STORYMIRROR

Gayatri Singh

Tragedy

3  

Gayatri Singh

Tragedy

ଦାରିଦ୍ର‌୍ୟ

ଦାରିଦ୍ର‌୍ୟ

2 mins
364


କୁହୁଡିରେ ଆଚ୍ଛାଦିତ ଶୀତ ସକାଳ । ପାଖରୁ କିଛି ଦୃଶ୍ୟ ହେଉଥିଲେ ମଧ୍ୟ ଦୂରକୁ କିଛି ଦିଶୁ ନାହିଁ । କାଁ ଭାଁ କେତୋଟି ଚାରିଚକିଆ ଦୁଇଚକିଆ ଯାନ ବ୍ୟତୀତ ରାସ୍ତା ପ୍ରାୟ ଶୁନ୍‌ଶାନ୍ । ସେହି ଚାରିଚକିଆ ଗାଡି ମଧ୍ୟରେ ସକାଳର କ୍ଷୀର ଗାଡି ଦୁଇଟି ଏପଟ ସେପଟ ହେଉଛି । ହୋଟେଲ ସାମ୍ନାରେ କ୍ଷୀର ପନୀର ଗାଡି ସହିତ ଚିପସ୍ ଚକୋଲେଟ ଗାଡି ଠିଆ ହୋଇଛି । ପାଖରେ ସ୍କୁଲ । ଆଜି ଶନିବାର ଥିବାରୁ ସକାଳୁ ସକାଳୁ ରାସ୍ତାରେ ପିଲା ମାନଙ୍କର ଭିଡ । କାହାର ସାଇକେଲ ପଛପଟ କେରିଅଲ ରେ ବହି ବ୍ୟାଗ ଅଛି ତ କାହାର ସାମ୍ନା ପାଖ ବାସ୍କେଟ ରେ ବହି ବ୍ୟାଗ । ସମସ୍ତେ ସ୍କୁଲ ମୁହାଁ ।


ସ୍କୁଲ ଫାଟକ ଖୋଲିବାକୁ ଡେରି ଅଛି । ପିଲାମାନେ ବହୁତ ସିନସିଅର । ସ୍କୁଲ ଗେଟ ଖୋଲି ନଥିବାରୁ ପାଖ ଚିପସ୍ ଚକୋଲେଟ ଦୋକାନରେ ଭିଡ ଜମାଇଛନ୍ତି । ସେହି ଭିଡ ଭିତରୁ ଜଣେ ପିଲାକୁ ଆବିଷ୍କାର କଲି । ସମସ୍ତଙ୍କ ସାଇକେଲରେ ସ୍କୁଲ ବ୍ୟାଗ ଥିବାବେଳେ ତା ସାଇକେଲରେ କାଠ ବୋଝ ଟିଏ ବନ୍ଧା ହୋଇଥିଲା । ପିଲାମାନଙ୍କ କଥାବାର୍ତା ହସମଜା କୁ ସେ ମନଭରି ଉପଭୋଗ କରି ଖୁସି ହେଉଥିଲା । ଆରେ ତା ବ୍ୟାଗ କାଇଁ । ସେ ବି ସ୍କୁଲ ଡ୍ରେସ ପିନ୍ଧିଛି,ହେଲେ ତା ସାଇକେଲ ରେ ବ୍ୟାଗ ପରିବର୍ତେ କାଠ ବୋଝ ଟିଏ କଣ ପାଇଁ ରଖା ଯାଇଛି । କାଇଁ କେଜାଣି ତାର ଜାଣିବା ପାଇଁ ଉତ୍କଣ୍ଠା ଜାତ ହେଲା । ସେ କିଛି ଦୂରରେ ଠିଆ ହୋଇ ଅନୁଧ୍ୟାନ କଲା ତା ଗତିବିଧି ଉପରେ ।


କିଛି ସମୟ ପରେ ସ୍କୁଲ ଗେଟ ଖୋଲା ଯିବା ପରେ ପିଲା ମାନେ ସ୍କୁଲ ଭିତରକୁ ଚାଲିଗଲେ । ଉକ୍ତ ପିଲାଟି ସାଇକେଲରେ ବନ୍ଧା ଯାଇଥିବା କାଠ କୁ ଖୋଲି ହୋଟେଲ ଭିତରେ ଥୋଇଦେଲା । ହୋଟେଲ ମାଲିକ ତାକୁ କିଛି ଟଙ୍କା ଦେବା ପରେ ପକେଟରେ ପୁରାଇ ଦେଲା । ଫେରିବା ବାଟରେ ତାକୁ ଅଟକାଇ ପଚାରିଲି, ଆରେ ତୁ ସ୍କୁଲ ଡ୍ରେସ ପିନ୍ଧି ସ୍କୁଲ ନଯାଇ କାଠ କଣ ବିକୁଛୁ । ନାଇ ବାବୁ ମୁଁ ପାଠ ପଢୁନି । ମୋ ମାଆ ପର ଘରେ ମୂଲ ଲାଗି ପଇସା ସହିତ ପିନ୍ଧିବା ପାଇଁ ବାବୁ ଘରୁ ଢ୍ରେସ ଆଣେ । ଏ ସ୍କୁଲ ଡ୍ରେସ୍ ବି ବାବୁଘର ଦେଇଥିଲେ । ମୋ ଆଖିରେ ଲୁହ ଭରିଗଲା । ସୂର୍ଯ୍ୟଙ୍କ ତେଜରେ ଆଲୋକିତ ହୋଇ ସାରିଥିଲା ସମଗ୍ର ପରିବେଶ । 



Rate this content
Log in

Similar oriya story from Tragedy