sonalika😊 Dash🤗

Tragedy

3.8  

sonalika😊 Dash🤗

Tragedy

ଦାମ୍ପତ୍ୟ ଝଡ

ଦାମ୍ପତ୍ୟ ଝଡ

2 mins
165


 ରାସ୍ତା କଡରେ ବସି ଭିକ ମାଗୁଥାଏ ଏଗାର ବର୍ଷର ପିଲାଟିଏ । ଦାମ୍ପତ୍ୟ ଝଡ ଆସି ବସେଇ ଦେଇଛି ରାସ୍ତା କଡ଼ରେ । ଏହାର ବାପା ମାଆ ହୋଇ ଯାଇଛନ୍ତି ଅଲଗା । ହେଲେ କେବେ କେହି ପିଲାଟି କଥା ଚିନ୍ତା କରି ନାହାନ୍ତି । ମାତ୍ର ପିଲାଟି ହାରି ଯାଇନି । ସେ ଲଢେଇ କରୁଛି । ଥରେ ରାସ୍ତାରେ ଗଲାବେଳେ ଦେଖିଲା ଗୋଟେ ଅନାଥ ଆଶ୍ରମ । 


ଏହାର ଭିତରେ ବିତିଗଲା ୧୧ ବର୍ଷ । ଆଉ ସେଇ ଆଶ୍ରମର ନିୟମ ଥିଲା ୨୨ ବର୍ଷ ପରେ ସେ ଆଶ୍ରମ ଛାଡ଼ିବାକୁ ପଡିବ । ତା ପରେ ସେ ଗୋଟିଏ ଲୁଗା ଦୋକାନରେ କାମ କଲା । ସିଏ ତା ବାପା ମାଆଙ୍କୁ ବହୁତ ଘ୍ରୁଣା କରୁଥଲା । ୪ ମାସ ସେ ସେଇ ଦୋକାନରେ ରହି କାମ କଲା । ଗୋଟିଏ ଦିନ ଗୋଟିଏ ସ୍ତ୍ରୀ ଲୋକଟି ଶାଢୀ କିଣି ବାକୁ ଆସି ଥିଲା ବୟସ ପ୍ରାୟ ୫୦ ହେବ । ବିଧବା । ତା ସାଙ୍ଗରେ ଗୋଟିଏ ଝିଅ ଥିଲା । ସେଇ ସ୍ତ୍ରୀ ଲୋକ ତାକୁ ପଚାରିଲେ ତୁମେ କିଏ ବାବା । ପିଲାଟି ସ୍ମିତ ହାସ୍ୟ ଦେଇ କହିଲା । ମୁ ଗୋଟେ ଅନାଥ । ନାହିଁ ବାବା ତମକୁ କୋଉଠି ଦେଖିଛି । ମୋତେ ଯଦି ଦେଖି ଥିବେ ୧୦ ବର୍ଷ ତଳେ । କହି ଶାଢୀ କାଢିବାକୁ ଲାଗିଲା । ସ୍ତ୍ରୀ ଲୋକଟି ମନରେ ଆହୁରି ସନ୍ଦେହ ଜାତ ହୁଏ । ବାବା ତ ବିଷୟରେ ମୋତେ ସବୁ କହ । ତୋ ବାପା ନାଆଁ କଣ । ତୋ ଘର କେଉଁଠି । ପିଲାଟି ରାଗ ଜରଜର କହିଲା, ମୁଁ ଗୋଟେ ଅନାଥ । ଆଉ ମୋ ଘର ଅନାଥଆଶ୍ରମ । ସ୍ତ୍ରୀ ଲୋକଟି ତାକୁ ପାଖକୁ ଡ଼ାକି କହିଲା ତୁ ମତେ କିଛି ଲୁଚୋଉଛୁ । ପିଲାଟି ଆହତ କଣ୍ଠରେ କହିଲା । ମୋ ବାପା ନାଆଁ ବିରାଜ ପ୍ରଧାନ । ଆଉ ମୋ ମାଆର ନାଆଁ ମୋନାଲିସା ପ୍ରଧାନ । ଆଉ ଆମ ଘର ସହିଦ୍ ନଗର । ହେଲେ ମୋ ବାପା ମାଆ ଦୋଷ କଲେ, ମୁଁ ଦଣ୍ଡ ପାଇଲି । ସ୍ତ୍ରୀ ଲୋକଟି ଆଖି ରୁ ଟୋପା ଟୋପା ଲୁହ ଗଡୁଥିଲା । ପିଲାଟି କହିଲା ମୁଁ ଯଦି ଜୀବନରେ କେବେ ମୋ ବାପା ମାଆଙ୍କୁ ପାଏ । ତାହାଲେ ମୁଁ ତାଙ୍କୁ ପଚାରିବି ମୋ ଭୁଲ କ'ଣ । ସ୍ତ୍ରୀ ଲୋକଟି ସେ ପିଲା ଗୋଡ ତଳେ ପଡି ଯାଇ କହେ । ମୁଁ ତୋର ମାଆ !!!!! ତୁ ମୋ ବିଜୁ । ପିଲାଟି କହେ । ମୋ ମା:::::::ଆ । ତମେ ମାଆ ନୁହେଁ, ମାଆ ନାଆଁରେ କଳଙ୍କ !! ମାଆ ତମେ ମାଆ । ତମେ କେବେ ମାଆ ହବାର ଦାୟିତ୍ୱ ତୁଲାଇଥିଲ ନାଁ । କେବେ ଖୋଜିଛ ମୋର ବାର ତେର ବର୍ଷର ପିଲାଟା ଗଲା କୁଆଡେ । ବିଜୁରେ ମୁଁ ତତେ ବହୁତ ଖୋଜିଛି । ଥାନାରେ ଅଭିଯୋଗ ବି କରିଛି । ହେଲେ ତୋ ବାପାଙ୍କ ମରିବା ମୋତେ ଅଟାକାଇଦେଲା ‌‌ । ମୁଁ ଶୁଣିଲି ତ ବାପାଙ୍କ ସାଙ୍ଗ ତୁ ବି..


ବିଜୁ-ମାଆ ମୋତେ ଆଉ କିଛି କହନା 


ମା-ବିଜୁ ମୋ ପୁଅ ଆ ମୋ କୋଳକୁ ଆ


ବିଜୁ-ମାଆ ତୁ ମତେ ତ କୋଳକୁ ନବୁ । 



ସୋନାଲିକା ଦାଶ ମଠ ସାହି ସରକାରୀ ବିଦ୍ୟାଳୟ (ଭଦ୍ରକ)


Rate this content
Log in

Similar oriya story from Tragedy