ମୁକ୍ତିରାଣୀ ଦେବତା

Inspirational

3  

ମୁକ୍ତିରାଣୀ ଦେବତା

Inspirational

ଦେବୀ ସ୍ବରୂପା

ଦେବୀ ସ୍ବରୂପା

3 mins
172



ରୂପରେ ଗୁଣରେ ସେ ଅନନ୍ୟା। ନାଆଁଟି ତାହାର ସମ୍ପୂର୍ଣ୍ଣା। ଖାଲି ନାଆଁରେ ନୁହେଁ ବାସ୍ତପକ୍ଷେ ସମ୍ପୂର୍ଣ୍ଣା ଥିଲା ଗୋଟିଏ ସର୍ବଗୁଣସମ୍ପନ୍ନା ଝିଅଟିଏ। ବିଦ୍ୟାରେ ଯେମିତି ସରସ୍ବତୀ ରୂପରେ ସେମିତି ଲକ୍ଷ୍ମୀସ୍ବରୂପା। ପିତା ମାତାଙ୍କର ଖୁବ ଅଲିଅଳି କନ୍ୟା ସେ। ତା' ପାଦରେ ସାମାନ୍ୟ କଣ୍ଟାଟେ ବି ଫୁଟିବାକୁ ତା' ବାପାମାଆ କେବେ ଦେଇନାହାନ୍ତି। ଜୀବନର ସମସ୍ତ ସୁଖସ୍ବାଚ୍ଛନ୍ଦ୍ୟକୁ ସେମାନେ ସମ୍ପୂର୍ଣ୍ଣାର ପାଦତଳେ ଅଜାଡ଼ି ଦେଇଛନ୍ତି। ସମ୍ପୂର୍ଣ୍ଣାର ପିତା ଥିଲେ ସହରର ଜଣେ ନାମଜାଦା ବ୍ୟବସାୟୀ। କୋଟିକୋଟି ଟଙ୍କାର ମାଲିକ ସିଏ। ଏକ ବିଳାସ ବ୍ୟସନଭରା ଓ ପ୍ରାଚୁର୍ଯ୍ୟମୟ ଜୀବନ ଜୀଉଁଥିବା ବେଳେ ହଠାତ୍ ସମ୍ପୂର୍ଣ୍ଣାର ଜୀବନ ପରିଧି ମଧ୍ୟକୁ ଅଦିନିଆ ମେଘଟିଏ ଘୋଟି ଆସିଲା। ସୁଖ ପରେ ଦୁଃଖ ଏହାହିଁ ଜୀବନର ନିୟାମକ। ବ୍ୟବସାୟରେ ତା' ପିତାଙ୍କର ବହୁ କ୍ଷତି ହେବାରୁ ମାନସିକ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ଯା ପରି ଏକ ଚରମ ବର୍ବର ନିଷ୍ପତ୍ତିକୁ ଚୟନ କରିନେଲେ। ପିତାଙ୍କର ଅକାଳ ବିୟୋଗ ପରେ ତାଙ୍କ ସୁଖର ସଂସାରଟି ସମ୍ପୂର୍ଣ୍ଣ ରୂପେ ଉଜୁଡ଼ିଗଲା। ଆର୍ଥିକ ସମସ୍ୟା ଏବଂ ଘୋର ଦୁର୍ଦ୍ଦିନ ଦେଇ ତା'କୁ ଏବଂ ତା'ର ମାଆଙ୍କୁ ଗତି କରିବାକୁ ହେଲା। 


ସମ୍ପୂର୍ଣ୍ଣାର ଶିକ୍ଷାଗତ ଜୀବନରେ ସେଇଠୁ ହିଁ ଡ଼ୋରି ବନ୍ଧା ହେଲା। ନିଜର ଏବଂ ନିଜ ମାଆର ପେଟ ଚାଖଣ୍ଡକ ପ୍ରତିପୋଷଣ କରିବା ନିମିତ୍ତ ତା'କୁ ବାଧ୍ୟ ହୋଇ ପରଘରେ କାମ କରିବାକୁ ପଡ଼ିଲା। କଲେଜ ଯିବା ତା' ଲାଗି ସାତସପନ ପାଲଟିଗଲା। ତା'ର ମାଆ ମଧ୍ଯ ବାଧ୍ୟବାଧକତାରେ ଜୀବନ ରକ୍ଷା ନିମନ୍ତେ ସମସ୍ତ ଲାଜସରମକୁ ଫୋପାଡ଼ିଦେଇ ମୁଲମଜୁରୀ କାମ କରିବାକୁ ଲାଗିଲେ। ଜୀବନ କେତେବେଳେ ଯେ କେଉଁ ନିର୍ଣ୍ଣାୟକ ମୋଡ଼ ନେବ ତାହା କାହାକୁ ବା ଜଣା। ପିତୃହୀନା କନ୍ୟାଟି ଲାଗି ଏ ଦୁନିଆଁରେ ଜୀବନ ଜୀଇଁବା ବଡ଼ ହିଁ କଷ୍ଟସାଧ୍ୟ। ତା' ମଥା ଉପରେ ଆଉ ତା' ପିତାଙ୍କର ଅଭୟପ୍ରଦ ଛାୟାର ଆଶ୍ରୟ ନଥିଲା। ଏ ଘୃଣ୍ଯ ସମାଜର କଳଙ୍କିତ ମନୋଭାବକୁ ସେ ଏବେ ଧୀରେଧୀରେ ସ୍ପଷ୍ଟ ବୁଝିବାକୁ ଲାଗିଲାଣି। ବୁଝିଗଲାଣି ଏ ସ୍ବାର୍ଥନ୍ବେଷୀ ଦୁନିଆଁର ମତଲବକୁ। ଏଠି ବିନା ସ୍ବାର୍ଥରେ କେହି କାହାରିକୁ ବି ସାମାନ୍ଯତମ ସହାୟତା କରନ୍ତି ନାହିଁ। ସମ୍ପୂର୍ଣ୍ଣା ଆଡ଼କୁ ଅବଶ୍ୟ ଅନେକ ଗୁଡ଼ିଏ ସାହାଯ୍ୟର ହାତ ପ୍ରସାରିତ ହୋଉଥିଲା ସତ କିନ୍ତୁ ତା' ପଛରେ ଥିଲା କିଛି କାମୁକ ପୁରୁଷଙ୍କର ଦୈହିକ କ୍ଷୁଧାକୁ ପ୍ରଶମିତ କରିବାର ଲାଳସା। ସମ୍ପୂର୍ଣ୍ଣା ଆଉ ପିଲା ହୋଇକି ନାହିଁ ଯେ ସେ ଏସବୁକୁ ବୁଝିପାରିବ ନାହିଁ। ନାରୀଟିକୁ ଈଶ୍ବର ଏପରି ଏକ ଅପୂର୍ବ ଶକ୍ତି ଦେଇଛନ୍ତି ଯାହାଦ୍ବାରା କି ସେ ତା' ଆଡ଼କୁ ଲୋଲୁପ ଦୃଷ୍ଟି ପକାଉଥିବା ପୁରୁଷମାନଙ୍କର ମନସ୍ତତ୍ତ୍ୱକୁ ବେଶ୍ ଠଉରାଇପାରେ। ସମ୍ପୂର୍ଣ୍ଣା ଥିଲା ଏକ ସ୍ବାଭିମାନୀ ଝିଅ। ଅର୍ଥ ପ୍ରତି ନାଁ ସେ କେବେ ଲୋଭାସକ୍ତ ହୋଇଥିଲା ନାଁ କେବେ ହୋଇବ। ନାରୀଟି ଲାଗି ତା'ର ଇଜ୍ଜତ ଓ ସମ୍ମାନ ହିଁ ତା'ର ସର୍ବଶ୍ରେଷ୍ଠ ସମ୍ପଦ। ଦୁନିଆଁ ଦାଣ୍ଡରେ ମଥାଟେକି ସଗର୍ବେ ଚାଲିବା ହିଁ ସମ୍ପୂର୍ଣ୍ଣାର ଏକମାତ୍ର ଲକ୍ଷ୍ଯ।।


ଶିକ୍ଷାଗତ ଯୋଗ୍ୟତା ସିନା ତା'ର ଖୁବ କମ୍ କିନ୍ତୁ ଦୁନିଆଁ ସମ୍ବନ୍ଧରେ ତା'ର ଜ୍ଞାନ ଅଗାଧ। ପିଲାମାନଙ୍କୁ ଘରୋଇ ଟ୍ବିସନ୍ କରି ଏବଂ ପରଘରେ କାମ କରି ସେ ଯାହା ଦୁଇପଇସା ରୋଜଗାର କରେ ସେଇଥିରେ ତା'ର ଏବଂ ତା' ମାଆଙ୍କର ପେଟ କେବେ ଅପୋଷା ରହେନା। ପିଲାଙ୍କୁ ଟ୍ବିସନ୍ କରିବାକୁ ଯାଉଥିବା ଘରେ ରହିଛି ଏକ ସୁସଜ୍ଜିତ ପୁସ୍ତକାଗାରଟିଏ। କାରଣ ସେ ଘରର ମାଲିକ ହେଉଛନ୍ତି ଜଣେ ବରିଷ୍ଠ ଅଧ୍ଯାପକ ଓ ସୁସାହିତ୍ୟକ। ପୁସ୍ତକ ପ୍ରତି ସମ୍ପୂର୍ଣ୍ଣାର ରହିଛି ପ୍ରଚୁର ଆଗ୍ରହ। ପିଲାମାନଙ୍କୁ ପାଠପଢ଼ାଇ ସାରିବା ପରେ ସାମାନ୍ୟ ଅବସର ମିଳିଲେ ସିଏ ସେଇ ଲାଇବ୍ରେରୀରୁ ଖଣ୍ଡେଖଣ୍ଡେ ବହି ଆଣି ପଢ଼ି ବସେ। ଏକଥା ଦିନେ ସେ ଅଧ୍ୟାପକ ମହୋଦୟ ଦେଖି ଜାଣିପାରିଥିଲେ। ସମ୍ପୂର୍ଣ୍ଣାର ପୁସ୍ତକ ପ୍ରତି ଥିବା ଅହେତୁକ ଆଗ୍ରହକୁ ଅନୁଭବ କରି ସେ ତା'କୁ ତାହାର ଶିକ୍ଷା ବାବଦରେ ପଚାରିବୁଝି ଏବଂ ତା'ର ଆର୍ଥିକ ସ୍ଥିତି ସମ୍ବନ୍ଧରେ ଅବଗତ ହୋଇ ତା' ଶିକ୍ଷାପ୍ରାପ୍ତିର ସମସ୍ତ ଭାର ସ୍ବୟଂ ବହନ କଲେ। ତାଙ୍କରି କଲେଜରେ ହିଁ ସମ୍ପୂର୍ଣ୍ଣାର ୨ ବିଜ୍ଞାନ ବିଭାଗରେ ନାମଲେଖା ଗଲା। ସେଇଠାରୁ ହିଁ ପ୍ରାରମ୍ଭ ହେଲା ତା' ଜୀବନର ଭିନ୍ନ ଏକ ମୋଡ଼। ଅଗାଧ ମେଧାଶକ୍ତି ଓ ଦୃଢ଼ମନୋବଳ ଯୋଗୁଁ ସେ ୨ ରେ କୃତିତ୍ୱ ଅର୍ଜନ କଲା। ଏହିପରି ଭାବେ ନିଜର ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଡାକ୍ତରାଣୀଟିଏ ହେବାର ସୁଯୋଗ ଲଭିଲା। 


ଈଶ୍ବର ଓ ପିତାମାତାଙ୍କର ଆଶୀର୍ବାଦ ଯୋଗୁଁ ସମ୍ପୂର୍ଣ୍ଣା ଏବେ ଗୋଟିଏ ନର୍ସିଂହୋମରେ ଡାକ୍ତରାଣୀ ରୂପେ କାର୍ଯ୍ୟ କରୁଛି। ପିଲାଟି ଦିନରୁ ତା'ର ସ୍ବପ୍ନ ଥିଲା ଜଣେ ଭଲ ଡ଼ାକ୍ତର ହେବାର। ଏବଂ ଆଜି ତା'ର ସେ ସ୍ବପ୍ନ ସାକାର ହୋଇଛି। ରୋଗୀ ସେବା ହିଁ ତା' ଜୀବନର ଏବେ ଏକମାତ୍ର ଲକ୍ଷ୍ୟ। ଅନେକ ଗରିବ ଗୁରୁବାଙ୍କୁ ସେ ବିନା ମୂଲ୍ୟରେ ଚିକିତ୍ସା କରେ। ଆବଶ୍ୟକ ପଡ଼ିଲେ ନିଜେ ତା' ହାତରୁ ସମସ୍ତ ଖର୍ଚ୍ଚ ବହନ କରି ରୋଗୀମାନଙ୍କୁ ଆରୋଗ୍ୟ କରେ। ଅନେକ ଅସହାୟ ଦରିଦ୍ର ଲୋକ ତା' ଦ୍ବାରା ବହୁ ଉପକୃତ ହେଉଛନ୍ତି। ଏବେ ସିଏ ତ ସଭିଁଙ୍କ ପାଇଁ ଦେବୀ ପ୍ରତିମାଟିଏ। ସଭିଁଙ୍କ ମୁଖରେ ଏବେ ଗୋଟିଏ କଥା "ଝିଅ ହେବ ତ ଏମିତି"। ଜଣେ ସୁନାମଧନ୍ୟା ଡ଼ାକ୍ତର ହିସାବରେ ଏବେ ସେ ହଜାର ହଜାର ରୋଗୀଙ୍କର ଆଶୀର୍ବାଦ ଓ ସ୍ନେହଶ୍ରଦ୍ଧା ଭଲପାଇବାକୁ ପ୍ରାପ୍ତ କରୁଛି। 


            


Rate this content
Log in

Similar oriya story from Inspirational