STORYMIRROR

ରୋଜାଲିନ ସାହୁ

Horror

3  

ରୋଜାଲିନ ସାହୁ

Horror

ଭୟଙ୍କର ଭୟ

ଭୟଙ୍କର ଭୟ

1 min
246

ଦିନଯାକ କାମ ସାରି ରାତି ହେଲା। ସନ୍ଧ୍ୟା ସମୟ ଗାଁ ଲୋକ ସବୁ ସନ୍ଧ୍ୟା ଟିକେ ହୋଉଣୁ ଖାଇ ପି ସୋଇପଡ଼ନ୍ତି। ମୁଁ ଆମ ଘରର ସାନ ଝିଅ।ଭୁବନେଶ୍ୱର ରେ ପାଠପଢୁଥିଲି। ସେଇଠି ଚାକିରୀ ମଧ୍ୟ କରୁଥିଲି। ବହୁତ ଦିନ ହେଲା ଘଋକୁ ଆସି ନଥିଲି। ବୋଉ, ବାପା କତେ ଫୋନରେ ଡାକୁ ଥାନ୍ତି କିନ୍ତୁ ଆସି ପାରୁନଥିଲି। କିଛିଦିନ ପରେ ମତେ ଜର ହେଲା, ଡ଼କ୍ଟର ପଖାଳୁ ଗଲି ଡ଼କ୍ଟର ଚେକ କରି କି ଔଷଧ ଦେଲେ ଖାଇଲି କିନ୍ତୁ ଜର କମିବାର ନା ଧରୁନି  ଗୋଡ ହାତ ସବୁ ବହୁତ ବିନ୍ଧା ଚକଟା ହଉଚି ଭାରି କଷ୍ଟ ହୋଉ ଥାଏ କଣ କରିବି କିଛି ବୁଝି ପାରୁ ନଥିଲି। ଆମର ଟିକେ ଗାଉଁଲି ଗାଁ ଟା ମୋ ବୋଉ କହିଲା ଘରକୁ ଆସେ ଭଲ ଝଡା ଝୁଡ଼ି କରୁଥିବା ବାବା ଙ୍କୁ ଦେଖାଇବା କାଳେ କିଏ କଣ କରି ଦେଇଥିବା ଅହଂକାରରେ। ମୁଁ ତା ଆର ଦିନ ଟ୍ରେନରେ ଟିକଟ କରି ଟ୍ରେନ ରେ ବସିଲି। ରିଜର୍ବେସନ ସିଟ ଶୋଇବା ପାଇଁ ଲାଇଟ ବନ୍ଦ କଲେ ସମସ୍ତେ। ଶୋଇଲେ ସବୁ ମୁଁ ବି ଶୋଇଲି। ରାତି ପ୍ରାୟ ସାଢେ ଦି ଟା ହେବ ଗୋଟେ ଖାଲି ଥିବା ସିଟ ହଲିବାକୁ ଲାଗିଲା। ମୁଁ ଭାବିଲି ପବନ ରେ ବୋଧେ ହଲୁଛି ପୁଣି ଶୋଇଲି।

କିଛି ସମୟ ପରେ ଝରକା ଖୋଲି ହେଲା। ପୁଣି ଶବ୍ଦ ହେଲା ପୁଣି ଉଠିକି ଦେଖିଲି। କୁଆଡେ କିଛି ନାଇଁ, ସମସ୍ତେ ସୋଇଛନ୍ତି। ସତେ ବେଳ ଙ୍କୁ ଟିକେ ଟିକେ ମନରେ ଡର ଆସୁ ଥାଏ। କାହା କୁ କିଛି ନ କହି ଶୋଇଲି ପୁଣି। ତାପରେ ଗୋଟେ ଷ୍ଟେସନ ଆସିଲା ସେଠି ଲାଇଟ ଦେଖି କି ଟିକେ ଖୁସି ଲାଗିଲା। ଗାଡି ପୁଣି ଚାଲିଲା ଆଗକୁ। ତାପରେ ମୁଁ ବସି ଥାଏ। ସେପଟରୁ ଜଣେ ମହିଳା ଆସିଲେ। ଦେଖିବାକୁ ଗୋରା ସୁନ୍ଦର ବହୁତ ଭଲ ଦେଖା ଯାଉ ଥିଲେ। ଅରପଟକୁ ଗଲେ ମୁଁ ଦେଖୁ ଥାଏ ବହୁତ ସମୟ ହେଲା ସେ ଆଉ ଆସିଲେନି। କିଛି ସମୟ ପରେ ମୁଁ ବାଥରୁମ ଗଲି ଯେମିତି କବାଟ ଖୋଲିଚି ସେହି ମହିଳା ଜଣଙ୍କ ରୂପ ବଦଳି ଯାଇ ଥିଲା। ଦେଖିବାକୁ ଏତେ ଡର ଲାଗୁଥିଲା ମୁଁ ସେଇଠି ଠିଆ ହେଇ ରହିଗଲି। ମୋ ହାତ ଗୋଡ ଥରୁ ଥାଏ। କିଛି କହି ପାରୁ ନଥାଏ। ଭୂତ ତାର ଭୟଙ୍କର ରୂପ ଦେଖାଉ ଥାଏ। ମୁଁ ସେଠୁ ଦୌଡ଼ି ମୋ ସିଟ କୁ ଚାଲି ଆସିଲି। ସେଠି ସ୍ତବ୍ଧ ହେଇ ବସିଲି। ଲାଇଟ ଲଗାଇ ଦେଖେ ତ ଟ୍ରେନ ରେ କେହି ନାହାନ୍ତି। ଛାତି ଭିତର ଉତେଜନା ଆଉ ବଢ଼ିବାରେ ଲାଗିଲା। ଥରିବାକୁ ଲାଗିଲି ମୁଁ ଅନ୍ଧାର ରାତି ଖାଲି ଜାଗା, ଏକୁଟିଆ ମୁଁ।ପରେ ଜାଣିଲି ଟ୍ରେନରେ ବସିଥିବା ଯାତ୍ରୀ ସବୁ ପ୍ରେତ ଥିଲେ। ଭୟଙ୍କର ରାତି ଥିଲା ସେଇଟା ମୋ ପାଇଁ। ସକାଳୁ ମୁଁ ଘରେ ପହଂଚି ସବୁ କଥା କହିଲା ବେଳକୁ ମୋ ଦେହ ଥରି ଯାଉ ଥାଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ରୋଜାଲିନ ସାହୁ

Similar oriya story from Horror