STORYMIRROR

sonalika Dash

Drama Others Children

3  

sonalika Dash

Drama Others Children

ଭକ୍ତି ଓ ଭଗବାନ

ଭକ୍ତି ଓ ଭଗବାନ

4 mins
138

ଦିନେ ଡାକ୍ତର ମାର୍କ ନାମକ ଜଣେ ପୃଥିବୀବିଖ୍ୟାତ କ୍ୟାନସର ସ୍ପେସିଆଲିଷ୍ଟ ଚିକିତ୍ସକମାନଙ୍କର ଏକ ବଡ ସମ୍ମିଳନୀରେ ଭାଗନେବା ପାଇଁ ଦୂର ସହରକୁ ଯାତ୍ରା କରୁଥିଲେ । ସେଠାରେ ତାଙ୍କୁ ମେଡିକାଲ ରିସର୍ଚ କ୍ଷେତ୍ରରେ ଉନ୍ନତି ଆଣିଥିବାରୁ ଏକ ସମ୍ମାନଜନକ ପୁରସ୍କାର ମଧ୍ୟ ଦିଆଯିବାର ଥିଲା । ତେଣୁ ସେ ବହୁତ ଉତ୍ସାହିତ ଥିଲେ ଓ ଯଥା ଶୀଘ୍ର ସେଠାରେ ପହଂଚିବା ପାଇଁ ଚେଷ୍ଟା କରୁଥିଲେ । ସେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନିଜର ରିସର୍ଚ ସମୟରେ ବହୁତ କଠିନ ପରିଶ୍ରମ କରିଥିଲେ ଏବଂ ପୁରସ୍କାର ପାଇବାପାଇଁ ସେ ମଧ୍ୟ ବହୁତ ଆଶାବାଦୀ ଥିଲେ । 

ଦୁଇ ଘଣ୍ଟା ବିମାନରେ ଯାତ୍ରା କରିବା ପରେ ହଠାତ୍ ବିମାନର ଯାନ୍ତ୍ରିକ ତୃଟି ଦେଖାଗଲା। ପାଇଲଟ ବାଧ୍ୟ ହୋଇ ବିମାନକୁ ନିକଟସ୍ଥ ଏକ ଛୋଟ ବିମାନ ବନ୍ଦରରେ ଆପତକାଳିନ ଭାବେ ଅବତରଣ କରାଇଲେ । ଡକ୍ଟର ମାର୍କଙ୍କୁ ଲାଗିଲା ସେ ସମ୍ମିଳନୀରେ ଆଉ ଠିକ୍ ସମୟରେ ବୋଧେ ପହଞ୍ଚି ପାରିବେ ନାହିଁ। ତେଣୁ ସେ ବିମାନବନ୍ଦରର ସ୍ଥାନୀୟ କର୍ମଚାରୀମାନଙ୍କୁ ସମ୍ମିଳନୀ ହେବାକୁ ଥିବା ସହରର ଦୂରତା ବିଷୟରେ ପଚାରି ବୁଝିଲେ । ତାଙ୍କୁ ଜଣାଥିଲା ଯେ, ପରବର୍ତ୍ତୀ ବିମାନ ଉଡାଣ ଦୀର୍ଘ ଦଶ ଘଣ୍ଟା ପରେ ଅଛି। ସେ ସମ୍ମିଳନୀରେ ପହଞ୍ଚିବା ପାଇଁ ଏକ ଅତ୍ୟାଧୁନିକ ଭଡା କାର୍ ଠିକ୍ କଲେ । ଦୁର୍ଭାଗ୍ୟର କଥା, କାର୍ ଠିକ୍ ହୋଇଗଲା ସତ କିନ୍ତୁ ଡ୍ରାଇଭର୍ କେହିନଥିଲେ । ତେଣୁ ସେ ବାଧ୍ୟ୍ୟହୋଇ ନିଜେ ଡ୍ରାଇଭର ସିଟ୍ ରେ ବସିଲେ । 

ବୋଧେ ଦୁର୍ଭାଗ୍ୟ ତାଙ୍କ ପିଛା ଛାଡୁନଥିଲା। କିଛି ବାଟ ସେ କାର୍ ନେଇ ଯିବା ପରେ ହଠାତ୍ ଭୟଙ୍କର ବର୍ଷା ଝଡି ଆରମ୍ଭ ହୋଇଗଲା । ବର୍ଷା ପବନର ବେଗ ଏତେ ମାତ୍ରାରେ ଥିଲା ଯେ, ତାଙ୍କୁ ରାସ୍ତା ଠିକ୍ ରୁପେ ଦେଖାଗଲା ନାହିଁ । ଫଳସ୍ବରୁପ ସେ ଏକ ଅଜଣା ରାସ୍ତାରେ କାରଟିକୁ ଚଳାଇ ନେଇଗଲେ । ପ୍ରାୟ ଦୁଇ ଘଣ୍ଟା ଡ୍ରାଇଭିଙ୍ଗ କରିବା ପରେ ଜାଣି ସାରିଥିଲେ ଯେ, ସେ ଭୁଲ୍ ରାସ୍ତାରେ ଚାଲି ଆସିଛନ୍ତି । ସେତେବେଳକୁ ସେ ଅତି କ୍ଲାନ୍ତ ଓ ଅବସନ୍ନ ହୋଇପଡିଥିଲେ । ତାଙ୍କୁ ଖୁବ୍ ଭୋକ ଲାଗୁଥାଏ । ଶୁନ୍ ଶାନ୍ ସଡକରେ ପେଟର ଭୋକ ମେଣ୍ଟାଇବା ପାଇଁ ସେ ଏପଟ ସେପଟ ହୋଇ ଗାଡି ଚଲାଇଲେ।

 କଛିଦୂର ଗଲା ପରେ ତାଙ୍କୁ ଏକ ଛୋଟ ଘରଟିଏ ଦେଖାଗଲା। ସେ କାର୍ ଅଟକାଇ ସେଇ ଘରଟି ପାଖକୁ ଗଲେ ଓ କବାଟରେ ଶଦ୍ଦ କଲେ। ଜଣେ ମହିଳା କବାଟ ଖୋଲିଲେ। ଡକ୍ଟର ମାର୍କ ନିଜର ପରିସ୍ଥିତି ବିଷୟରେ ଜଣାଇ ଏକ ଫୋନ୍ କରିବା ପାଇଁ ଅନୁମତି ମାଗିଲେ। ମହିଳା ଜଣକ କହିଲେ - ତାଙ୍କ ଘରେ କୌଣସି ସେଠାରେ ଫୋନ୍ ସୁବିଧା ନାହିଁ । କିନ୍ତୁ କ୍ଳାନ୍ତ ଅତିଥି ଜଣଙ୍କୁ ସେ ଘର ଭିତରକୁ ନିମନ୍ତ୍ରଣ କଲେ ।

 କହିଲେ, ଆପଣ ଚା ପିଅନ୍ତୁ, ବର୍ଷା ପବନ କମିଗଲେ ଏଠାରୁ ଯିବେ। ଡକ୍ଟର ମାର୍କ ମହିଳାଙ୍କ କଥାରେ ରାଜି ହୋଇଗଲେ। ସ୍ତ୍ରୀଲୋକଟି ତାଙ୍କୁ ବଡ ସମ୍ମାନର ସହିତ ବସାଇଲେ, ଚା ସହିତ କିଛି ଖାଇବାକୁ ମଧ୍ୟ ବାଢି ଦେଲେ । 

ଏହା ସହିତ ମହିଳା ଜଣକ ବଡ ନମ୍ରତାର ସହିତ କହିଲେ- ଆପଣ ଭୋଜନ ଗ୍ରହଣ ପୂର୍ବରୁ ପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କରି ଧନ୍ୟବାଦ ଜଣାଇବା ଉଚିତ୍।  ଡକ୍ଟର ମହିଳାଙ୍କ କଥା ଶୁଣି ସାମାନ୍ୟ ହସି କହିଲେ, ମୁଁ ଏସବୁ କଥାରେ ଜମା ବିଶ୍ବାସ କରେ ନାହିଁ। ମୁଁ ସବୁବେଳେ ନିଜର କଠିନ ପରିଶ୍ରମ ଉପରେ ଭରସା ରଖିଥାଏ। ଆପଣ ଆପଣଙ୍କ ପ୍ରାର୍ଥନା କରିନିଅନ୍ତୁ । ମହିଳା କହିଲେ, ଆପଣ ମୋ ଠାରୁ ନିଶ୍ଚୟ ଅଧିକ ବୁଦ୍ଧିମାନ୍ ଓ ଶିକ୍ଷିତ ଅଟନ୍ତି । କିନ୍ତୁ ମୁଁ ଏବେ ବି କହିବି କଠିନ ପରିଶ୍ରମର ଶ୍ରେୟ ବି ସେହି ଭଗବାନ୍ ଙ୍କ ଦୟାରୁ ମିଳିଥାଏ। ବିଖ୍ୟାତ ଏହି ଡାକ୍ତରଙ୍କୁ ସେହି ଗରିବ ସ୍ତ୍ରୀଲୋକଟିର କଥାସବୁ ମନଗଢା ପରି ଲାଗିଲା । ଏପଟେ ମହିଳା ଜଣଙ୍କ ଭଗବାନଙ୍କୁ ପ୍ରାର୍ଥନା କଲେ ।

ଡାକ୍ତର ଜଣକ ଚା' ପିଇବା ସମୟରେ ଲକ୍ଷ୍ୟ କଲେ ଯେ - ସେହି ସ୍ତ୍ରୀଲୋକଟି ନିଜ ପାଞ୍ଚ ବର୍ଷର ପୁଅ ସହିତ ନୀରବରେ ଏବଂ ଭକ୍ତିର ସହିତ ପ୍ରାର୍ଥନା କରୁଛି। ସେ ଅନେକ ପ୍ରକାରର ସ୍ତୁତି କରି ଭଗବାନଙ୍କୁ ନତମସ୍ତକ ହୋଇ ପ୍ରଣାମ କରୁଛି। ଏସବୁ ଦେଖିବା ପରେ ଡାକ୍ତରଙ୍କୁ ଲାଗିଲା - ମହିଳାଜଣଙ୍କର କୌଣସି ନା କୌଣସି ବଡ ସମସ୍ୟାଟିଏ ରହିଛି। 

ଯେମିତି ମହିଳାଙ୍କ ପ୍ରାର୍ଥନା ଶେଷ ହୋଇଛି - ଡାକ୍ତର ପଚାରିଲେ ଆପଣ ଭଗବାନଙ୍କୁ କଣ ପ୍ରାର୍ଥନା କଲେ ??

କଣ ସତରେ ଆପଣଙ୍କୁ ଲାଗୁଛି ଭଗବାନ ଆପଣଙ୍କ ପ୍ରାର୍ଥନା ଶୁଣିବେ ? ମହିଳା ଜଣକ ବଡ ଦୁଃଖ ଭରା ମୁହଁରେ ସାମାନ୍ୟ ହସି କହିଲେ - ମୋ ପୁଅର ବୟସ ମାତ୍ର ପାଂଚ ବର୍ଷ । 

ଏହାକୁ ଏପରି ଏକ ଦୁରାରୋଗ୍ୟ ରୋଗ ହୋଇଛି କିନ୍ତୁ ସେ ରୋଗର ଚିକିତ୍ସା ଏ ପୃଥିବୀରେ କେବଳ ଡାକ୍ତର ମାର୍କଙ୍କ ଭଳି ବିଖ୍ୟାତ ଚିକିତ୍ସକଙ୍କ ପାଖରେ ଅଛି । ମୁଁ ବି ଜାଣେନା ଯେ, ମାର୍କ ନାମକ ସେ ପୃଥିବୀର ବଡ ଡାକ୍ତର ଜଣକ କେଉଁଠି ରୁହନ୍ତି ! ମୋ ପାଖରେ ବି ଏତେ ପଇସା ନାହିଁ ଯେ, ମୁଁ ଏତେ ବଡ ଡାକ୍ତରଙ୍କ ପାଖରେ ମୋ ପୁଅର ଚିକିତ୍ସା କରିପାରିବି !

କିନ୍ତୁ ଏହା ସତ ଯେ, ଆଜି ପର୍ଯ୍ୟନ୍ତ ବି ମୁଁ ଡାକୁଥିବା ଭଗବାନ୍ ମୋର କୌଣସି ପ୍ରାର୍ଥନା ଶୁଣି ନାହାନ୍ତି । ତଥାପି ବି ମୋର ଦୃଢ ବିଶ୍ୱାସ ଓ ଭରସା ଅଛି, ଭଗବାନ୍ ଦିନେ ନା ଦିନେ ମୋ ଡାକ ଶୁଣିବେ ଏବଂ ମୋତେ ନିଶ୍ଚୟ ସାହାଯ୍ୟ କରିବାକୁ ଆସିବେ ।

ସେ ମୋର ବିଶ୍ବାସକୁ କେବେବି ଭାଙ୍ଗିବାକୁ ଦେବେ ନାହିଁ ।

ଏସବୁ ଶୁଣି ଡାକ୍ତର ମାର୍କ ଆଶ୍ଚର୍ଯ୍ୟ ଏବଂ ହତଚକିତ ହୋଇଗଲେ ! ସେ କିଛି କ୍ଷଣ ପାଇଁ ନୀରବ ଓ ସଂପୂର୍ଣ୍ଣ ସ୍ଥାଣୁ ପାଲଟି ଗଲେ । ଏବେ, ପୃଥିବୀର ଏହି ବିଖ୍ୟାତ ଡାକ୍ତରଙ୍କ ଆଖିରୁ ଧାର ଧାର ଲୁହ ବହିବାରେ ଲାଗିଲା ଓ ସେ ଧୀରେ ଧୀରେ କହିବାକୁ ଲାଗିଲେ - " ହେ ଭଗବାନ ତୁମେ ସତରେ କେତେ ମହାନ' ? "ଏବେ, ତାଙ୍କ ସ୍ମୃତିପଟ୍ଟରେ ସେ ଦିନର ସମସ୍ତ ଘଟଣାକ୍ରମ ଚଳଚ୍ଚିତ୍ର ର ଛବିଭଳି ମନେ ପଡିଗଲା -- ତାଙ୍କୁ ଏକ ବଡ ସମ୍ମିଳନୀରେ ଯୋଗ ଦେବାର ଥିଲା- ଯେଉଁଠି ସେ ସମ୍ବର୍ଦ୍ଧିତ ହୋଇଥାନ୍ତେ ।  କିପରି ତାଙ୍କ ବିମାନଟିକୁ ଏକ ଅଜ୍ଞାତ ସହରରେ ଆପତକାଳିନ ଭାବେ ଅବତରଣ କରାଯାଇଥିଲା ! ବିମାନ ବନ୍ଦରରେ ମଧ୍ୟ ତାଙ୍କୁ କିପରି ଜଣେ ଡ୍ରାଇଭର ଟିଏ ବି ମିଳିଲା ନାହିଁ ! ବର୍ଷା ଝଡ ଯୋଗୁଁ ରାସ୍ତା ଭୁଲି ଯାଇ ସେ ଏଠାରେ ଆସି ଆଶ୍ଚର୍ଯ୍ୟଜନକ ଭାବେ ପହଞ୍ଚିଲେ !

ସେ ଏବେ ବୁଝିପାରିଲେ ଯେ, ଭଗବାନ କେବଳ ଏହି ମହିଳାଙ୍କ ହୃଦୟଭରା ପ୍ରାର୍ଥନାର ଉତ୍ତର ଦେବାକୁ ତାଙ୍କୁ ଆଣି ଏହି ଅଜ୍ଞାତ ସ୍ଥାନରେ ପହଂଚାଇ ଦେଇଛନ୍ତି । ଏହା ସହିିତ ତାଙ୍କୁ ମଧ୍ୟ ଭଗବାନ ଏକ ମହାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଏକ ବିରଳ ସୁଯୋଗ ଦେଇଛନ୍ତି ।  ଡାକ୍ତର ଜଣକ ଏବେ ବୁଝିପାରିଲେ ଯେ ଭୌତିକ ଜୀବନରେ ଧନ, ସୁନାମ ଓ ପ୍ରତିଷ୍ଠା ଠାରୁ ସମାଜର ଅବହେଳିତ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ହେଉଛି ସବୁଠାରୁ ଉର୍ଦ୍ଧ୍ଵରେ। ସେ ବୁଝିପାରିଲେ, ଭଗବାନ ଚାହାନ୍ତି କି ଡାକ୍ତର ମାର୍କ ସେହି ଲୋକମାନଙ୍କର ଚିକିତ୍ସା କରନ୍ତୁ ଯେଉଁମାନଙ୍କ ପାଖରେ ଧନ ନାହିଁ କିନ୍ତୁ ଭଗବାନଙ୍କ ପ୍ରତି ଅଟଳ ଶ୍ରଦ୍ଧା ଓ ବିଶ୍ବାସ ଅଛି ।


Rate this content
Log in

Similar oriya story from Drama