ଈଶ୍ବର ଭଗବାନ କୃପା
ଈଶ୍ବର ଭଗବାନ କୃପା
ପଦ୍ମପୁର ନାମରେ ଗୋଟିଏ ଛୋଟିଆ ଗ୍ରାମ
ଥିଲା । ସେହି ଗ୍ରାମରେ ରମେଶ ନାମକ ଏକ
ବାଳକ ରହୁଥିଲା ।
ରମେଶ କୁ ପ୍ରାୟ ୧୫ବର୍ଷ ବୟସ ହୋଇଥିଲା
ରମେଶ ଦିନେ ତାର ସାଙ୍ଗ ସାଥି ମାନଙ୍କ ସହ
ଏକ ଦେବୀ ମନ୍ଦିର କୁ ବୁଲିବାକୁ ବାହାରିଲା।
ସେ ତାର ସାଙ୍ଗ ମାନଙ୍କ ସହ ସେଠି ପହଞ୍ଚି ପ୍ରଥମେ ଠାକୁର ଦର୍ଶନ କଲା ଏବଂ ସେଠାରେ
ବୁଲାବୁଲି ମଧ୍ୟ କଲା ।
ରମେଶ ର ଠାକୁର ଙ୍କ ପ୍ରତି ଅଗାଧ ପ୍ରେମ,
ଶ୍ରଦ୍ଧା,ଭକ୍ତି ଓ ବିଶ୍ବାସ ରହିଥିଲା। ମନ୍ଦିର ପାଖରେ
ଏକ ଛୋଟ ଜଙ୍ଗଲ ରହିଥାଏ। ସେହି ଜଙ୍ଗଲ ର
ପ୍ରାକୃତିକ ଦୃଶ୍ୟ କୁ ଉପଭୋଗ କରିବା ପାଇଁ ସେମାନେ ମଧ୍ୟାହ୍ନ ସମୟରେ ମନ୍ଦିର ରୁ ବାହାରି
ଜଙ୍ଗଲ କୁ ଗଲେ। ସେହି ଜଙ୍ଗଲ ରେ ପହଞ୍ଚି
ବୁଲାବୁଲି କଲେ। ବୁଲିବା ସମୟରେ ହଠାତ୍ ରମେଶ ତା'ର ସାଙ୍ଗ ମାନଙ୍କ ଠାରୁ ଅଲଗା
ହୋଇଗଲା ।ସେ ବାଟବଣା ହୋଇ ଜଙ୍ଗଲ ମଧ୍ୟକୁ
ଚାଲିଗଲା।
ରାତି ହୋଇ ଆସୁଥାଏ।ସେ କିଛି ନ କରିପାରି ଏକା ବୃକ୍ଷ ତଳେ ବସିିିଗଲା। ରମେଶ
ଯେହେତୁ ଭଗବାନ ଙ୍କୁ ବିଶ୍ଵାସ କରୁଥିଲା ତେଣୁ
ଭଗବାନ ତାର ଦୁଃଖ ଦେଖି ନିଜ କୁ ଅଟକାଇ
ପାରିଲେ ନାହିଁ।
ସେଇ ସଙ୍ଗେ ସଙ୍ଗେ ଭଗବାନ ରମେଶ ର
ମାଆ ଙ୍କ ର ରୂପ ଧରି ତା'ର ପାଖରେ ଯାଇ
ପହଞ୍ଚିଲେ।
ରମେଶ ଦେଖିଲା ତା'ର ମାଆ ତା ପାଖକୁ
ଆସୁଛନ୍ତି। ତେଣୁ ସେ ଆଉ ଭୟ କଲା ନାହିଁ।
ଭଗବାନ ତାର ମାଁ ରୂପ ରେ ତାକୁ ଖୁଆଇ
ପିଆଇ ସେଠାରେ ରାତିସାରା ନିରାପଦରେ
ରଖିଲେ। ରମେଶ ଭଗବାନ ଙ୍କୁ ତା ମାଁ ଭାବି
ତାଙ୍କ କୋଳରେ ଶୋଇଗଲା।
ସକାଳ ହେଲା। ରମେଶ ର ନିଦ ଭାଙ୍ଗିବା
ସଙ୍ଗେ ସଙ୍ଗେ ସେହି ଜଙ୍ଗଲ ଆଖପାଖ ଗ୍ରାମର
କିଛି ଲୋକ ଆସି ତା ପାଖରେ ପହଞ୍ଚିଲେ।
ତା ସଙ୍ଗେ ସଙ୍ଗେ ରମେଶ ର ପରିବାର
ଲୋକ ମଧ୍ୟ ଆସି ସେଠାରେ ପହଞ୍ଚିଲେ। ସେମାନେ ରମେଶ କୁ ଭଲରେ ଦେଖି ବହୁତ
ଖୁସି ହେଲେ। ସେମାନେ ତାକୁ ପଚାରିଲେ
"ଏତେ ଅନ୍ଧାର ରାତିରେ ତୁ ଏଠାରେ କିପରି
ରହିଲୁ।"
ସେ ତାର ମାଆ ଆଡ଼କୁ ହାତ ଦେଖାଇ
କହିଲା ,ମୋ ମାଆ ମୋ ପାଖରେ ଥିଲେ ଓ
ମୋତେ ରାତିରେ ଖୁୁଆଇ ପିଆଇ ନିଜ କୋଳରେ
ଶୁଆଇ ଦେଲେ। ଏହା ଶୁଣି ତା'ର ମାଆ ଆଶ୍ଚର୍ଯ୍ୟ
ହେଲେ ଏବଂ କହିଲେ "ନା ରମେଶ ମୁଁ ତ ରାତିରେ ତୋ ପାଖରେ ନ ଥିଲି।"ରମେଶ କହିଲା
ନା ମାଆ ତମେ ତ ରାତିରେ ମୋ ପାଖରେ ଥିଲ।
ରମେଶ ର ଏପରି କଥା ଶୁଣି ସମସ୍ତେ ଭାବିଲେ , ରମେଶ କୁ ନିଶ୍ଚୟ ଭଗବାନ ସାହାଯ୍ୟ
କରିଛନ୍ତି।କାରଣ ରମେଶ ର ଠାକୁର ଙ୍କ ଉପରେ
ପ୍ରଗାଢ ବିଶ୍ୱାସ ଥିଲା।
ତେଣୁ ଏପରି ସରଳ ଓ ନିଷ୍କପଟତା ଗୁଣ-ଧାରୀ ମାନେ ଭଗବାନଙ୍କ ନିକଟରେ ସର୍ବଦା
ଆଶ୍ରିତ। ସେମାନଙ୍କ ର ସକଳ ବାଧା ବିପତ୍ତି କୁ
ଭଗବାନ ଦୂର କରିଥାନ୍ତି।
ନୀତିଶିକ୍ଷା:---ଭଗବାନଙ୍କ ଠାରେ ଅଗାଧ
ବିଶ୍ଵାସ ଓ ସମର୍ପଣ ହିଁ ଆମର ରକ୍ଷା କବଚ।