ରୋଜାଲିନ ସାହୁ

Others

3.7  

ରୋଜାଲିନ ସାହୁ

Others

ଆଈ ବୁଢୀ

ଆଈ ବୁଢୀ

1 min
299


ମୁଁ ଛୋଟ ଟିଏ ହେଇ ଥାଏ । ମୋ ଆଈ ପାଖରେ ସବୁଦିନ ଶୋଏ । ସେ ସବୁଦିନ ମତେ ଗପ କୁହେ । ତାହେଲେ ଯାଇ ମୁଁ ଶୋଏ । ଆଜି ମୁଁ ଯତେବେଳେ ବଡ ହେଇଯାଇଛି ପୁରୁଣା ଅତୀତ ମନେ ପଡ଼ୁଚି । ସକାଳୁ ଉଠିଲେ ବୁଢୀ କତେ ଗଜର ଗଜର ହୁଏ ମୋ ମାଆ ଉପରେ । ମତେ ଭାରି ରାଗ ମାଡ଼େ ମୁଁ ମଧ୍ୟ ବୁଢୀ ଉପରେ ବରଷି ପଡେ । ହେଲେ ବୁଢୀକୁ ବହୁତ ଭଲପାଏ । ସେ ସବୁଦିନ ଖାଇଲା ବେଳେ ଗପ ଶୁଣାଇ ଖୁଆଇ ଦିଏ । ସନ୍ଧ୍ୟାରେ ଦାଣ୍ଡରେ ଖଟିଆଟିଏ ପକାଇ ଦି ଆଈ, ନାତୁଣୀ ଶୋଇ ଥାଉ । ମୁଁଁ ଚାହିଁ ରହି ଥାଏ ଆକାଶକୁ । ଧଳା ପକ୍ଷୀ ଗୁଡିକ ଧାଡି ଧାଡି ହୋଇ ଉଡି ଯାଉଥାନ୍ତି । କତେ ସୁନ୍ଦର ଦେଖାଯାଉଥାନ୍ତି । ଆକାଶରେ ସପ୍ତର୍ଷିମଣ୍ଡଳ ତାର ପଡ଼ି ଥାନ୍ତି । ବୁଢୀ ଆଈ ମତେ ତାର ଦେଖାଇ ନା କହି ଦିଏ ଆଉ କୁହେ ସ୍କୁଲରେ ସାର ପଚାରିଲେ କହିବୁ । ପନିକିଆ ଶିଖାଏ, ଟୁଆଁ ଟୁଇଁ ଗପ କୁହେ, ଫୁଲ ଗଛ ଗପ କୁହେ ଏମିତି ବହୁତ ଗପ କୁହେ ଭାରୀ ମଜା ଲାଗେ । ରାତି ହେଲେ ଖୁଆଇ ଦିଏ ଆଉ ନିଦ ଆସିଲେ ମତେ କୁହେ ଭାଲୁ ଆସିଗଲା ମୁଁଁ ଜାଣିନି ଭାଲୁ ଆସିଲା ବୋଲି ମିଛରେ କହୁଛି ବୁଢୀ , ସେ ଏମିତି କହିଲା ମାନେ ମୁଁଁ ଡ଼ରିକି ଶୋଇପଡ଼େ, ଆଇ ବୁଢୀ ଗୁଡାକ ଭାରୀ ଚାଲାକ । ଆଜି ମନେ ପଡେ ସେଇ ପିଲାଦିନ କଥା  ।



Rate this content
Log in

More oriya story from ରୋଜାଲିନ ସାହୁ