Jena Dil Lip Kumar

Others

2.1  

Jena Dil Lip Kumar

Others

ଉପହାର

ଉପହାର

3 mins
777


ରବି ବାବୁଙ୍କ ଆଜିକାଲି ମନ ଭଲ ନାହିଁ । ସବୁ ବେଳେ ଚିନ୍ତାଗ୍ରସ୍ତ । କଣ ଆଉ କରିବେ ମାମୁଲି କିରାଣୀ ଚାକିରୀ ପୁଣି ନିଷ୍ଟ ବାନ ଲୋକ, କାହାକୁ ହାତ ପତେଇବା ତାଙ୍କ ଜାତକରେ ନାହିଁ । 2ଟା ପୁଅ ଝିଅ ,ବେସରକାରୀ ବିଦ୍ୟାଳୟରେ ପାଠ ପଢା ତା ସାଙ୍ଗକୁ ଅଧୁନିକା ସ୍ତ୍ରୀ ଙ୍କ ର ଖର୍ଚ୍ଚ ତୁଲେଇବା ବଡ଼ କଷ୍ଟକର, ଆହୁରି ବୁଢ଼ା ବାପା ମା ଙ୍କୁ ବି ବେଳେ ବେଳେ ଟଙ୍କା ଦେବାକୁ ହୁଏ । ସବୁଦିନ କିଛି ନ କିଛି ଗାଳି ଶୁଣିବାକୁ ପଡେ । ତଥାବି ରବି ବାବୁ କେବେ ମନ ଦୁଖ କରନ୍ତିନି ନିଜର ଭାବି ସହି ନିଁହାନ୍ତି । ଆଜିକାଲି ଯେଉଁ ଖରା ବା ଗୁଳୁଗୁଳି ହଉଛି ଛୁଆ ଦୁଇଟା ସିଝୁଛନ୍ତି କାହା ଦେହ ସହିବ । ରତ୍ନମଣି ବାଉଳି ଚଉଳି ହୁଅନ୍ତି କି ଚାକିରୀ କଲ ସୁନା ତ ଟିକେ ଦେଇପାରିଲନି ଭଲଶାଢ଼ୀ ଖଣ୍ଡେ ସ୍ୱପ୍ନ ରେ ବି ଦେଖିଲିନି ଅନ୍ତତଃ ପିଲା ମାନଙ୍କୁ ଭଲରେ ରଖି ପାରିଲାନି । ବହୁତ ବାର ଚେତାବନୀ ରତ୍ନା ବି ଦେଇଛି ପିଲାଙ୍କୁ ଧରି ବାପା ଘର ଯିବ । ଅସହାୟ ରବି ବାବୁ କିଛି କରି ନ ପାରିବା ଦୁଃଖରେ ନିଦ ହୁଏନି । ଜଣେ ଭଲ ବାପା କି ଜଣେ ଭଲ ସ୍ୱାମୀ ଆଜି ଯାଏଁ ହେଇ ପାରିନି । କଂପାଇଁ ? ନିଜକୁ ନିଜେ ପ୍ରଶ୍ନ ପଚାରେ । ଚୋରି କି ଲାଞ୍ଚ ନେଇଥିଲେ ହୁଏତ ମୁ ସମସ୍ତଙ୍କ ପାଖେ ଭଲ ହେଇଥାନ୍ତି । ପୁଅର ଜିଦି AC ନ ହେଲେ ପାଠ ପଢି ହଉନି । ହୁଁ ମନେ ମନେ ରବି ବାବୁ ଭାବୁ ଥିଲେ ଆମେ କଣ ପାଠ ପଢୁ ନ ଥିଲୁ । ବିଜୁଳି ନ ଥିଲା ଜୋତା ଛତା ନ ଥିଲା ତଥାବି ଡିବିରି ଆଲୁଅ ରେ ବି ପ୍ରଥମ ଶ୍ରେଣୀରେ ଉର୍ତ୍ତିନ ହେଇଛୁ । ମୋ ବୋଉ ଆମ୍ବ ତୋଟାରେ ମୋତେ ବିଞ୍ଚଣା ରେ ବିଞ୍ଚି ଦେଇ ସୋଇ ପକାଏ କାଇଁ ମୁଁ ତ କେବେ ଅଭିଯୋଗ କରିନି । ଆଜି କାହିଁକି ଏମିତି ପରିବର୍ତ୍ତନ ? ନିଦ ନାହିଁ ,ରାତି ପାହିଲେ AC ଆଣିବାର ଅଛି, କାଲି ଉଧାର 30000 ଆଣି ତକିଆ ତଳେ ରଖିଛି । କେମିତି ରାତି ପାହିବ ସ୍ତ୍ରୀ ର ଟାହି ଟାସହି ହଉନି । ଭୋର ନ ହେଉଣୁ ରବି ବାବୁ ଉଠି ନିତ୍ୟ କର୍ମ ସରିଲେ । ରତ୍ନା କୁ କିଛି ନ କହି ଚୂଡ଼ା କଦଳୀ ଚକଟି ଖାଇନେଲେ । ପେଣ୍ଟ ସାର୍ଟ ପିନ୍ଧି ଦେଖାନ୍ତିତ ଟଙ୍କା ନାହିଁ । ହୋସ ବୁଡ଼ିଗଲା । ଚିଲେଇବେ କି କାନ୍ଦିବେ ବୁଝି ପାରୁ ନଥିଲେ । କିଂକର୍ତବ୍ୟମୁଢ । ରତ୍ନମଣି ହଟାତ ପଶି ଆଇଲେ । ହଇଓ କଣ ହେଇଛି ଆଜି ପୁରା ରେଡି ଓଃ ମୋର ଆଉ ଦରକାର ନାହିଁ ବୋଧେ । କଣ ଉତ୍ତର ଦେବେ ବୁଝି ପାରୁ ନ ଥିଲେ । ଦେହ ରେ ଝାଳ ଗମ ଗମ । ରତ୍ନମଣି ଆଶ୍ଚର୍ଯ୍ୟ । ଆରେ କଣ ହେଇଛି ତମ ଦେହ ଠିକ ଅଛି ତ । କିଛି କହି ପାରୁ ନ ଥିଲେ ରବି ବାବୁ । ଆରେ କୁହ କଣ ହେଇଛି । ରତ୍ନମଣି ଦେହକୁ ହଲେଇ ଦେଲେ । ନାଇଁ Ac ଆଣିବାକୁ ଟଙ୍କା ରଖିଥିଲି । ଟଙ୍କା ନାଁହି । କିଏ ନେଲା । କରଜ ଆଣିଥିଲି । କେବଳ ତୁମ ମାନଙ୍କ ପାଇଁ । କଣ କରିବି । ପାଗଳ ପ୍ରାୟ ରବି ବାବୁ । ଆ କରି ଚାହିଁଛନ୍ତି ରତ୍ନମଣି । କଣ ହେଲା ! ଭଲ ବାହାନା ଆଉ । ଏମିତି ମିଛ ତୁମେ ବି କୁହ । ହଟାତ ବାହାରେ ଝିଅ ର ପାଟି ଶୁଭିଲା । ବାବା ମା ବାବା ମା ଦେଖ ଦେଖ ମୁ କଣ ଆଣିଛି । ବାପ ମା ଦୁହେଁ ଦୌଡ଼ିଲେ ଦେଖିଲେ ଦାଣ୍ଡ ଅଗଣା ରେ ବିଭିନ୍ନ ଗଛ ର ଚାରା । ଦୁହେଁ ହତ ବାକ । ବାବା ତୁମେ ଯେଉଁ AC ଆଣିବାକୁ ଟଙ୍କା ରଖିଥିଲ ମୁଁ ସେ ଟଙ୍କାରେ ଗଛ ର ଚାରା ଆଣିଛି । ଆମେ ମିଳିମିଶି ଗଛ ଲଗେଇବା । ବୃକ୍ଷ ସିନା ରହିଲେ ଆଉ ଏତେ ଗରମ ହବନି । ଖାଲି ଖାଲି ଗରମ ଗରମ କହିଲେ କଣ ହବ । ଖାଲି AC ଲାଗେଲେ କଣ ହବ ? ଆମେ କଣ Ac କୁ ଧରି

କଲେଜ ଯିବୁ । ଗଛ ସିନା ରହିଲେ ପରିବେଶ ସନ୍ତୁଳିତ ଅବସ୍ଥାରେ ରହିବ । ପ୍ରାକୃତିକ ପରିବେଶ ଠିକ ରହିବ । ତେବେ ଯାଇଁ ଗରମ କମିବ ହେଲା । ସେଥିପାଇଁ ଏ ସବୁ ଚାରା ଆଣିଛି । ଆମ୍ବ ପଣସ ଲିଚୁ କାଜୁ ଅନେକ ଚାରା , ଆସ ଲଗେଇବା ଫଳ ଖାଇବା ଓ ପରିବେଶ କୁ ସାହାଯ୍ୟ କରିବା । AC ଘରେ ବସି କି ଚିଲେଇଲେ କିଛି ପରିବର୍ତ୍ତନ ହବନି । ମୂର୍ତି ପରି ଠିଆ ହେଇଥାନ୍ତି ବାବା ମା , ଆଖିରେ ଆଖିଏ ଲୁହ । ବାବା ମା ହେଇ ଏ କଥା କେମିତି ବୁଝି ପରି ନ ଥିଲେ । ପରିବେଶ ବିଜ୍ଞାନ ତ ଆମେ ଦୁହେଁ ଅନେକ ପଢ଼ାଉଛୁ କିନ୍ତୁ ଏସବୁ ବାସ୍ତବ ଜୀବନରେ କେବେ କରିବାକୁ ତ ପିଲା ମାନଙ୍କୁ କହିନୁ । ଆଉ କିଛି କହିବା ପୂର୍ବରୁ ରତ୍ନମଣି ଦଉଡି ଯାଇ ଝିଅ କୁ କୋଳେଇ ନେଲେ । ଆରେ ମା ତୁ ଏତେ ଜ୍ଞାନୀ ଆମେ ଜାଣି ନ ଥିଲୁ । ତୋ ବାବା ଙ୍କୁ ଗାଳି କରେ କିନ୍ତୁ ଆଜି ବୁଝୁଛି ପ୍ରକୃତ ଉପହାର କଣ । ଯେଉଁ ଉପହାର ତୁ ଆଜି ଦେଲୁ ତାହା ଖାଲି ଆମପାଇଁ ନୁଁହ ସାରା ସମାଜରେ ଅମୂଲ୍ୟ ଉପହାର।

ଜୟ ଜଗନ୍ନାଥ 19,04,2019


Rate this content
Log in