ଧୈର୍ଯ୍ୟ ମନୁଷ୍ୟର ଶ୍ରେଷ୍ଠ ଗୁଣ
ଧୈର୍ଯ୍ୟ ମନୁଷ୍ୟର ଶ୍ରେଷ୍ଠ ଗୁଣ
ଧୈର୍ଯ୍ୟ ମଣିଷର ମହାନ ଗୁଣ।ଏହି ଗୁଣ ବେଳେ ବେଳେ ଅସାଧ୍ୟ କାର୍ଯ୍ୟ ବି ଅତି ସହଜରେ
ସାଧନ କରିଥାଏ।ଏହି ଗୁଣଧାରୀ ବ୍ୟକ୍ତି ବଡ ମଣିିଷରେ ଗଣତି ହୋଇଥାଏ।
ଏ ସମ୍ବନ୍ଧରେ ଛତ୍ରପତି ଶିବାଜୀଙ୍କର ଗୁୁରୁ
ରାମଦାସଙ୍କ ଜୀବନର ଘଟଣାଟିଏ।
ଦିନେ ରାମଦାସ ଏକୁଟିଆ ଏକ ଜଙ୍ଗଲ ଦେଇ ଯାଉଥାନ୍ତି। ବାଟରେ ଜଣେ ଦୁଷ୍ଟ ଲୋକକୁ ଭେଟିଲେ। ସାଧାରଣତଃ ଦୁଷ୍ଟ ଲୋକମାନେ ସାଧୁ ସନ୍ଥ ଲୋକମାନଙ୍କୁ ଭଲ ପାଆନ୍ତି ନାହିଁ।ସୁତରାଂ
ସେହି ଦୁଷ୍ଟ ଲୋକଟି ବିନା କାରଣରେ ରାମଦାସଙ୍କୁ ଗାଳି ଗୁଲଜ କଲା ।. ରାମଦାସ ଏ କଥାରେ କର୍ଣ୍ଣପାତ ନକରି ଆଗକୁ ମାଡ଼ି ଚାଲିଛନ୍ତି
କିନ୍ତୁ ଖଳ ଲୋକଟି ତା'ର ଗାଳି ଗୁଲଜ କୁ ବନ୍ଦ କରୁ ନ ଥାଏ। ସେ ଅତି ଖରାପ ଭାଷାରେ ଗାଳିକରି ସାଧୁଙ୍କ ପଛେ ପଛେ ଚାଲିଥାଏ ।
ଏହିପରି କିଛି ସମୟ ଗଲା ପରେ ଜଙ୍ଗଲ
ରାସ୍ତା ସରିଗଲା। କିଛି ବାଟ ଗଲା ପରେ ଗାଁଟିଏ ପଡ଼ିବ। ସେ ରାସ୍ତାରେ ରାମଦାସ ଠିଆ ହୋଇଗଲେ ଓ ସେ ଅସାଧୁ ଲୋକଙ୍କୁ କହିଲେ
ଯେତେ ଗାଳିି ଅଛି ଗାଳି ଦିଅ କିନ୍ତୁ ମୋ ପଛେ
ପଛେ ଆସ ନାହିଁ । ଏହା ଶୁଣି ଖଳ ଲୋକଟି
କହିଲା- ତମେ ମୋତେ ମନା କରିବାକୁ କିଏ ? ମୋର,ଯାହା ଇଚ୍ଛା ତାହା କରିବି।
ଏକଥା ଶୁଣି ରାମଦାସ କହିଲେ, ଭାଇ ମୁଁ ତୁମ
ଭଲ ପାଇଁ କହୁଛି। କାରଣ ଏହି ଗାଁର ଲୋକମାନେ ମୋତେ ଭଲ ପାଆନ୍ତି। ତାହା ସହ
ଶ୍ରଦ୍ଧା ବି କରନ୍ତି। ଯଦି ସେମାନଙ୍କ ଆଗରେ
ମତେ ଗ।ଳି କରିବ ସେମାନେ ସହି ନ ପାରି ତୁମକୁ ମାଡ଼ ମାରିବେ । କିନ୍ତୁ ଅସାଧୁ ଲୋକଟି
କିଛି ପ୍ରତିକ୍ରିୟାା ନ କରି ପୂର୍ବ ପରି ବ୍ୟବହାର
କଲା ।
ଏଥର ଗୁରୁ ରାମଦାସ ଟିକିଏ ହସି ଦେଇ
କହିଲେ ତୁମେ ମୋତେ ଭୁଲ୍ ବୁଝୁଛ । ଯଦି
ତୁମେ ମୋ ଆଗରେ ମାଡ ଗାଳି ଖାଇବ ମୋତେ
ବହୁତ କଷ୍ଟ ହେବ କାରଣ ତୁମେ ମୋ ସହ ଏତେ ବାଟ ମିଶି ଆସିଲ । ତୁମ ପ୍ରତି ମୋର ମାୟା
ଆସି ଯାଇଛି । ଗୁରୁ ରାମଦାସ ଙ୍କର ଏହି ସବୁ
ଉକ୍ତି ଶୁଣି ଜଣା ପଡୁଥିଲା ଯେ ଗୁରୁଙ୍କ ମନରେ
ବହୁତ ଅସୀମ ଧୈର୍ଯ୍ୟ ଭରି ରହିଥିଲା । ଗୁରୁ ରାମଦାସ ସେହି ଲୋକଟିକୁ ଅତି ଆପଣାର
କରି ନେଇଥିଲେ । ସେହି ଦିନ ଗୁରୁ ରାମଦାସ
ତାଙ୍କ ସହନଶୀଳ ଗୁଣ ଯୋଗୁଁ ସେହି ଖଳ
ଲୋକଟିର ସ୍ଵଭାବ ପରିବର୍ତ୍ତନ କରିଦେଇ ଥିଲେ।
ନୀତିଶିକ୍ଷା--- ଧୈର୍ଯ୍ୟ ମନୁଷ୍ୟର ସବୁଠାରୁ ଶ୍ରେଷ୍ଠ ଗୁଣ । ଏହା ଦ୍ଵାରା ସେ ସବୁଠାରେ ପ୍ରିୟ ହୋଇଥାଏ ।
