଲ ଦେଖାଗଲା ଚଢା ଗଳାରେ ଚିଲେଇଲେ, ସିଏ କଣ ପାଇଁ ଯିବ ଆଉ ଘର କାମ କିଏ କରିବ? ମୁଁ ଜୀବିନି ମମି ,ସୃତି ମାନକଲା । ବେସିକଥା କହନା,ଚାଲ ଚାଲ ଗାଡି ଆସିଲାଣି କହି ସୃତିର ହାତ ଧରି ଦୁହେଁ ବାହାରିଗଲେ । ସୃତିର ଇଚ୍ଛା ନଥିଲା ଯିବାକୁ ।ସୁନି ସାଙ୍ଗରେ ଯାଉନି ବୋଲି । ସୁନି ନିରବରେ କରୁଣ ଆଖିରେ ଚାହିଁଥିଲା ତାଙ୍କ ଯିବା ବାଟକୁ । ସୃତି ବି ପଛକୁ ଚାହିଁଛି କାନ୍ଦ କାନ୍ଦ ମୁହଁରେ । ହଟାତ ଗାଡି ଭିତରେ ଜ୍ୱର ଆସିଗଲା ସୃତିକୁ ଧୀରେ ଧୀରେ ଆଖି ବୁଜି ଆସିଲା । ମମି ମମି ଓ କହି ଶୋଇପଡ଼ିଲା । ଆରେ ଆରେ କଣ ହେଲା ,ସୃତି ସୃତି ଡ୍ରାଇଭର ଗାଡି ବୁଲା ମେଡିକାଲକୁ । ବିକଳରେ ଜାବୁଡି ଧରିଥିଲେ ସୃତିକୁ । ଆଖିରୁ ଲୁହ ଝରୁ ଥିଲା ।ଆଲୋ ମା କଣ ହେଲେ ତୋର । ଦଉଡି ଦଉଡି ପଶିଗଲେ ମେଡିକାଲକୁ । ପରୀକ୍ଷା କରି ଗୋଟେ ଇଂଜେକସନ ଦବାରୁ ସୃତି ଆଖି ଖୋଲି ଚାରିଆଡେ ଆଖିବୁଲେଇଲା । ସୁନି କାହିଁ ? ସୁନି ଆସିନି । ସୁନି ସୁନି ବାଉଳେଇ ଉଠିଲା । ହଁ ହଁ ମା ସୁନି ଆସିବ । ତୁ ବ୍ୟସ୍ତ ହୋଅନା ମା। ମମି ମମି କହି କାନ୍ଦି ଉଠିଲା । ଆଜି ଦଶହରା ମୋତେ ଗୋଟେ ଭେଟି ଦେ ମମି । ହଁ ହଁ କହ ମା। ସୁନି ଭଳି ମୋର ଗୋଟେ ଭଉଣୀ ଦରକାର ମମି ପ୍ଲିଜ ମମି । ମନାକରିବନି । ମା'ଙ୍କ ହୃଦୟରୁ ବାତ୍ସଲ୍ୟ ମମତାର ନଦୀ ଉଛୁଳି ପଡିଲା । ଭୋ କରି ସୃତିକୁ କୁଣ୍ଡେଇ ଧରି କାନ୍ଦି ଉଠିଲେ । ସୁନି ବି ଆସି ଦେଖେତ ସଭିଙ୍କ ଆଖିରେ ଲୁହ । ବୁଝି ପାରିଲାନି କିଛି । ମା ଦଉଡି ଆସି ସୁନିକୁ କୋଳେଇନେଲେ। ଗେଲ କରିଚାଲିଲେ ସତେ ଯେମିତି ହଜିଲା ଝିଅକୁ ଆଜି ପାଇଲେ । ସୁନି କାନ୍ଦ କାନ୍ଦ ନିରବାକ ମୁହଁରେ ଅନୁଭବ କରୁଥିଲା ମା ର ମମତାକୁ ଯାହା କେବେ ମିଳି ନଥିଲା । ସୃତି ବେଡ଼ରୁ ଖୁସିରେ ଡେଇଁ ପଡିଲା ଦୁଇ ଜଣକୁ କୁଣ୍ଡେଇ ଧରି କହିଲା ମମି ଆଇ ଲଭ ଇଉ। ନର୍ସଙ୍କର ବି ଅଜାଣତରେ ଦୁଇ ଟୋପା ଲୁହ ଝରି ଥିଲା ସେଦିନ। ମା ସୁନିକୁ କାଖେଇ ସୃତିକୁ ହାତରେ ଧରି ଚାଲୁଥିଲେ ପୂଜା ମଣ୍ଡପ ଆଡକୁ........….।


Rate this content
Log in

Similar oriya story from Drama