Narottam Padhan

Fantasy Tragedy

4.0  

Narottam Padhan

Fantasy Tragedy

ବ୍ଲକ୍

ବ୍ଲକ୍

2 mins
11.9K


ସେଦିନ ରାତି ଦି ଟା ପାଖା ପାଖି ହେବ ଲାଇଟ୍ ଆଲୁଅ ଓ ସୁଁ ସୁଁ ଶବ୍ଦ ରେ ମୋ ନିଦ ଭଙ୍ଗିଗଲା। ମୁଁ ଦେଖିଲି କିଏ ଜଣେ ଟେବୁଲ୍ ଲେମ୍ପ ଟା ଜଳେଇ କ'ଣ ଗୋଟେ କରୁଛି। ମୁଁ ସାଙ୍ଗେ ସାଙ୍ଗେ ରୁମ୍ ର ଲାଇଟ୍ ଟା ଅନ୍ କରି ଦେଲି । ଦେଖିଲି ସେ କେହି ନୁହଁ ମୋ ରୁମ୍ ପିଲା ଅମନ୍। ଏତେ ରାତି ରେ କ'ଣ କରୁଛି କହି ପାଖ କୁ ଯାଇ ଯାହା ଦେଖିଲି ଆର୍ଶ୍ଚୟ ହୋଇ ଗଲି। ସେ ଜଣେ ଭଲ ପିଲା ମୁଁ ତାକୁ ବହୁ ବର୍ଷ ରୁ ଜାଣିଛି। ମଦ ସିଗାରେଟ୍ ଜାଚିଲେ ବି ପିଏ ନାହିଁ, ତୋ ଭାଉଜ ମନା କରିଛି କହି କି ହସି ଦେଇ ମନା କରିଦିଏ କିନ୍ତୁ ଏତେ ରାତିରେ ସେ କାନ୍ଦି କାନ୍ଦି ମଦ ପିଉଛି।ଆଉ ତାକୁ କିଛି କଥା ପଚାରିବା ମନେ କଲିନି।ମୁଁ ବୁଝି ଗଲି କ'ଣ ହେଇ ଛି। ମୁଁ ଚୁପ୍ ଚାପ୍ ସେଉଠୁ ଚାଲି ଆସୁ ଥିଲି ପୁଣି କ'ଣ ହେଲା କେଜାଣି ମୋ ମନ ମାନିଲା ନି।ମୁଁ ବି ଯାଇକି ତା ପାଖରେ ବସି ପଡିଲି। ତାକୁ କହିଲି "ଏ ତୋର ସକାଳୁ ଦ୍ୟୁଟି ଯିବାର ଅଛି, ଏ ଯାଏ ଶୋଇନୁ, ଆଉ ଏ କଣ ମଦ !"।ସେ କହିଲା ନିଦ ହେଉ ନଥିଲା ତ ସେଇଥି ପାଇଁ ଟିକେ...। "ହଉ ଏବେ ଶୋଇବୁ ଚାଲ୍, ନହେଲେ ଲେଟ୍ ହୋଇ ଯିବୁ"। ସେ ସାଙ୍ଗେ ଉଠିକି ଠିଆ ହୋଇ କହିଲା "ହଁ ଚାଲ" ଆଉ ସେଇଠି ତଳେ ପଡି ଗଲା।ମୁଁ ତାକୁ ଧରି କି ଛିଡ଼ା କରେଇ ପୁଣି ଚୌକି ରେ ବସେଇ ଦେଇ ପଚାରିଲି "କଣ ହେଇ ଛି କିରେ ? ତୁ ଏ କାମ କରୁଛୁ"।

ତା ପରେ ତାଠୁ ଯାହା ଶୁଣିଲି ହସିବି କି କାନ୍ଦିବି ମୁଁ ବି ଜାଣି ପାରିଲି ନି।ସେ କହିଲା ଆରେ ତୋ ଭାଉଜଙ୍କ ଦେହ ଖରାପ ଥିଲା ତ ମୁଁ ମେଡ଼ିସିନ୍ ପିଉଛି। ମାନେ ! ମୁଁ ଆର୍ଶ୍ଚୟ ହୋଇ ପଚାରିଲି ।ସେ କହିଲା ତୋ ଭାଉଜଙ୍କ ଦେହ ଖରାପ ଅଛି ତ ମୁଁ ତାଙ୍କୁ ଶୀଘ୍ର ଶୋଇ ବା ପାଇଁ କହିଲି । ତଥାପି ସେ ବହୁ ରାତି ଯାଏ ଶୋଇଲେ ନି, ମୁଁ ବାଧ୍ୟ କଲି ଶୋଇବା ପାଇଁ ତ ମୋ ଉପରେ ରାଗିକି କହିଲେ "ମତେ ସନ୍ଦେହ କରୁଛକି, ଆରେ ବାବା ମୁଁ ତୁମର ଆଉ କାହାର ହେବି କି। ଏଇ ଟିକ୍ ଟକ୍ ଟିକେ ଦେଖୁଛି ଆଉ। ଯଦି ତମେ କହୁଛ ତାହେଲେ ଶୋଉଛି" କହି ଅଫ୍ ଲାଇନ୍ ହୋଇଗଲେ । ଆଉ ମୁଁ ବି ଅଫ୍ ଲାଇନ୍ ହୋଇକି ଶୋଇଲି କିନ୍ତୁ ତାଙ୍କ ଦେହ ଖରାପ କଥା ଭାବି ଭାବି ନିଦ ହେଲାନି ତ ମୁଁ ପୁଣି ଯାଇ ତାଙ୍କୁ ମେସେଜ କଲି କିନ୍ତୁ ମେସେଜ ଗଲାନି କି ତାଙ୍କ DP ବି ଦେଖା ଯାଉ ନଥିଲା । ସେଇଥି ପାଇଁ....


Rate this content
Log in

Similar oriya story from Fantasy