ଦୋଷୀ
ଦୋଷୀ


ଅପା ! ମୋ ଭାଗ୍ୟରେ ସନ୍ତାନ ଯୋଗ ନାହିଁ l ତୁମେ ମୋ ପୁଅକୁ ପୁଅ କରିନିଅ l ମୋ ପିଲା ବଞ୍ଚିଯିବ l ଆକୁଳ ହୋଇ 8 ନମ୍ବର୍ କ୍ୟାବିନରେ ଥିବା ରୋଗୀର ମାଆ କହିଲେ ମୋତେ l ମୋର ନାଇଟ୍ ଡ୍ୟୁଟି ଥିଲା l
10/11 ବର୍ଷର ଛୁଆଟିଏ l ଭସା ଭସା ଆଖି l ଗୋଛେ ଚୁଟି ଥିଲା ଯେ କେମୋ ଦିଆ ହେବା ବେଳକୁ ଲଣ୍ଡା କରି ଦିଆଯାଇଛି l ରାଜା ପୁଅ ଭଳି ଚେହେରା l ଶତୃ ହେଲେ ବି ଘଡିଟେ ଅନେଇ ରହିବ l ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ଏଠି ଆଡମିଟ୍ ହୋଇଛି l
ମୁଁ ଚୁପ୍ ହୋଇଗଲି l ସେ ମାଆଟିକୁ କହିପାରିଲିନି ଯେ, ମୋ ଭାଗ୍ୟରେ ସନ୍ତାନ ଯୋଗ ନାହିଁ ବୋଲି ଆଜି ମୋ ସ୍ୱାମୀ ମୋ ଠାରୁ ଅଲଗା ହୋଇଯାଇଛନ୍ତି ଓ ଦ୍ୱିତୀୟ ବିବାହ କରି ନେଇଛନ୍ତି l ଆଉ ମୁଁ ବାବୁକୁ ପୁଅ କରି ନେଲେ ବି ମୋର ଗ୍ରହଯୋଗ ଏତେ ଟାଣ ନୁହେଁ ଯେ ବାବୁ ବଞ୍ଚିଯିବ l ସେ ଦିନ ରାତିରେ ହିଁ ବାବୁ ମରିଗଲା ଓ ମୋତେ ଲାଗୁଥିଲା ତାଆ ମାଆ ଯଦି ମୋତେ ଏ ଭଳିଆ ଅନୁରୋଧ କରି ନ ଥାନ୍ତେ, ହୁଏ ତ ବାବୁ ଆଉ କିଛି ଦିନ ବଞ୍ଚିଯାଇଥାନ୍ତା l ମୁଁ ନିଜକୁ ନିଜେ ଦୋଷୀ ମନେ କରୁଥିଲି l