ଚାଷୀଙ୍କ ଦୁଃଖ.....
ଚାଷୀଙ୍କ ଦୁଃଖ.....
ବଳକୁ ଯୁଟେଇ
'ଜୱାଦ' ବାତିଆ
ମୁହଁକୁ ତାହାର କାଢି ।
ସମୁଦ୍ର ଭିତରୁ
ଗରଜନ କରି
ଆସିଥିଲା ସିଏ ମାଡି ।
ଶୁଣି, ଶୁଖୀଥିଲା ନାଡ଼ି ।
ଭାବୁଥିଲେ ସବୁ
ଛାରଖାର କରି
ପକାଇବ ସିଏ ତାଡି ।
ହେଲେ ସ୍ଥଳ ଭାଗ
ଛୁଇଁବା ଆଗରୁ
ଦୁର୍ବଳ ହୋଇଲା ସିଏ ।
ଖୁସି ଆନନ୍ଦରେ
ଗଦଗଦ ସବୁ
ଏକଥା ଶୁଣୁଛି ଯିଏ ।
କେଡେ ଖୁସି କଥାଟିଏ ।
ଲୋତକ ଝରାଇ
କାଳିଆ ପାଖରେ
ମୁଣ୍ଡିଆ ମାରୁଛି କିଏ ।
କୋଟି କୋଟି ଲୋକ
ଦୁଃଖ ବେଦନାକୁ
କାଳିଆ ଦିହକୁ ନେଲା ।
ତାଆରି ଦୟାରୁ
ଭୟଙ୍କର ବାତ୍ୟା
ସମୁଦ୍ରେ ଦୁର୍ବଳ ହେଲା ।
ସଭିଙ୍କୁ ଆନନ୍ଦ ଦେଲା ।
ଜୟ ଜଗନ୍ନାଥ
କହୁଛନ୍ତି ସବୁ
ପାଟିକୁ କରିକି ମେଲା ।
ବାତ୍ୟା ସିନା ଯିବ
ବାତିଆ ବାଟରେ
ଖୁସି ହେଉଅଛି ମନ ।
ହେଲେ ତା' କୋପରେ
କ୍ଷତି ହେଲା ଯାହା
ଶୁଣିଥାରେ ମୋର ଧନ ।
ବର୍ଷା ହୁଏ ଘନ ଘନ ।
କ୍ଷେତରେ ପାଚିଲା
ଧାନ ଉଜୁଡିଲା
ଜାଣିଥାରେ ଏଇସନ।
