ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ବଳିଦାନ

ବଳିଦାନ

2 mins
7.5K


ବଳିଦାନ

ନଗେନ୍ଦ୍ର ନାଥ ପଟ୍ଟନାୟକ

ଥରେ ଏକ ଘଞ୍ଚ ବଣରେ ନିଆଁ ଲାଗିଗଲା । ଦଲକାଏ ପବନରେ ନିଆଁ ହୁତୁହୁତୁ ହୋଇ ବଣ ସାରା ଆଖି ପିଛୁଳାକେ ଖେଳିଗଲା । ଜଙ୍ଗଲରେ ଯେତେ ସବୁ ଜୀବଜନ୍ତୁ ଥିଲେ ଯିଏ ଯୁଆଡେ ପାଇଲେ ପ୍ରାଣ ବିକଳରେ ଏଣେତେଣେ ପଳାଇଗଲେ । ହେଲେ କୌଣସି ଜନ୍ତୁ ନିରାପଦ ସ୍ଥାନଟିଏ ଦେଖିପାରିଲେ ନାହିଁ । ବଣର ଏକ କୋଣରେ ଛୋଟିଆ ବାଡ ଘେରା ଜାଗାଟିଏ ଥାଏ । ଦଉଡି ଜନ୍ତୁଟିଏ ସେଇଠି ଆସି ପହଞ୍ଚିଲା । ଯେମିତି ସେ ଜାଗାଟିକୁ ଦେଖିଛି ସେଠି ଛିଡା ହେଲା । ତା’ ଦେଖାଦେଖି ଅନ୍ୟ ଜନ୍ତୁମାନେ ସେଠାରେ ଛିଡା ହେଲେ । ଲାଗିଲା ସତେ ଯେମିତି ଜୀବଜନ୍ତୁମାନେ ସେମାନଙ୍କ ସହଜାତ ଶତ୍ରୁତାକୁ ଭୁଲି ଯାଇଛନ୍ତି । ଛେଳି ଓ ସିଂହ , ବିଲେଇ ଓ କୁକୁର , ସେମିତି ଅନ୍ୟ ଜନ୍ତୁମାନେ ପରସ୍ପର ଭିତରେ ଥିବା ବଇରି ଭାବକୁ ଛାଡି ପାଖାପାଖି ଠିଆ ହୋଇଥାନ୍ତି ।

ସେତିକିବେଳେ ବିପଦରେ ପଡି ଛୋଟ ଠେକୁଆଟିଏ ବି ଦଉଡି ଦଉଡି ଆସି ସେଇଠି ପହଞ୍ଚିଲା । ଆଗରୁ ସେ ହଡବଡେଇ ଯାଇଥାଏ । ଡିଆଁଡେଇଁ କରି ଅଳ୍ପ ଜାଗାରେ ସେ ସେଠି ବସିପଡିଲା । ତା’ ଆଗରୁ ନିଆଁରୁ ରକ୍ଷା ପାଇବାକୁ ଯାଇ ହାତୀଟିଏ ସେଠାକୁ ଆସି ଠିଆ ହୋଇଥାଏ । ଠିଆ ହେବା ଅବସ୍ଥାରେ ତା’ ଗୋଡରେ ସେ ଭୀଷଣ ପୀଡା ଅନୁଭବ କଲା । ତା’ର ସେଇ ଜଖମ ଗୋଡକୁ ଉପରକୁ ଟେକି ଧରିଲାବେଳକୁ ଠେକୁଆଟିଏ ଜାଗା ଖୋଜି ଖୋଜି ସେଠାରେ ପହଞ୍ଚିଗଲା । ହାତୀଟିଏ ଗୋଡ ଥୁଆ ଜାଗାଟି ଖାଲି ହେବାରୁ ଠେକୁଆଟି ଲଥ୍‌କିନା ସେଇଠି ବସିପଡିଲା । ଯନ୍ତ୍ରଣା ଟିକେ ଉପଶମ ହେବା ପରେ ହାତୀଟି ଯେତେବେଳେ ନିଜ ଗୋଡଟିକୁ ରଖିବାକୁ ଯାଏ ତା’ର ଆଖି ପଡିଲା ସେଇ ଠେକୁଆ ଉପରେ । ସେ ନିଜ ଜଖମ ଗୋଡଟିକୁ ସେମିତି ଟେକି ରଖିଥାଏ । ଲାଗଲାଗ ତିନିଦିନ ଧରି ଜଙ୍ଗଲର ନିଆଁ ଜଳିବା ପରେ ପୂରା ଶାନ୍ତ ପଡିଲା । ଭୋକ ଉପାସରେ ଆଉଟିପାଉଟି ହେଉଥିବା ଜନ୍ତୁମାନେ ଏଣେତେଣେ ପଳାଇଗଲା ପରେ ହାତୀଟି ତା’ର ଗୋଡକୁ ତଳେ ଥୋଇଲା । କାଳେ ବିଚରା ଠେକୁଆଟି ତା’ ଗୋଡ ତଳେ ମରିଯିବ ସେ ପାଇଁ ସେ ଗୋଡଟିକୁ ଉପରକୁ କରି ଟେକି ରଖିଥିଲା । ତା’ର ହୃଦୟରୁ କରୁଣାର ଧାରା ଝରିପଡୁଥାଏ । ଏଥର ସେ ତା’ ଗୋଡକୁ ଭୂଇଁ ଉପରେ ସ୍ଥିର ଭାବରେ ରଖିବାକୁ ଚେଷ୍ଟା କଲା । ହେଲେ ତାହାର ସେ ଗୋଡ ଦୃଢ ହୋଇ ରହିପାରିଲା ନାହିଁ । ହଠାତ ନିଜର ଭାରସାମ୍ୟ ହରାଇ ହାତୀଟି ଲଥ୍‌କିନା ତଳେ କଚାଡି ହୋଇପଡିଲା । ଏବଂ ଶେଷରେ ତା’ର ପ୍ରାଣବାୟୁ ଉଡିଗଲା । ଦୟା ପରବଶ ହୋଇ ଅନ୍ୟ ପ୍ରାଣୀର ଜୀବନ ରକ୍ଷା କରିବା ଲାଗି ସେ ନିଜର ଜୀବନକୁ ବାଜି ଲଗାଇବାରେ ପଛାଇ ନଥିଲା ।

କୁହାଯାଏ , ଆଗକୁ ହାତୀର ଏହି ଆତ୍ମା ମଗଧର ରାଜକୁମାର ରୂପେ ଜନ୍ମ ନେଲା । ଭଗବାନ ମହାବୀରଙ୍କ ପରମ ଶିଷ୍ୟ ମେଘକୁମାର ନାମ ବହି ଖ୍ୟାତି ଅର୍ଜନ କଲା ।


Rate this content
Log in

Similar oriya story from Children