Santosh Samal

Tragedy

5.0  

Santosh Samal

Tragedy

ବାନ୍ଦଵୀ ନିରୁପମା

ବାନ୍ଦଵୀ ନିରୁପମା

4 mins
579



ବିଚିତ୍ର ଏଇ ଦୁଦିଆରେ ଦିନ ହୁଏ ରାତି ହୁଏ । ସକାଳ ହୁଏ ସଞ୍ଜହୁଏ , ବର୍ଷା ହୁଏ ଖରା ହୁଏ । ଯେତେବେଳେ ପ୍ରଳୟ ଆସେ ଲୁଟିନେଇ ଯାଏ ସବୁକିଛି । ଯେମିତି ଗଛରୁ ପତ୍ର କାହା ମଥାରୁ ସିଦୂର ତ କାହା ଶରୀରରୁ ପ୍ରାଣ । ଅତୀତରେ ଏମିତି ଦୃଘଟଣା ଘଟିଛି ନିରୁପମା ସହ । ସେଇ ଅତୀତକୁ ମନେପକେଇ ଭାବୁଥାଏ । ଆଖିରୁ ଝରିପଡୁଥାଏ ଗଙ୍ଗା ଯମୁନା ଦୁଇ ଧାର । ନଈ ସୁଖି ଯାଏ ପୋଖରୀ ସୁଖିଯାଏ । ଏଗ୍ରୀଷ୍ମର ପ୍ରଭାବରେ ନିରୁପମାର ଦୁଇ ଧାର ଲୁହ ସୁଖେଇ ପାରିଲାନି । ଅତୀତର ସେଇ ଦୁଃଖ ଦିନଟା ଯେମିତି କାଲିପରି ଲାଗୁଥାଏ ନିରୁପମାକୁ ଆଖି ଆଗରେ ଝଲ-ଝଲ ହେଇ ଆସୁଥାଏ ଚିତ୍ର ସବୁ । 


ସବୁ ଦିନ ପରି ସେ ଦିନ ମଧ୍ୟ ନିରୁପମାର ୧୪ ବର୍ଷର ପୁଅ ମୁନ୍ନା ଖବର କାଗଜ ନେଇ ବିକିବାକୁ ବାହାରି ପଡେ, ଭୁବନନେଶ୍ୱର ରେଳ ଷ୍ଟେସନକୁ ସମୟ ସକାଳ ୫ଟା । ଝୁକୁ ଝୁକୁ ଶବ୍ଦ କରି ଭୁବନେଶ୍ୱର ଷ୍ଟେସନ ପ୍ଳାଟଫର୍ମ ନଂ-୩ ରେ ଟ୍ରେନ ପହଁଞ୍ଚିଗଲା । ଟ୍ରେନକୁ ଅପେକ୍ଷା କରିଥାଏ ମୁନ୍ନା ପ୍ଳାଟଫର୍ମରେ ଟ୍ରେନ ଲାଗିବା ଦେଖି ଦୌଡିବାକୁ ଲାଗିଲା । ହଠାତ୍ ଗୋଡ ତାର ଖସି ପଡିଗଲା ତଳେ ପଡି ସବୁ ଖବର କାଗଜ ଓଦା ହୋଇଯାଏ । ଖଣ୍ଡିଆ ଖାବରା ହୋଇ ମୁନ୍ନା ଶେଷରେ ନିରାଷ ହୋଇ ଘରକୁ ଫେରିଛି । 


ନିରୁପମା ଖୁଣ୍ଟଟା ପରି ବସି ପୁଅର ଆସିବା ବାଟକୁ ଅପେକ୍ଷା କରିଥାଏ । ଖବର କାଗଜ ବିକି ଟଙ୍କା ଆଣିଲେ ଘର ପାଇଁ ଡାଲି, ଚାଉଳ, ତେଲ, ଲୁଣ କିଣାହବ ପୁଅ ଆସିବା ଦେଖି ଖୁସି ହୋଇଯାଏ ନିରୁପମା । ମୁନ୍ନାର ଖଣ୍ଡିଆ, ଖବରା ଅବସ୍ଥା ଦେଖି କାବା ହେଇ ମୁନ୍ନାକୁ ଚାହିଁ ରହିଥାଏ । ମୁନ୍ନା ଭୋ କିନା କାନ୍ଧି ଉଠେ କହେ ବୋଉ – ଗୋଡ ଖସି ପଡିଗଲା ତଳେ ପଡିଗଲି । ସବୁ ଖବର କାଗଜ ପାଣିରେ ପଡି ଓଦା ହୋଇଗଲା । ନିରୁପମା ପୁଅକୁ ଧରି କାନ୍ଦି ପକାଏ । ମୁନ୍ନା ମାଆକୁ ବୁଝେଇ କହେ – ତୁ ବ୍ୟସ୍ତ ହୁଅନା ବୋଉ ବାପା କଲିକତାରୁ ଆଜି ଫେରିଲେ । ମତେ ଆଉ କାମ କରିବାକୁ ପଡିବନି, ମୁଁ ପାଠ ପଢିବି – ବାବୁ ହେବି । ବାପା ମୋ ପାଇଁ ନୂଆ ଡ୍ରେସ ଆଣିଥିବେ । ତୋ ପାଇଁ ନୂଆ ଶାଢୀ ବି ଆଣିଥିବେ । ବହୁତ ଟଙ୍କା ବି ଆଣିଥିବେ । 


ପୁଅର କଥାକୁ ଶୁଣୁଥାଏ ବାରିପଟ ଆମ୍ବଗଛରେ କାଉଟା କା-କା ଡାକ ଯେମିତି କିଛି ଅଶୁଭ ସଂକେତ ଦେଇଥାଏ । ଚାରିଆଡେ ବିଲେଇମାନେ ବି ବିକଟାଳ ଶଦ୍ଦ କରି ନିରୁପମାକୁ ଯେମିତି କିଛି କହୁଥାନ୍ତି । ନିରୁପମା ମନରେ ପାପର ଭୟ ବସା ବାନ୍ଧିଲା କଣ କରିବ ସେ । ମୁନ୍ନା ବାରମ୍ବାର ପଚାରୁ ଥାଏ, ବୋଉ ବାପା କେତେ ବେଳକୁ ଆସିବେ । ନିରୁପମା ପୁଅକୁ ବୁଝେଇ ଦେଇ କହେ – ତୋ ବାପା ଷ୍ଟେସନରୁ ଘରକୁ ଆସୁଥିବେ । ମୁନ୍ନା ବୋଉ ମୁହଁରୁ ଏ କଥା ନ ସରୁଣୁ ଦୌଡିଯାଏ ପଡିସା ଘର ଅଟୋ ବାଲା (ରବି ମଉସା) ପାଖକୁ – ନିରୁପମା ପୁଅ ମୁନ୍ନାର ଖୁସିଦେଖି । ଡାକ୍ତର ଦେଇଥିବା ଔଷଧକୁ ଖାଇବାକୁ ମନରୁ ପୁରା ପାସୋରି ଦେଇଛି । ଡାକ୍ତର ନିରୁପମାଙ୍କୁ ବାରା ବାରକରି କହିଛି ଏ ଔଷଧକୁ ବନ୍ଦ କରିଲେ, ତମ ହାର୍ଟ ଦୁର୍ବଳ ଅଛି, ସେ ବଟିକା ଖାଇବା ବନ୍ଦ କଲେ ତମେ ଅବସ୍ଥା ସାଂଘାତିକ ହେଇ ଯିବ । ନିରୁପମା ସ୍ୱାମୀତ ଖାସ୍ କରି– କଲିକତା ଯାଇଛି କାମ କରିବାକୁ ଯାଇଛି କେବଳ ନିରୁପମା ପାଇଁ । କାମ କରି ଟଙ୍କା ଆଣିଲେ ନିରୁପମାର ହାର୍ଟ ଅପରେସନ ହବ । ତା ପାଇଁ ସ୍ୱାମୀ କେତେ କଷ୍ଟ କରୁଛନ୍ତି । ଏଇ କଥା ଭାବୁଥାଏ । ମୁନ୍ନା ଅଟୋ ଧରି ଆସି ପହଞ୍ଚିଯାଏ । ବୋଉ ଏଇ ଦେଖ ରବି ମଉସାଙ୍କୁ ସାଙ୍ଗରେ ଧରି ଆସିଛି । ଯାଉଛି ବାପାଙ୍କୁ ଷ୍ଟେସନରୁ ନେଇ ଆସିବି । 


ଅଟୋବାଲା (ରବି) ପଚାରିଦିଏ । ଭାଉଜ କୋଉ ଟ୍ରେନରେ ମୁନ୍ନା ବାପା ଆସୁଛନ୍ତି । ତା କଥାଶୁଣି ନିରୁପମା କହେ – କଲିକତାରୁ ହାୱାଡା - ପୁରୀ ଏକ୍ସପ୍ରେସରେ ଆସିବେ ବୋଲି ଫୋନ କରିଥିଲେ । ଅଟୋ ବାଲା ଚମକିପଡିଲା କଣ କହିଲ ମୁନ୍ନା ବାପା ହାୱାଡା - ପୁରୀରେ ଆସୁଛନ୍ତି । କାଲିରାତିରେ ପରା ହାୱାଡା - ପୁରୀ ଟ୍ରେନଟା ଆକ୍ସିଡେଣ୍ଟ ହୋଇ ଯାଇଛି । ସକାଳୁ ନ୍ୟୁଜରେ ଶୁଣିଲି । ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ମୁଁ ପରା ନିଜ ଆଖିରେ ଟିଭିରେ ଦେଖିଅଛି । 

ଏ କଥା ଶୁଣି ନିରୁପମା ପାଦତଳୁ ମାଟି ଖସିଗଲା ପରି ଲାଗିଲା, ଆକାଶଟା ଯେମିତି ଖସି ପଡିଲା ପରି ତାକୁ ଲାଗୁଥାଏ । ବିକଳରେ ନିରୁପମା ଦୌଡିଯାଏ ଟିଭି ପାଖକୁ । ଟିଭିରେ ଯାହା ଦେଖିଲା କେବେ ତା ବିଶ୍ୱାସ କରିପାରିଲାନି ନିରୁପମା ସ୍ୱାମୀର ମୃତ ହେଦ ପଡିଥାଏ । ପାଖରେ ପଡିଥାଏ ସ୍ତ୍ରୀ ପାଇଁ ଶାଢୀ ପୁଅ ପାଇଁ ଆଣିଥିବା ଡ୍ରେସ, ଏ ସବୁକୁ ନିଜ ଆଖିରେ ଦେଖି ନିରୁପମା ପାଗେଳି ହୋଇଯାଏ । 


ସ୍ୱାମୀ ଫେରିଲେ ସାବିତ୍ରୀ ବ୍ରତ କରିବ ସ୍ୱାମୀର ଶୁଭ ମନାସି ସ୍ୱାମୀଙ୍କର ଦୀର୍ଘ ଆୟୁଷ ଠାକୁରଙ୍କ ପାଖରେ ଅଳିକରି ମାଗିବ, ହେଲେ କଣ ହବ ଭାଗ୍ୟତ ତା ସହ ଏମିତି ଖେଳ ଖେଳିଲା ସଙ୍ଖା, ସିନ୍ଦୁର ତା ପାଇଁ ସାତ ସ୍ୱପ୍ନ ହୋଇଗଲା । ସ୍ୱାମୀର ଆୟୁଷ ନେଇ ସଧବା ହୋଇ ରହିବି ଭାବିଥିବା ସ୍ୱପ୍ନଟା ନିରୁପମାକୁ ସବୁ ଦିନ ପାଇଁ ବିଧବା କରିଦେଲା । ଅତୀତ ସେଇ ଦୁର୍ଘଟଣା ପ୍ରତ୍ୟେକ ସାବିତ୍ରୀରେ ତା ମନରେ ଦୁଃଖ ଦିଏ । ସତୀ ସାବିତ୍ରୀ ହେଇ ସତ୍ୟବାନଙ୍କୁ ଯମପାଖରୁ ଫେରେଥ ଆଣି ପାରିଲାନି । କୋଉ ଜନ୍ମରେ କି ପାପ କରିଥିଲି । ଏ ଜନ୍ମରେ ଏତେ ବଡ ଦୁଃଖ ତାଙ୍କୁ ଭୋଗିବାକୁ ପଡିଲା । ସ୍ୱାମୀକୁ ହରେଇବା ଦୁଃଖରେ ନିଜେ ଭାଙ୍ଗି ପଡେ ଦୁଃଖ କଷ୍ଟରେ ସଂଘର୍ଷକରେ ବଞ୍ଚିବାକୁ । ବଞ୍ଚିବାର ଇଛା ନ ଥିଲେ ବି ମୁନ୍ନାର ମୁହଁକୁ ଚାହିଁ ଦିନ କଟେଇ ଦିଏ ନିରୁପମା । କୋଉ ଏକ ସଂସ୍ଥା ତରଫରୁ ନିରୁପମାର ହାର୍ଟ ଅପରେସନ ହେଇଛି । ନିରୁପମା ପୁଅ ମୁନ୍ନାର ସଂସାର ଜଞ୍ଜାଳ କାମ ସାରିଦେଲେ ତା କାମ ଶେଷ ହୋଇ ଯିବ । ଉପରେ ଅପେକ୍ଷା କରିଥିବା ତା ସ୍ୱାମୀ ପାଖକୁ ଚାଲିଯିବ । ସେଇକଥା ଭାବି ଭାବି ସମୟ ଗଣୁଥାଏ । ପୁଅ ତାର ବଡ ହେଇଛି ବାହାଘର ସରି ଯାଇଛି । ନାତି, ନାତୁଣି ଦେଖି ଅସୁସ୍ଥ ଥିବା ନିରୁପମା ସବୁଦିନ ପାଇଁ ଆଖି ବନ୍ଦ କରି ଦେଇଛି ।



Rate this content
Log in

Similar oriya story from Tragedy