ଢାଲ
ଢାଲ
ଜଙ୍ଗଲ ମଝିଟାରେ ଗାଡି ବ୍ରେକ ଦେବାକୁ ବାଧ୍ୟ ହେଲା କାରଣ ମାମାଲିର ଶଶୁରଙ୍କ ଛାତି ଭୀଷଣ ବ୍ୟଥା ସହିତ ଯନ୍ତ୍ରଣା ଦେଉଥିଲା. ମନେ ପଡୁଥିଲା ମାମାଲିର ଯେ ସେ ସବୁଦିନ ନିର୍ଦ୍ଦିଷ୍ଟ ବସରେ ଆସିବାକୁ ବସ ଷ୍ଟାଣ୍ଡରେ ଅପେକ୍ଷା କରିଥିଲା ବେଳେ ସେଦିନ ଖୁବ ବର୍ଷା ହେଉଥିଲା ଓ ତା ପିନ୍ଧା ଶାଢ଼ୀ ପଣତ ଭିଜି ପାଣି ଗଡ଼ିପଡୁଥିଲା ତ କେତେକ ଗୁଣ୍ଡା ବଦମାସ ତଥା ଅସାମାଜିକ ଯୁବକ ତା ଆଡକୁ ଚାହିଁଥିଲା ବେଳେ ଜଣେ ବୃଦ୍ଧ ତା ଆଡକୁ ପ୍ୟାକେଟଟିଏ ବଢ଼େଇ କହିଥିଲେ ଏଥିରେ ତୁମକୁ ହେଲାପରି ଡ୍ରେସଟିଏ ଅଛି, ପିନ୍ଧିପକାଅ ଝିଅ. ଗୋଟା ସାରା ତିନ୍ତି ବୁଡି ସାରିଲଣି. ମତେ ଲାଜ କରନା. ମୁଁ ତୁମ ବାପ ପରି.ଆଢୁଆଳ କରି ଢାଲ ହୋଇ ଠିଆ ହୋଇ ରହୁଛି. ଶୀଘ୍ର କାମ ସାର. ମାମାଲି ମଧ୍ୟ କାଳ ବିଳମ୍ବ ନକରି ବୃଦ୍ଧଙ୍କ ଆଢୁଆଳ ରେ ତାଙ୍କୁ ହିଁ ଢାଲ କରି ଡ୍ରେସଟି ପିନ୍ଧୁ ପିନ୍ଧୁ ବସ ଆସିଯାଇଥିଲା ଓ ସେ ତରତରରେ ଚଢ଼ିଗଲା ସିନା ତା ସିଟପାଖକୁ ଲାଗି ବସିଥିବା ସମ୍ବିତଙ୍କ କୌଣସି କଥାର ଉତ୍ତର ଦେଇପାରିନଥିଲା ସେଦିନ କାରଣ ନିଜକୁ ନିଜେ ସେ ନିଜ ପାଖରେ ଦୋଷୀ ହୋଇସାରିଥିଲା. କାରଣ ସେ ବୃଦ୍ଧ ତାକୁ ଏତେ ସାହାଯ୍ୟ କରିଥିଲେ ମଧ୍ୟ ତାଙ୍କୁ ଡ୍ରେସର ମୂଲ୍ୟ ଦେଇପାରିନଥିଲା କି ପାଲଟା ଶାଢ଼ୀ ଆଣିବାକୁ ଭୁଲି ସାରିଥିଲା. ସମ୍ବିତ କିନ୍ତୁ ଆଶ୍ଚର୍ଯ୍ୟ ହେଉଥିଲେ ମାମାଲିର ଆଚ୍ଚରଣ ଓ ଉଚ୍ଚାରଣରେ. ଭାବୁଥିଲେ ମାମାଲି ପାଇଁ ବାଣୀବିହାର ଛକରୁ ସିଟ ରଖି ପାଇସା ଗଣି କଳ୍ପନା ଯାଏଁ ଆସିବା ବୋଧହୁଏ ତାଙ୍କର ଭୁଲ ହୋଇଯାଇଛି କାରଣ ମାମାଲିର ଆଖି ଦୁଇଟି ଆଉ କାହାକୁ ଖୋଜୁଛି.
ସେଦିନ କିନ୍ତୁ ସମ୍ବିତ ସଙ୍ଗେ ଆସିଥିବା ତା ବାପାଙ୍କୁ ଦେଖି ମାମାଲି ଖାଲି ଆଶ୍ଚର୍ଯ୍ୟ ଚକିତ ନୁହେଁ ବରଂ ସ୍ତବ୍ଧ ହୋଇଯାଇଥିଲା. ଏବେ ତ ସମ୍ବିତଙ୍କ ଆଗେ ସବୁକଥା ଫର୍ଚ୍ଚା ହୋଇଯାଇଥିଲା. ନିଜ ଘର ଅଲଗୁଣୀରେ ମାମାଲି ଶାଢ଼ୀ ନିଜ ହାତରେ ଧୋଇ, ଶୁଖେଇ, ଚଉତେଇ ବାପା ତାଙ୍କ ହାତରେ ରଖିବା ସମ୍ବିତ ମନ ଓ ହୃଦୟରୁ ମାମାଲି ଉପରୁ ଭ୍ରାନ୍ତ ଧାରଣା ଖାଲି କଟି ନଥିଲା ବରଂ ବିବାହ ପକ୍କା ହୋଇଗଲା. ବଧୂ ସାଜି ଆସି ମାମାଲି ନିଜକୁ ଖାଲି ଭାଗ୍ୟବତୀ ମନେ କରୁନଥିଲା ବରଂ ଶଶୁର ରୂପୀ ବାପାଙ୍କ ମମତା ଓ ସ୍ନେହ ତଥା ଶ୍ରଦ୍ଧାରେ ବାନ୍ଧି ହୋଇ ପଡିଥିଲା. ଆଜି ସେହି ବାପା ତୁଲ୍ୟ ଶଶୁରଙ୍କର ଘର ପାଖ ଜଙ୍ଗଲ ରାସ୍ତାରେ ଦେହ ଖରାପ ହୋଇ ଛାତି କାଟିବା କଥାଟାକୁ କିଏ କୋଉ ଦୃଷ୍ଟିରେ ଦେଖି ଭୋଜି ଖାଇ ଗ୍ୟାସ ହୋଇଯାଇଥିବ କହୁଥିଲା ବେଳେ ମାମାଲି ର ଏକାଜିଦ ଗାଡିକୁ ହସ୍ପିଟାଲ ନେବାକୁ ହେବ. ମାମାଲି ଯେବେ ଜାଣିଥିଲା ଶଶୁରଙ୍କ ଦୁଇଟି ଯାକ କୀଡୀନ ଖରାପ ତ ସେ ନିଜେ ଗୋଟେ ଦେଇ ଶଶୁରଙ୍କୁ ବଞ୍ଚାଇ ରଖିବାକୁ ମୋଟେ କୁଣ୍ଠା ପ୍ରକାଶ କରିନଥିଲା.ସ୍ୱାଧୀନତା ଦିବସ ଦିନ ସ୍ବାଧୀନ ଭାବେ କୀଡୀନ ପ୍ରଦାନ କରି ମାମାଲି ସୁନାବୋହୁ ହୋଇଗଲା.
