STORYMIRROR

Narottam Padhan

Abstract

3  

Narottam Padhan

Abstract

ଭଲ ପାଇବାର ଖେଳ

ଭଲ ପାଇବାର ଖେଳ

1 min
595

ସେଦିନ ରାତିରେ ହଟାତ୍ ତା ପାଉଁଜି ଶବ୍ଦରେ ନିଦ ଭାଙ୍ଗିଗଲା। ମୁଁ ତାକୁ ନିଦ୍ରାବସ୍ଥା ପଚାରିଲି ଏତେ ରାତିରେ ! କିଛି କାମ ଥିଲାକି ? ସେ କହିଲା ନାଇଁ କିଛି କହିବାର ଥିଲା। ମୁଁ ଟିକେ ହସି ଦେଇ କହିଲି କାଲି କହିଲେ ଚଳିବନି,ଏଇଥି ପାଇଁ ରାତିରେ ଉଠେଇବାର କଣ ଅଛି।


ସେ କହିଲା କାଲି ଠୁ ମୁଁ କିଛି ଦିନ କଥା ହୋଇ ପାରିବିନି। ମୁଁ ପୁଣି ଟିକେ ହସି ଦେଇ କହିଲି କଣ ଅସୁବିଧା ହେଇଛି କି ? ସେ କହିଲା ନାଁ। ପୁଣି ପଚାରିଲି କିଏ ମନା କରିଛି କି ମୋ ସହ କଥା ନହେବା ପାଇଁ ? ସେ କହିଲା ନାଁ। କିଛି ଭୁଲ କରିଛି କି ? ସେ କହିଲା ନାଁ।ତ,କଣ ପାଇଁ କଥା ହେବନି ?


ମୁଁ ଆଶ୍ଚର୍ଯ୍ୟରେ ପଚାରିଲି।କାହିଁକି ନା ତା "ଗୁଡ୍ ମୋର୍ଣିଂ" ରେ ମୋ ଦିନ ଆରମ୍ଭ ହେଉଥିଲା ଆଉ "ଲଭ୍ ୟୁ","ଗୁଡ୍ ନାଇଟ୍" ରେ ଶେଷ। ମୁଁ ତା ସହ କଥା ନହେଲେ ବଞ୍ଚିବି କେମିତି । ବହୁ ସମୟ ପଚାରିବା ପରେ ତା ଉତ୍ତର ଶୁଣି ମୁଁ ହସିବି ନା କାନ୍ଦିବି ଜାଣି ପାରିଲି ନି ।


ସେ କହିଲା "ତୁମ ସହିତ ଗୋଟେ ଖେଳ ଖେଳୁଛି, ଏଇଥିରେ ମୁଁ ତମ ସହ କିଛି ଦିନ କଥା ହେବିନି"। ସେଦିନ ଜାଣିଲି ଭଲ ପାଇବା ତା ପାଇଁ ଗୋଟେ ଖେଳ, ଯାହାକୁ ମୁଁ ଜୀବନ ଠୁ ବେଶି ଭଲ ପାଉଥିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract