ରଙ୍ଗୀନ ରେଙ୍ଗୁନ
ରଙ୍ଗୀନ ରେଙ୍ଗୁନ
2 mins
0
ରେଙ୍ଗୁନ ସହରର ଏକ ନଦୀ ପାଖେ ରହୁଥିଲେ ବେଙ୍ଗ ବେଙ୍ଗୁଲି ଦୁହେଁ.ସାରୁ ପତ୍ର ତଳେ ରହି ଦେଖୁଥିଲେ ବର୍ଷାକୁ. ବର୍ଷାରେ ସବୁଜ ସହର ରଙ୍ଗୀନ ଲାଗୁଥିଲା. ସାତରଙ୍ଗର ରଙ୍ଗୀନ ଛତା ଘେରିରେ ସହର ଲାଗୁଥିଲା ସତେ ଇନ୍ଦ୍ରଧନୁ ପଡିଛି ଖସି କିନ୍ତୁ ବନ୍ୟା ଜଳ ଭାଷି ଆସି ନଈ କୂଳ ଲଙ୍ଘିଛି. ନଈରେ ଥିବା ଜୀବ ଯଥା ମାଛ, କଙ୍କଡା, ବେଙ୍ଗ ସାପ ସମସ୍ତେ ଆକତା ମାକତା ହୋଇ ସ୍ଥଳ ଭାଗକୁ ଚାଲିଆସୁଛନ୍ତି. ଯିଏ ଆମ ବେଙ୍ଗ ଜାତି ପରି ସେ ସିନା ସ୍ଥଳ ଭାଗରେ ରହିଯାଇ ପାରିବ କିନ୍ତୁ ସବୁ ଜୀବ ମାନେ କୁଆଡୁ ରହିବେ!ଲୋକମାନେ ଛତା ଧରି କଉ, ରତା ଆଦି ମାଛ ସବୁଙ୍କୁ ଧରି ନେଉଥିଲା ବେଳେ ବ୍ରାହ୍ମଣିଆ ବେଙ୍ଗ ମଧ୍ୟ ଛାଡ଼ ପାଉନି. ଏସବୁ ଦେଖୁ ଦେଖୁ ବେଙ୍ଗୁଲି ମନକୁ ଆସିଲା ଛତା ଖଣ୍ଡେ ଥିଲେ ସେମାନେ ତା ତଳେ ରହିପାରନ୍ତେ ନହେଲେ ଏ ଯୋଉ ବନ୍ୟା କୋଉ ସାରୁପତ୍ର ସମ୍ଭଳା ପଡି ରହିବ!ଉପରୁ ଟୁପୁରୁ ଟୁପୁରୁ ବର୍ଷା କୁ ତଳେ ଜୁଆର. ବେଙ୍ଗ ମନକୁ କଥାଟା ପାଇଲା. ଦୁହେଁ ଉଭୟଚର ପ୍ରାଣୀ ହୋଇଥିବାରୁ ଛତା ସନ୍ଧାନରେ ବଜାର ବାହାରିଲେ.
ଯୋଉଠି ଦେଖିବ ସେଇଠି ଜଳ ଆଉ ଜଳ. କେହି କେହି କହୁଥିଲେ ଜଳ ବିହୁନେ ସର୍ବନାଶ.. ଜଳ ଗହଳେ ସର୍ବନାଶ. କଥାଟାର ଅର୍ଥ ବେଙ୍ଗ ବୁଝେଇ ଦେଇଥିଲା ବେଙ୍ଗୁଲି କୁ ଏମିତି ଯେ ଅତିରୁ ଇତି ଅର୍ଥାତ ଠାକୁର ଯାହାକୁ ଯୋଉ ସ୍ଥାନରେ ଯେତିକିରେ ରଖିଛନ୍ତି ସେତିକିରେ ରହିବା ଉଚିତ. ଅଧିକା ହେଲେ କି କମ ହେଲେ ଖରାପ. ସେତେବେଳକୁ ଦୁହେଁ ଗୋଟେ ବରା ଆଳୁଦମ ଦୋକାନୀ ର ବଡ଼ଛତା ଉପରେ ଚଢି ତା ସୁନ୍ଦରିଆ ରଙ୍ଗ ଢଙ୍ଗ ଦେଖୁ ଦେଖୁ ଜଣେ ଗରାଖ କହୁଥିଲେ ଭାଇ ତୁମ ଛତା ଉପରେ ଦୁଇଟା ବେଙ୍ଗ,ଯଦି ସେମାନେ ଖସି ପଡନ୍ତି ତ ତୁମ ବରା ହାଣ୍ଡି ଗଲା ଜାଣ. ସବୁ ନଷ୍ଟ ହେବ. ଆଉ ନକହି ଯଦି ତୁମେ କାହାକୁ ବିକ୍ରୀ କର ତେବେ ପାପ ମୁଣ୍ଡେଇ ସାରା ଜୀବନ ଦୁଃଖ ପାଇବ. ଆଉ ଜଣେ ଗରାଖ କହୁଥିଲା ମୁଁ ଜଣେ ବିଜ୍ଞାନ ଛାତ୍ର. ଧରିନେଇ ବେଙ୍ଗ ଦୁଇଟିକୁ ମତେ ଯଦି ଦେଇ ଦିଅନ୍ତ ମୁଁ ସେ ଦୁହିଁଙ୍କୁ ନେଇ ବିଜ୍ଞାନଗାରରେ କାଟି ଅନେକ ତଥ୍ୟ ଲୋକଲୋଚନକୁ ଜଣାନ୍ତି.ଯେମିତିକି ବେଙ୍ଗ କେମିତି ଉଭୟଚର, ମଣିଷ କାହିଁକି ନୁହେଁ!ତଥା ବେଙ୍ଗ ଦେହର କେଉଁ କେଉଁ କୋଷ ମଣିଷର ଉପକାରୀ ଅବା ଅପକାରୀ!ପୁଣି ବେଙ୍ଗ କରୋନା ବାହାକ ନା ନୁହେଁ ଇତ୍ୟାଦି ଇତ୍ୟାଦି ଜାଣି ମଣିଷର ଉପକାର କରିବାପାଇଁ ତଥ୍ୟ ସବୁ ସମାଜର ସାମ୍ନାରେ ଉପସ୍ଥାପିତ କରନ୍ତୁ. ବେଙ୍ଗ ବେଙ୍ଗୁଲି ଏକଥା ଶୁଣି ଖପଖାପ କୁଦା ମାରି ସାରୁବୁଦା ମୂଳେ ଲୁଚିଯିବା ବେଳେ ବେଙ୍ଗୁଲି କହୁଥାଏ ଠିକ କଥା ଭଗବାନ ଯାହାକୁ ଯୋଉଠି ରଖିଛନ୍ତି ତାହା ତାର ଉପଯୁକ୍ତ ସ୍ଥାନ ଅଟେ.ବେଙ୍ଗ କହୁଥିଲା ଏଇ ଅନ୍ଧାରୀ ମୁଲକରେ ଅନ୍ଧାରୀ ବାବା ହୋଇ ରହିଲେ ଜୀବନ ବଞ୍ଚିଯିବ ଲୋ ମିତଣୀ. ବେଙ୍ଗୁଲି ମୁଣ୍ଡ ଟୁଙ୍ଗାରି ମୌନେ ସମ୍ମତି ଲକ୍ଷଣ କଥାଟିକୁ ସତ ସାବ୍ୟସ୍ତ କରୁଥିଲା ଯେମିତି.ସେଇଦିନଠୁ ବେଙ୍ଗ କହେ ବେଙ୍ଗୁଲି ତୁ ପୋତ ଛତା... ବେଙ୍ଗୁଲି ଉତ୍ତର ଦିଏ ଶିଖାନା ଶିଖାନା ମତେ ଛତା ଖାଲି ବାଆ କୁ ବତା... qଵନିଯା ଵନିଯା ତୁ ଅନ୍ଧାରି ମୂଲକ ବାବା ଲଗେଇ ଚନ୍ଦନ ଚିତା ସଙ୍ଗେ ପିନ୍ଧି ପଇତା.... ଯାଆ ଆଣିଦେବୁ ରଙ୍ଗୀନ ଜୋତା ଓ ଛତା... ପିନ୍ଧି ଜୋତା ଧରି ହାତେ ଛତା ଦେଖିବାକୁ ଯିବି ରଙ୍ଗୀନ ସହରର ଆଲୋକ ପଡି ସୁନ୍ଦର ସୁନ୍ଦର ହତା. ବେଙ୍ଗ ଓ ବେଙ୍ଗୁଲି ଦୁହେଁ ହସୁଥିଲେ ରଙ୍ଗୀନ ହସ ଯେମିତି.
