Santosh Samal

Inspirational

4  

Santosh Samal

Inspirational

ଭୋକ - (ମଣିଷ ଓ ଗାଡିର)

ଭୋକ - (ମଣିଷ ଓ ଗାଡିର)

2 mins
473


ମାର୍ଚ୍ଚ ମାସ ଦିନ ଵାରଟା, ମୁଣ୍ଡ ଉପରେ ଖରା ଥାଏ । ସେଇ ଖରାରେ ମୋତେ ଯିଵାକୁ ଅଛି ୨୦ କି.ମିର ଵାଟ । ଦି' ଦିନ ହେଲା ଦେହ ଅସୁସ୍ଥ ଥିଲା ପେଟରେ ଆହାର ନାହିଁ । ଅସହ୍ୟ ଭୋକଲାଗୁଥାଏ ,ପକେଟରୁ ପର୍ସ କାଢ଼ି ଦେଖିଲି ପାଖରେ ମାତ୍ର ୫୦ ଟଙ୍କା ଅଛି। ଚାରି ଆଡ଼କୁ ଚାହିଁ ଦେଖିଲି ଦୋକାନ କୋଉଠି ଅଛି ? ସହର ଆଡ଼କୁ ଯିଵାକୁ ଆହୁରି ୨୦ କି.ମି ଦୂରତା ଅଛି। ସହର ଆଡ଼କୁ ଗଲେ ଵଜାର ମିଳିଵ ଏ କଥା ରାସ୍ତାରେ ଯାଉଥିବା ଦୁଇ ଵାଟୋଇ କଥା ହଉଥାନ୍ତି।


ଗାଡ଼ି ଷ୍ଟାର୍ଟ କରିଲି । ହେଲେ କଣ ହଵ । ଗାଡ଼ିରେ ଵୋଧେ ପ୍ରେଟୋଲ ସରି ଗଲାଣି , ଗାଡ଼ି ଧକ୍ ..ଧକ୍ ହଉଛି । କଣ କରିଵି ନିଛାଟିଆ ରାସ୍ତା, ଵଣ ,ଜଙ୍ଗଲ । ଏଠି ମାରିଦେଲେ ବି କେହି ପିଠିରେ ପଡିବେନି । ତଥାପି ମନରେ ସାହସ ଦମ୍ଭ ଵାନ୍ଧି ଆଉଥରେ ଗାଡିକୁ ଷ୍ଟାର୍ଟ କଲି ତଥାପି ଷ୍ଟାର୍ଟ ହେଲାନି । ମନ ଵହୁତ ଵ୍ୟସ୍ତ ହଉଥାଏ । ଘରେ ମାଆର ଦେହ ଵ୍ୟସ୍ତ ଥାଏ। କେମିତି ଏଠୁ ଯିବି ।

ଭାଵି..ଭାଵି ଶେଷରେ ମୋ ମୁଣ୍ଡକୁ ଗୋଟାଏ ଵୁଦ୍ଧି ଜୁଟିଲା । ଅନେକ ଥର ଦେଖିଚି ତେଲ ସରିଗଲେ ଗାଡ଼ିକୁ ଅଣେଇ ଦେଇ ଟାଙ୍କିକୁ ଫୁଙ୍କି ଦେଲେ ଗାଡ଼ି ଷ୍ଟାର୍ଟ ହେଇଯାଏ । ଠିକ୍ ସେଇ କାଇଦା ଆପଣେଇ ନେଲି ।ଯାହା ହଉ ଗାଡ଼ି ଷ୍ଟାର୍ଟ ହେଇଗଲା ,କିଛି ବାଟ ଯାଇ ଦେଖିଲି ଵୋତଲରେ ତେଲ ଟଙ୍ଗା ହେଇଛି। ସେଇଠି ଗାଡ଼ି ରଖି ପଚାରିଲି , ଟାଙ୍କି ଆଉ କେତେ ଦୂରରେ ଅଛି । ଦୋକାନି ଠାରୁ ଆହୁରି ୧୮ କି. ମି ଅଛି ଶୁଣି ସାରିଲା ପରେ ପାଟିରୁ ଛେପ ଶୁଖିଗଲା । ପ୍ରଵଳ ଭୋକ ଲାଗୁଥିଏ ଆଖିକୁ ଦେଖାଯାଉନଥାଏ । ମୋ ପେଟରେ ଭୋକ ଯନ୍ତ୍ରଣା ଏତେ କଷ୍ଟ ହଉଥାଏ । ମୋ ଗାଡ଼ିର ଯନ୍ତ୍ରଣା ଠିକ୍ ମୋ ଭୋକ ପରି ଲାଗୁଥାଏ। ମୋ ପେଟରେ ଭୋକଥାଏ । ମୋ ଗାଡ଼ିର ଵି ଭୋକଥାଏ କଣ କରିଵି । ପେଟକୁ ଖାଇଵି ନାଁ ଗାଡ଼ିକୁ ଖୁଆଇଵି । ଦୋକାନିଟି ମୋତେ ଦେଖି ପଚାରିଲା ଭାଈ କଣ ଦେବି, ଯାହା ନବାର କଥା ଶୀଘ୍ର ନିଅ ମୁଁ ଦୋକାନ ବନ୍ଦ କରିଵି ।

ଦୋକାନି କଥା ଶୁଣି ପାଟିରୁ ବାହାରି ପଡ଼ିଲା ତେଲ ଲିଟର କେତେ ? ଦୋକାନି କହିଲା ୯୦ ଟଙ୍କା ଇଚ୍ଛା ପାଇଲେ ନିଅ, ନହେଲେ ଚାଲ ମୁଁ ବନ୍ଦ କରିଵି ।

ପକେଟରୁ ୫୦ ଟଙ୍କା ଵା୍ହାର କରି ଦୋକାନିକୁ ଵଢେଇ ଦେଲି ।ତେଲ ପକେଇ ଵାହାରିଲି କେମିତି ୧୮କି.ମି ଵାଟ ଯିଵି । ପେଟର ଭୋକକୁ ମୁଁ ସିନା କଷ୍ଟେ, ମଷ୍ଟେ ସମ୍ଭାଳି ଦେଵି ହେଲେ ଗାଡ଼ିର ଭୋକ ସମ୍ଭାଳିଵନି ।ଗାଡ଼ି ଵିନା ତେଲରେ ଦି' ପାଦେ ଆଗକୁ ଵି ଯିବନି । ଏଇ କଥା ଚିନ୍ତା କରି ଭୋକିଲା ପେଟରେ ଥାଇ ଦୋକାନି ଠାରୁ ପାଣି ମାଗି ପିଇଗଲି। ଭାଵୁଥାଏ ମଣିଷର ଭୋକ ଠାରୁ ଗାଡ଼ିର ଭୋକ ଅଧିକ। ମଣିଷ ଭୋକ ସମ୍ଭାଳି ପାରୁଛି, ହେଲେ ଏ ମଣିଷ ତିଆରି ଗାଡ଼ି ତା ଭୋକ ସମ୍ଭାଳି ପାରୁନି କାହିଁକି। ନିଜ ପ୍ରଶ୍ନର ଉତ୍ତର ନିଜେ ପାଇଗଲି ମଣିଷ ପରି ଗାଡ଼ିର ଵୁଝିବା ଶକ୍ତି ନାହିଁ ବୋଲିତ ସେ ଗୋଟାଏ ମେସିନ୍ । ଏମିତି ଗୋଟିଏ ଶିକ୍ଷା ମିଳିଲା ଯେ , ଗାଡ଼ି ପାଇଁ ତେଲ ସଵୁ ବେଳେ ଗଚ୍ଛିତ ରଖିବାକୁ ହବ ।ଭୋକରେ ଵାହାରି ପଡିଲି ଆଗକୁ ଯିବାଲାଗି । ଏଥିରୁ ସ୍ପଷ୍ଟ ବାରି ହେଇ ପଡୁଚି , ମଣିଷ ଭୋକ ପରି ମଧ୍ୟ ଗାଡ଼ିର ଭୋକ ଅଛି।



Rate this content
Log in

Similar oriya story from Inspirational