STORYMIRROR

Prafulla Kumar Tripathy

Classics

3  

Prafulla Kumar Tripathy

Classics

ଛାୟା ଚିତ୍ର

ଛାୟା ଚିତ୍ର

1 min
226

କାଚଟିକୁ ଭଲକରି ସଫାକଲେ ଦେଖାଯିବ ପୁରୁଣା ଦିନର ସେ ସ୍ମୃତି ସବୁ। ପ୍ରଥମେ ଯାହାକୁ ଦେଖୁଛ ପଗଡି କୋଟ ପିନ୍ଧି ଯିଏ ବସିଛନ୍ତି,ସେ ହେଉଛନ୍ତି ମୋ ଜେଜେ।ସେ ଆମଘରର ପ୍ରଥମ ପୁରୁଷ ଆମ ପରିବାରର ମୁରବି।

ବାପା ଜନ୍ମହେବାର କିଛିଦିନ ପରେ ମୋ ଜେଜେମା ଚାଲି ଯାଇଥିଲେ । ବାପା କହନ୍ତି ସେ କୁଆଡେ ଭାରି ଧର୍ମ ପରାୟଣ ଥିଲେ।ସକାଳୁ ଠାକୁର ପୂଜା ସାରି ତୁଣ୍ତରେ ଦିଏ ତୁଳସୀ। ଏବେ ସେ ଆମ ପାଖରେ ନାହାନ୍ତି।

ବହୁ ବର୍ଷ ହେଲାଣି ଜେଜେମା, ଜେଜେ ବାପା ଯିବାର ସେତେ ବେଳକୁ ମୁଁ ଜନ୍ମ ହୋଇନଥାଏ।

ଜେଜେଙ୍କ ପାଖରେ ଲାଗି ଯାହାକୁ ଦେଖୁଛ, ସିଏ ହେଉଛନ୍ତି ମୋ ବାପା ବୋଉ । ଏମାନେ ଘରର ଦ୍ବିତିୟ ପିଢି। ଜେଜେ ମାଙ୍କର ଏକମାତ୍ର ପୁଅ ବୋହୁ। ଜେଜେ ବାପାଙ୍କର ପ୍ରିୟ । ସର୍ବା ପଛରେ ତୃତିୟ ଚତୁର୍ଥ ପିଢି। ଆମେ ଦୁଇ ଭାଇ,ଚାରି ଭଉଣୀ,ତିନି ପୁତୁରା ମୋ ଦୁଇ ପୁଅ,ମୋ ସ୍ତ୍ରୀ ମୋ ଭାଉଜ ମିଳିମିଶି ଠିଆ ହୋଇଛୁ। ସାମାଜିକ ଦୂରତାକୁ ସମ୍ନାନ ଦେଇ। ଏବେ ଆମେ ଦୁଇ ଭାଇ

ଯିଏ ଯାହା ଜାଗାରେ,ଯିଏ ଯାହା କାମରେ ବ୍ଯସ୍ତ ଭଲ ମନ୍ଦ ପର୍ବ ପର୍ବାଣିରେ ଏକାଠି ଆମେ ସଭିଁଏ ମିଶୁ।

ଫୋଟଟି ଯେତେ ପୁରୁଣା ହେଲେବି ସେଦିନର ସେହି ମଧୁର ମୂହୁର୍ତ୍ତ ଏବେବି ମଳିନ ନପଡି ବର୍ତ୍ତମାନ ଯନ୍ତ୍ରଣାକୁ ଲାଘବ କରୁଅଛି ପୁରୁଣା ଫୋଟଟିର ସେହି ସ୍ମୃତିକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Prafulla Kumar Tripathy

Similar oriya story from Classics