STORYMIRROR

ପ୍ରିୟଦର୍ଶନୀ ମହାପାତ୍ର

Inspirational

4  

ପ୍ରିୟଦର୍ଶନୀ ମହାପାତ୍ର

Inspirational

ବେଟିବଚାଓ #ବେଟିପଢ଼ାଓ #ବିଭିନ୍ନତାମଧ୍ୟରେଏକତା

ବେଟିବଚାଓ #ବେଟିପଢ଼ାଓ #ବିଭିନ୍ନତାମଧ୍ୟରେଏକତା

3 mins
0

            ତରତର ହୋଇ ଘରକାମ ସାରି ସଦର ମହକୁମା ଅଫିସ୍ ରେ କିଛି କାମ ଥିବାରୁ ଗାଡ଼ି ଧରି ବାହାରୁଥିବା ଝରଣାକୁ ତା ଝିଅ କହିଲା ମାମା ଘରୁ ବାହାରିଲା ବେଳେ ଯାଉଛି ନୁହଁ ଆସୁଛି କହିବୁ,,, କେତେ ଥର ତତେ ଆଉ କୁହାଯିବ ???

ତା'ର ସବୁବେଳେ ବଡ଼ ଲୋକ ପରି କଥା ବୟସ ପାଞ୍ଚ ପୁରି ଛଅ ,,,,
         ରାସ୍ତାରେ ଆଜି କାହିଁ ଭାରି ଲାଗୁଥିଲା ଝରଣାର ମନଟା । ସତରେ କ'ଣ ଜୀବନ ଶିଖେଇଦେଉଛି ନିଜ କାମ ନିଜେ କରିବାକୁ,,, ନିର୍ଭର ନ ହେବାକୁ,,,, ତା ଅଜାଣତେ ଆଖି ଓଦା ବେଳେ ମନ ପଡୁଥିଲା ଅପରାଜିତାର କଥା,,,,, ଦେଇ ଦେଇ ନିଃସ୍ଵ ହୋଇଥିବା ଅପରିପୂର୍ଣ୍ଣ ଅପରାଜିତା !!!! ଝରଣାକୁ ଧୈର୍ଯ୍ୟ ଦେଇ ପିଲାଙ୍କ ପାଇଁ ବଞ୍ଚିବାକୁ କହୁଥିବା କେଇ ପଦ ଭାସି ଆସୁଥିଲା ମାନସ ପଟରେ ଝରଣାର,,,,

        ଅଫିସ୍ ରେ ପହଞ୍ଚି ନିଜ ଫାଇଲ୍ କାମ କରୁ କରୁ ପ୍ରତିକ୍ଷା ଗୃହ ଭିତରେ ନଜର ପଡ଼ିଲା ତିନୋଟି ଛୁଆ ଆଉ ସେମାନଙ୍କ ମାଆ ଉପରେ,,,, ଝରଣାକୁ ବସିବାକୁ କହି ନିଜ ନାମ ଲକ୍ଷ୍ମୀ ବୋଲି କହି ପିଲାମାନଙ୍କୁ ଧରି କାର୍ଯ୍ୟାଳୟ ଦୁଆରେ ହନ୍ତସନ୍ତ ହେଉଥିବା ମାଆଟି କ୍ଷୋଭ ପ୍ରକାଶ କରିଥିଲା । ସ୍ବାମୀ ତାମିଲନାଡୁରେ ଆଉ ମୁଁ ଗୃହିଣୀ ହୋଇ ସବୁ କାମ କଲା ବେଳକୁ ଏଇ ପିଲା ତିନିଟା କୁ ଧରି ଖୁବ୍ ହଇରାଣ ହେଉଥିବା କଥା ରୁ ତା ବାଲ୍ୟବିବାହ ଆଉ ନିର୍ଯ୍ୟାତନା ର କାହାଣୀ ଶୁଣେଇ ବସିଲା ଲକ୍ଷ୍ମୀ,,, ଶୁଣିଲ ଝରଣା ଏଠି ଦୁଃଖ ମାଗେଣା ହେଲେ ଶୁଣିବାକୁ କାହା ପାଖେ ସମୟ ଅଛି କହିଲ???? ପୁଅଟିଏ ପାଇଁ ସେ ପାଇଥିବା ଯନ୍ତ୍ରଣାକୁ ବଖାଣିବା ପୂର୍ବରୁ ଝରଣା ଖୁବ୍ ଠଉରେଇ ନେଲା ଲୋକଙ୍କର କନ୍ୟାଭ୍ରୁଣ ହତ୍ୟା ମାନସିକତା କୁ,,, ଏ କେମିତିକା ସମାଜ???? ନିଜେ ମାଆ ଭଉଣୀ କନ୍ୟା ହୋଇ ମଧ୍ୟ କନ୍ୟା ଜନ୍ମ ଦେଇ ଦୁଃଖି,ହଁ ଏଠି ଭୁଲ୍ ଲକ୍ଷ୍ମୀ ର ନୁହେଁ, ଭୁଲ୍ ହେଉଛି ତାକୁ ପୁଅ ଟିଏ ପାଇଁ ବିବଶ ହତାଦର କରିଥିବା ମଣିଷମାନେ,, ଆଜି ଯଦି ଯୌତୁକ ପରି କଳଙ୍କିତ ପ୍ରଥା ନ ଥାନ୍ତା ଏ ମାଆ ଟି ଏମିତି ପରିସ୍ଥିତି ର ଦାସ ସାଜି ନ ଥାନ୍ତା!!!

       ନାଁ କ'ଣ ରଖିଛ ଝରଣା ପଚାରିବାରୁ ଲକ୍ଷ୍ମୀ ର ଉତ୍ତର ତୁମ ପିଲାଙ୍କ ପରି ପୁରୁଣା ପୁରୁଖା ନାଆଁ ନାଇଁ ମ,, ଏଇ ବଡ଼ ନାଆଁ ଲିତୁନ୍ ଆଉ ମଝିଆ ଅର୍ପିତା ଆଉ ସାନ କୁ ପ୍ରତ୍ୟୁଷ ତାକୁ ସମସ୍ତେ ସ୍ଵାଧୀନ ଆଉ କ୍ରିଷ୍ଣା ଡାକନ୍ତି ଅଗଷ୍ଟ ୧୫ ରେ ଜନ୍ମ ହୋଇଛି ତ,,,

         ଝରଣା ଭାବୁଥିଲା ହଁ ସ୍ଵାଧୀନ... ଅଗଷ୍ଟ ୧୫ ରେ ଜନ୍ମ ନେଲାନି ଯେ ତା ମାଆ କୋଳର ପରାଧୀନ ଅବସ୍ଥା କୁ ଦୂରେଇ ଯନ୍ତ୍ରଣାମୁକ୍ତ କରିଦେଲା। ସେହି ତଥାକଥିତ ମଣିଷ ରୂପୀ ରାକ୍ଷସ ଙ୍କୁ ଉଚିତ୍ ଜବାବ ଦେବାକୁ ଜନ୍ମ ନେଇ ଆସିଗଲେ କ୍ରିଷ୍ଣା,,,,

       ଠିକ୍ ଦୁଇଦିନ ପୂର୍ବରୁ ଗ୍ରାମବାସୀଙ୍କୁ ପୁଅ ଝିଅ ସମାନ ବୋଲି ବୁଝାଉଥିବା ଝରଣା ଆଜି ନୀରବି ଯାଇଥିଲା,, ବର୍ଣ୍ଣାଳୀ ଶିକ୍ଷାକୁ ଗୁରୁତ୍ଵ ଦେଉଥିବା ଝରଣାର ଦମ୍ଭିଲା ସ୍ୱର ହଠାତ୍ ମଉଳିଗଲା ଲକ୍ଷ୍ମୀର ବାଲ୍ୟବିବାହ, କନ୍ୟା ସନ୍ତାନର କଷ୍ଟ ଆଉ ପୁତ୍ର ଜନ୍ମ କରିବାର ବାଧ୍ୟ ବାଧକତା ର ଲୋମ ଟାଙ୍କୁରା କେଇପଦ କଥା ଆଗରେ,,,,

         ସତରେ କେବଳ ବହିରେ ପଢ଼ି ବୁଝେଇଦେଲେ କ'ଣ ହେବ ତା'ର ପ୍ରଚାର ପ୍ରସାର ସଚେତନ ନାଗରିକ ହିସାବରେ ଆମକୁ କରିବାକୁ ହେବ ।

          ନହେଲେ ୧୪ ବର୍ଷରୁ ବାଲ୍ୟବିବାହ କରି ୧୪ ବର୍ଷ ହେଲା ପୁତ୍ର ଟିଏ ପାଇଁ ନିର୍ଯାତନା ର ଶିକାର ହୁଏତ ଗାଆଁ ଗହଳିରେ ଆଉ କେଉଁ ଲକ୍ଷ୍ମୀ କୁ ଭୋଗିବାକୁ ନ ପଡୁ ।

          କଥା ଭିତରେ ଝରଣା କୁ ଭାରି ଭୋକ,,, ସମୟ ଅତିକ୍ରାନ୍ତ,,, ପିଲା ତିନୋଟି କ'ଣ ଖାଇଛନ୍ତି ବୋଲି ପଚାରିଲା ଝରଣା। ଶ୍ଵଶୁର ଙ୍କ ବାର୍ଦ୍ଧକ୍ୟ ହେତୁ ଦେଖାଯାଏନି ବୋଲି ରୋଷେଇ ସାରି ଆସିଥିଲା ଲକ୍ଷ୍ମୀ, ପାଳି ପରା ମୋର କହିଲା ଲକ୍ଷ୍ମୀ,,, ବାପା ଭୋକରେ ହେଲେ ଯା କ'ଣ ଖାଇବାକୁ ଦେବେ କି???? କହିଲେ ନାନା କଥା ଶୁଣିବାକୁ ପଡ଼ିବ ମୋତେ ଭାରି ହତାଶା ଭାବରେ କହୁଥିଲା ଲକ୍ଷ୍ମୀ,,,,,କାମ ସରିଗଲା ପରେ ପିଲା ତିନୋଟି ଙ୍କୁ ନେଇ ଘରେ ସମସ୍ତେ ଖାଇବେ ବୋଲି ମନସ୍ଥ କରି ଘରୁ ବାହାରିଆସିଥିଲା ଲକ୍ଷ୍ମୀ ଏକଥା ଝରଣା କୁ ଅଛପା ରହିଲା ନାହିଁ,,,

         ନିଜ ଖାଦ୍ୟ ପ୍ୟାକେଟ୍ କୁ ବଢ଼େଇ ଦେଇ ପିଲାଙ୍କୁ ଖୁଆଇଦିଅ କହିବାରୁ ହଁ ମ ଆମ ଉଭୟଙ୍କ ଜାତି ତ ସମାନ ଆଉ,,,, ଆଶ୍ଚର୍ଯ୍ୟ ହେଲା ଝରଣା ଏଠି ଜାତି ଗୋତ୍ର ଭେଦ ଭାବ କୁଆଡୁ ଆସିଲା,,,ତା ଅଜାଣତ ରେ ତା ହାତରେ ଥିବା କାଗଜ କୁ ପଢ଼ି ସାରିଥିଲା ଲକ୍ଷ୍ମୀ,,,, ଏଠି ମମତା କୁ ବୁଝିଲେନି ଜାତି କୁ ଖୋଜିଲେ, ଜାତି ଭିତରେ ଜାତିଶ୍ରେଷ୍ଠ ବି ଦେଖିଲେ ,,

        ତଥାପି ପିଲା ତିନୋଟି ସେ ଦେଇଥିବା ଖାଦ୍ୟ ପୁଡ଼ିଆ କୁ ଖୁସିରେ ଖାଉଥିବା ଦେଖି ଝରଣା ର ପେଟ ପୁରିଗଲା ,,,

         ଯଦି ସବୁ ଝରଣା ଭେଦଭାବ ନ କରି ସମାନ ଜଳ ଦେଇ ତୃଷ୍ଣା ନିବାରଣ କରେ , ଯଦି ଲକ୍ଷ୍ମୀ ସାଆନ୍ତାଣୀ ଜାତିଭେଦ ଦୂର କରିବାକୁ ଶ୍ରୀୟା ଘରେ ଉଭା ହେଲେ ଏମିତି ଲକ୍ଷ୍ମୀ ପରି କେତେକଙ୍କ ତୁଣ୍ଡରେ ଭେଦଭାବ ଉଚ୍ଚନିଚ୍ଚର କଥା ଶୋଭାପାଉନି ,,,,

     ପରକୁ ଆପଣାର କରରେ,,, ଏ ଜାତି ଧର୍ମ ବର୍ଣ୍ଣ ଲିଙ୍ଗରୁ କ'ଣ ମିଳିବ???

 ରକ୍ତ ତ ସବୁରି ସମାନ ସେଇ ଲୋହିତ,,,,

     କଳିଯୁଗରେ ଜାତିର ବାଛବିଚାର ଦୂର କାହିଁ ହୋଇନି??? ଆଚାର୍ଯ୍ୟ ହରିହର ସେଦିନ ପଇତା ତ୍ୟାଗ କରି ଯାହା ବାର୍ତ୍ତା ଦେଇଥିଲେ ତାହା ପୁସ୍ତକ ଭିତରେ ସୀମିତ ହୋଇ ରହିଗଲା କି????

 ଏମିତି ଅନେକ ପ୍ରଶ୍ନ ଭାବୁଥିଲା ଝରଣା ଫେରନ୍ତା ସମୟରେ,,,


Rate this content
Log in

Similar oriya story from Inspirational