ବର୍ଷା ଆସିଥିଲା
ବର୍ଷା ଆସିଥିଲା


ହଁ, ବର୍ଷା ଆସିଥିଲା, ଟାଙ୍ଗରା ମାଟିକୁ ଓଦା କରିଥିଲା. ସତେ ଯେମିତି ବହୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା . ହଁ ,ରାଜୁ ର ପିଲାବେଳ ସାଙ୍ଗ ବର୍ଷା .ପିଲାଟି ଦିନରୁ ତା ବାପାକୁ ହରେଇ ଥିଲା .ତା ସାଥେ ଏକାଠି ସ୍କୁଲରେ ପାଠ ପଢିବା,ଖାତା ଦିଆ ନିଆ, ଖୁଦୁରୁକୁଣୀ ଓଷା ସମୟରେ_ ତା ପାଇଁ ଫୁଲ ତୋଳିବାକୁ ଯାଇ , ବୋଉ ଠାରୁ କେତେ ଯେ ଗାଳି ଶୁଣିଛି,ତା ଏଠି କହିବା ଅସମ୍ଭବ . ହେଲେ ବାପ ଛେଉଣ୍ଡ ଝିଅ ପ୍ରତି ରାଜୁର କୋଉଠି ନା କୋଉଠି ଦରଦୀ ମନଟା ଢଳି କି ରହିଥିଲା. ଯେଉଁ ଦିନ ସନା ମାଷ୍ଟ୍ରେ ରାଜୁର ବାପାକୁ କହିଲେ "ତୁମ ରାଜୁ ଆଜି ସ୍କୁଲ ଆସି ନ ଥିଲା ଯେ" _ତାପରେ ବାପା ଆସି ହଳୁଆ ପାଞ୍ଚଣ ରେ ତା ପିଠି ରେ କଲେ ମନଇଚ୍ଛା ଦସ୍ତଖତ କିନ୍ତୁ ଘଟଣାର ଅନ୍ତରାଳେ ଥିଲା ସହପାଠୀନୀ ବର୍ଷା କୁ ଜ୍ଵର.
ପାଖ ଗାଁ ବଇଦ ପାଖକୁ ଯାଇ ଔଷଧ ଆଣି ଦେଇଥିଲି, କେତି ମାଉସୀ କୁ. କେତି ମାଉସୀ ବି ଝିଅ ବର୍ଷା ପାଇଁ କାନ୍ଦି ପକାଇଥିଲେ .ତେଲ ଲୁଣ ସଂସାର ଭିତରେ ଜଣେ ବିଧବା ମାଆର ନିଜ ସନ୍ତାନ ପାଇଁ କେତେ ଯେ, ବାତ୍ସଲ୍ୟ ଭରି ରହିଛି ମୁଁ ବୁଝି ଯାଇଥିଲି.
ସେ ଦିନର ଘଟଣା ପାଇଁ ରାତିରେ, ବାପାଙ୍କ ଠାରୁ ମାଡ଼ ଖାଇବାର କା'ହିଁ ଟିକିଏ ହେଲେ ବି ଅନନୁଶୋଚନା ନ ଥିଲା ତାର. ଅନେକ ଥର ମନକଥା ବର୍ଷା କୁ ଜଣେଇବ ବୋଲି ଭାବିଛି. ସେ ହେଲେ ଯୁଉ ପାଇନି ତାର .ବର୍ଷା ବି ଅନେକ ଥର ଭାବିଛି. କିନ୍ତୁ ,ମାଟିର କାଇଁଚ ସେ. ଏତେ ବଡ଼ ସ୍ଵପ୍ନ ଦେଖିଲେ ଲୋକ ହସା ହୋଇଯିବନି ତ ,ଗାଁ ର ଦୁନିଆଁ ତା ମାଆ କୁ ହଜାରେ ପ୍ରଶ୍ନ କରି ବେନି ତ, ଏମିତି ଗୁଡ଼ାଏ ଅସମାହିତ ପ୍ରଶ୍ନ ତାକୁ ବୁଢିଆଣୀ ଜାଲ ପରି ଛନ୍ଦି ପକାଉ ଥାଏ.
ସତର ଫଗୁଣ ପରେ , ହଠାତ୍ ବାପା ରାଜୁକୁ ସହର ପଠେଇ ଦେଲେ ଉଚ୍ଚ ଶିକ୍ଷା ପାଇଁ। ସବୁ ତା ଭାଗ୍ୟ ର ବିଡ଼ମ୍ବନା. ସେଇ ବର୍ଷ କେତି ମାଉସୀ ଝିଅ ବର୍ଷା କୁ ବାହା ଦେଇଦେଲେ .ରାଜୁ ର ଦୁନିଆଁକୁ କଳା ବାଦଲ ମାଡ଼ି ଆସିଲା. ସେ ନିଜ କୁ ନିଜେ ବାପା ମାଆଙ୍କ ପାଇଁ ତା'ର ସ୍ଵପ୍ନ ଉପରେ କବର ଦେଇ ଦେଲା। ଆଉ ସେ ,କରି ପାରି ଥାଆନ୍ତା ବା କ'ଣ
ସମୟ ବଦଳି ଯାଇଛି,ଆଜି ତା ପାଖରେ ଗାଡ଼ି ଘୋଡା ସବୁ ଅଛି .ହେଲେ ବର୍ଷା ନାହିଁ ଏମିତି ରେଳ ଷ୍ଟେସନରେ ବସି ଭାବୁ ଭାବୁ, ଜଣେ ଅଳ୍ପ ବୟସ୍କ ବିଧବା ଲୋକ, ନୁଖୁରା ମୁଣ୍ଡ,କାଖରେ ଚିରା ଲୁଗା ଗଣ୍ଠିଲି ଧରି ପହଞ୍ଚିଲା ଆଉ ରାଜୁକୁ ମାଗିଲା,ଏ ବାବୁ କିଛି ପଇସା ଦିଅ, ମୁଁ କିଛି ଖାଇନି ରାଜୁ ନିଜ ପକେଟ୍ ରୁ କିଛି ପଇସା ଦେଲା। ଆରେ ଏ କ'ଣ ,ୟେତ ମୋ ବର୍ଷା, ହଁ ହଁ ମୋ ବର୍ଷା ପଛରୁ ରାଜୁ ଯେତେ ଡାକିଲେ ବି ସେ ଆଉ ଶୁଣି ଲାନି,ଆଉ ଗୋଟେ ଟ୍ରେନ୍ ରେ ବସି ସେ ଚାଲିଗଲା. ହଠାତ୍ ଅଦିନିଆ ପବନ ଆଉ ବର୍ଷା କୁଆଡେ ଥିଲା କେଜାଣି? ମାଡିଆସିଲା ଷ୍ଟେସନର ପରିସରରେ ଶୀତଳ ସମୀରଣ ଖେଳିଗଲା .ରାଜୁ ତା କୋହ ସମ୍ଭାଳି ପାରିଲାନି ଖାଲି ପାଗଳଙ୍କ ପରି କହି ଚାଲିଥିଲା_
ମୋ ବର୍ଷା ଆସିଥିଲା
ହଁ.... ହଁ .... ବର୍ଷା ଆସିଥିଲା