Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narottam Padhan

Tragedy Fantasy


5.0  

Narottam Padhan

Tragedy Fantasy


ସ୍ବପ୍ନ ଦୁନିଆରୁ ପଦେ

ସ୍ବପ୍ନ ଦୁନିଆରୁ ପଦେ

1 min 458 1 min 458

ସେଦିନ ରାତିରେ ହଟାତ୍ ତା ପାଉଁଜି ଶବ୍ଦରେ ନିଦ ଭାଙ୍ଗିଗଲା। ମୁଁ ତାକୁ ନିଦ୍ରାବସ୍ଥା ପଚାରିଲି ଏତେ ରାତିରେ ! କିଛି କାମ ଥିଲାକି ? ସେ କହିଲା ନାଇଁ କିଛି କହିବାର ଥିଲା। ମୁଁ ଟିକେ ହସି ଦେଇ କହିଲି କାଲି କହିଲେ ଚଳିବନି,ଏଇଥି ପାଇଁ ରାତିରେ ଉଠେଇବାର କଣ ଅଛି।


ସେ କହିଲା କାଲି ଠୁ ମୁଁ କିଛି ଦିନ କଥା ହୋଇ ପାରିବିନି। ମୁଁ ପୁଣି ଟିକେ ହସି ଦେଇ କହିଲି କଣ ଅସୁବିଧା ହେଇଛି କି ? ସେ କହିଲା ନାଁ। ପୁଣି ପଚାରିଲି କିଏ ମନା କରିଛି କି ମୋ ସହ କଥା ନହେବା ପାଇଁ ? ସେ କହିଲା ନାଁ କିଛି ଭୁଲ କରିଛି କି ? ସେ କହିଲା ନାଁ ତ,କଣ ପାଇଁ କଥା ହେବନି ? ମୁଁ ଆଶ୍ଚର୍ଯ୍ୟରେ ପଚାରିଲି।କାହିଁକି ନା ତା "ଗୁଡ୍ ମୋର୍ଣିଂ" ରେ ମୋ ଦିନ ଆରମ୍ଭ ହେଉଥିଲା ଆଉ "ଲଭ୍ ୟୁ","ଗୁଡ୍ ନାଇଟ୍" ରେ ଶେଷ। ମୁଁ ତା ସହ କଥା ନହେଲେ ବଞ୍ଚିବି କେମିତି । ବହୁ ସମୟ ପଚାରିବା ପରେ ତା ଉତ୍ତର ଶୁଣି ମୁଁ ହସିବି ନା କାନ୍ଦିବି ଜାଣି ପାରିଲି ନି ।ସେ କହିଲା "ତୁମ ସହିତ ଗୋଟେ ଖେଳ ଖେଳୁଛି, ଏଇଥିରେ ମୁଁ ତମ ସହ କିଛି ଦିନ କଥା ହେବିନି"। ସେଦିନ ଜାଣିଲି ଭଲ ପାଇବା ତା ପାଇଁ ଗୋଟେ ଖେଳ, ଯାହାକୁ ମୁଁ ଜୀବନ ଠୁ ବେଶି ଭଲ ପାଉଥିଲି।


Rate this content
Log in

More oriya story from Narottam Padhan

Similar oriya story from Tragedy