STORYMIRROR

Arjun Das

Inspirational

3  

Arjun Das

Inspirational

ଦିବ୍ୟ ଅନୂଭୁତି

ଦିବ୍ୟ ଅନୂଭୁତି

4 mins
3

ଶ୍ରାବଣ ମାସ , ମାସ ମଧ୍ୟରେ ଅନ୍ୟତମ ପବିତ୍ର ମାସ । ଏହି ମାସରେ ଦେଶରେ ବିଭିନ୍ନ ପ୍ରାନ୍ତରେ ଥିବା ଶୈବ ପୀଠ ମାନଙ୍କରେ ଥିବା ପ୍ରଭୁ ଭୋଳାନାଥଙ୍କ ମସ୍ତକରେ ଜଳାଭିଷେକ କରଯାଏ । ଏହା ଏକ ଶୈବପୀଠକୁ ଧାର୍ମିକ ପଦଯାତ୍ରା । ଭକ୍ତ ମାନେ ବିଭିନ୍ନ କୋଣ ଅନୁକୋଣରୁ କାନ୍ଧରେ କଳସ ଭାର ଧରି ପ୍ରଭୁଙ୍କ ପୀଠ କୁ ଧାଇଁ ଆସିଥାନ୍ତି । ଏହି ଜଳ ଯାତ୍ରା ର ମହିମା ବିଭିନ୍ନ ଶାସ୍ତ୍ର ମାନଙ୍କରେ ଉଲ୍ଲେଖ ରହିଅଛି ।  

 ଶ୍ରାବଣର ଦ୍ୱିତୀୟ ଶନିବାର । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମ ଗାଁର କିଛି କାଉଡିଆ ଭକ୍ତ ମାନେ କାନ୍ଧରେ କଳସ ଭାର ଧରି ପ୍ରଭୁ ଶ୍ରୀ ଲୋକନାଥଙ୍କ ପୀଠକୁ ଯାତ୍ରା ଆରମ୍ଭ କଲୁ । ମାଧବଙ୍କ (ପ୍ରାଚୀ ନଦୀ) ପୀଠ ରୁ ପାଣି ଭାର ସହ ସଂକଳ୍ପ କରି ଶ୍ରୀକ୍ଷେତ୍ର ନିମନ୍ତେ ବାହାରି ଗଲୁ । ସେଦିନ ପ୍ରବଳ ଖରା ହେଉଥାଏ । ରାସ୍ତାରେ ପାଦ ପକେଇଲା ବେଳକୁ ପାଦ ପୋଡିଗଲା ପରି ଲାଗୁଥାଏ । ପ୍ରଭୁଙ୍କ ଦର୍ଶନ ନିମନ୍ତେ ମନ ଏତେ ବ୍ୟାକୁଳ ଥାଏ ଯେ ଖରା କି ବରଷା କିଛି କାଟୁ କରୁ ନଥାଏ । ଗେରୁଆ ପୋଷାକ ସହ ମୁଖରେ ବାବାଙ୍କ ନାମ ଉଚାରଣ କରି ଆଗକୁ ଆଗକୁ ପାଦ ପକାଇ ଚାଲିଲୁ ।

 ବାଟ ସାରା ବାବାଙ୍କ ଭକ୍ତ ମାନଙ୍କୁ ଦେଖି ଶରୀର ରେ ହେଉଥିବା ଦୁଃଖ କଷ୍ଟ ଆପେ ଆପେ ଅପସରି ଯାଉଥାଏ । ଆକାଶ ବାବାଙ୍କ ନାମରେ ଫାଟି ପଡୁଥାଏ । ସଂସାରଟା ସତେକି ତୁଛ ଲାଗୁଥାଏ । କିଛି ବାଟ ଗଲା ପରେ ଏପରି ଅନୂଭବ ହେଲା ଯେମିତି ଆଗକୁ ଆଉ ପାଦ ପକେଇବା ସମ୍ଭବ ନୁହେଁ । ସାଥିରେ ମୋ ସାଙ୍ଗ ପପୁ ଥାଏ , ସେ ବାରମ୍ବାର ଆଗକୁ ଯିବା ପାଇଁ । ହେଲେ ପାଦରେ ସେତେ ବଳ ନଥାଏ , ବହୁତ କଷ୍ଟରେ ପାଦ ଆଗକୁ ଆଗକୁ ପକାଇ ଚାଲିଲି ।ସେତେବେଳକୁ ମାତ୍ର ଦଶ କି.ମି. ଅତିକ୍ରାନ୍ତ କରିଥିଲୁ ଆହୁରି ଚାଳିଶି ରୁ ପଚାଶ କି.ମି ଥାଏ । 

 ବେଗୁନିଆ ଛକରେ ସମସ୍ତେ ଟିକେ ଅଟକିଗଲୁ ଆମ ସାଥିରେ ଆସିଥିବା ଅନ୍ୟପିଲା ମାନେ ଖାଇବା ଦ୍ରବ୍ୟ ପ୍ରସ୍ତୁତ କରିସାରିଥାନ୍ତି । ଟିକେ ବିଶ୍ରାମ ନେଲୁ , ଥରେ ବସିବାରେ ଏପରି ଅନୂଭବ ହେଲା ଯେ ଯେପରି ଏଠାରୁ ପାଦେ ଘୁଞ୍ଚିବାକୁ ଜୁ ପାଉନଥାଏ । ମନେ ମନେ ଭାବିଲି ଏତେ କଷ୍ଟ କାଇଁ ଭଗବାନ ଦେଉଛନ୍ତି । ଆହୁରି ଅନେକ ବାଟ ଚାଲିବାକୁ ଅଛି କଣ କରିବି କିଛି ବୁଦ୍ଧି ବାଟ ଦିଶୁ ନାହିଁ । ବିଶ୍ରାମ ସମୟରେ ସାଙ୍ଗ ମାନେ ମଜା ଥଟ୍ଟା କରୁଥାନ୍ତି , ମୋର କିନ୍ତୁ ଗୋଟାଏ ଚିନ୍ତା କିପରି ପ୍ରଭୁଙ୍କ ପୀଠ ରେ ପହଞ୍ଚିବି । ସାଙ୍ଗମାନେ କହିଲେ ନହେଲେ ତୁ ଗାଡିରେ ଉଠି ପଳା । ନା ମୁଁ ତୁମ ସହ ଚାଲିକରି ଯିବି । 

 ରାତି ୧ ଟା ସମୟ ଶୌଚ ହୋଇ ବାହାରିଲୁ ପ୍ରଭୁଙ୍କ ପୀଠ ଉଦେଶ୍ୟରେ । ପ୍ରଭୁ ଲୋକନାଥଙ୍କୁ ମୁଣ୍ଡିଆଟେ ମାରି , ହେ ପ୍ରଭୁ ମତେ ରକ୍ଷା କର । କିପରି ତୁମ ପାଖରେ ପହଞ୍ଚି ବି ସେ ବାଟ ଦେଖାଯାଉନି । ତୁମ ପାଦ ତଳେ ସମର୍ପି ଦେଲି ପ୍ରଭୁ ରକ୍ଷା କର । କାଉଡିଆ ଭାର କାନ୍ଧରେ ପକାଇ ଧିରେ ଧିରେ ଆଗକୁ ପାଦ ପକାଇଲି । ପ୍ରଥମେ ଟିକେ କଷ୍ଟ ଲାଗିଲା ତାପରେ ଧିରେ ଧିରେ ପାଦରୁ କଷ୍ଟ ଦୂର ହେବାକୁ ଲାଗିଲା । ଦେହରେ ଅଲଗା ପ୍ରକାରର ଶିହୀରଣ ଉଠିଗଲା । ସାଙ୍ଗ ମାନଙ୍କ ସହ ଚାଲିବାକୁ ଲାଗିଲି । ସେମାନେ ପଚାରିଲେ ଏବେ ଠିକ୍ ଲାଗୁଛି ଦେହ । ଚାଲିପାରିବୁ ତ ଆମ ସହ ? ହଁ ଚାଲ ଏବେ ମୁଁ ତମ ସହ ଚାଲିବାକୁ ରାଜି ।

 ଆଗକୁ ଆଗକୁ ଚାଲିଲୁ । ଅନ୍ଧାର ରାତି ଖାଲ ଢିପ ରାସ୍ତା । ଟିକେ ଟିକେ ବର୍ଷା ପଡୁଥାଏ , ପ୍ରଭୁଙ୍କ ନାମ ଧରି ରାତିର ବାଟ କାଟିବାକୁ ଲାଗିଲୁ । ବାଟ ସାରା କେତେ କାଉଡିଆ ଭାଇ ମାନେ ଯାଉଥିଲେ ସେମାନଙ୍କୁ ଦେଖି ମନ ଖୁସି ଲାଗୁଥିଲା । ଚାଲିଲା ବେଳେ ଏପରି ଅନୂଭବ ହଉଥାଏ ସତେ ଯେପରି ପ୍ରଭୁ ମହାଦେବ ଆଗକୁ ଆଗକୁ ବାଟ କଢେଇ ନେଉଛନ୍ତି । ଆଗରେ ପ୍ରଭୁଙ୍କ ମୁହଁ ନାଚି ଯାଉଥାଏ । ପ୍ରକୃତି ର ସେଇ ସୁନ୍ଦର ରୂପ ଦେଖି ମନ ଆହୁରି ଆନନ୍ଦ ହୋଇଉଠୁଥାଏ । ବାଲିଘାଇ ପାଖରେ ସକାଳ ୭ ଟା ରେ ପହଞ୍ଚି ଗଲୁ । ସେଠାରୁ ଟିକେ ବିଶ୍ରାମ ନେଇ ବାହାରିଲୁ ଶ୍ରୀକ୍ଷେତ୍ର ଅଭିମୂଖେ । କିଛି ସମୟ ପରେ ଆମେ ଶ୍ରୀ ଗୁଣ୍ଡିଚା ମାଙ୍କ ପୀଠରେ ପହଞ୍ଚିଲୁ । 

 ପୁଣି ଯେତେବେଳେ କାନ୍ଧରୁ କାଉଡି ଭାର ତଳେ ଥୋଇଦେଲୁ । ଆଗରୁ ଯେପରି ପାଦ ହେଉଥିଲା ପୁନଶ୍ଚ ସେପରି ହେବାକୁ ଲାଗିଲା । ସାଙ୍ଗମାନେ କହିଲେ ଆରେ ତୁ ଏତେ ବାଟ ଆସି ପାରିଲୁ କିପରି ? ଟିକେ ହସିଦେଇ କହିଲି ସବୁ ସେଇ ଭୋଳା ବାବାଙ୍କ ଇଛା । ଏବେ କିପରି ଲାଗୁଛି ? ଏବେ ଏବେ ସେପରି ପୁଣି ଲାଗୁଛି । ହଉ ଆଉ ତ ଅଳ୍ପ ବାଟ ଚାଲିଯିବା । କିଛି ସମୟ ବିଶ୍ରାମ ନେଲା ପରେ ଆଉ ଉଠିବାକୁ ବଳ ପାଇଲା ନାହିଁ । ସାଙ୍ଗ ମାନେ କହିଲେ ଚାଲ ଶୀଘ୍ର ଶୀଘ୍ର ବାହାରି ଯିବା ବାବାଙ୍କ ପାଖରେ ପହଞ୍ଚିବାର ଶେଷ ରାସ୍ତା ବି ଅତିକ୍ରମ କରିବାର ଅଛି । ବଡ ଦାଣ୍ଡ କୁ ଗୋଟେ ମୁଣ୍ଡିଆ ମାରି ପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ପାଦ ପଦ୍ମରେ ନିଜକୁ ହଜେଇ ଦେଇ ଆଗକୁ ଆଗକୁ ମାଡି ଚାଲିଲୁ । ଠିକ୍ ରାତି ୨ ଟାରେ ପ୍ରଭୁ ଲୋକନାଥଙ୍କ ମସ୍ତକ ରେ ଜଳ ଦାନ କରି ସେଠାରୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରିଲୁ ।

 ଘରେ ବାପା ଥରେ କହୁଥିଲେ ଯଦି ମନରେ ଭକ୍ତି ଭାବ ଥାଏ ତେବେ ଭଗବାନ ସ୍ୱୟଂ ଆସି ହାତ ଧରି ବାଟ ଚଲେଇ ନେବେ । ଭକ୍ତକୁ ବିପଦରୁ ରକ୍ଷା କରିବା ପାଇଁ ଯୁଗେ ଯୁଗେ ଭଗବାନ ଭିନ୍ନ ଭିନ୍ନ ରୂଅପ ଧାରଣ କରିଛନ୍ତି। ଭକ୍ତିରେ ଡାକିଲେ ‘ଓ’ କରିଥାନ୍ତି ଭଗବାନ ଯେଉଁଟା ମୁଁ ସେଦିନ ରାତି କଥାରୁ ଅନୁଭବ କରି ପାରୁଥିଲି ।


Rate this content
Log in

Similar oriya story from Inspirational