STORYMIRROR

Karuna kara Ghantual

Tragedy

4  

Karuna kara Ghantual

Tragedy

ବାତ୍ୟା

ବାତ୍ୟା

2 mins
220

ଗତ ମଇମାସ ଶେଷ ସରିକି ଏକ ବାତ୍ୟାର ରୂପ ନେଲା ସମୁଦ୍ର ଗର୍ଭରେ। ପାଣି ପାଗକୁ ଆଖିରେ ରଖି ସରକାର ଉପକୂଳ ବର୍ତ୍ତି ଅଞ୍ଚଳରେ ନାଲି ସଂକେତ ଦେଇ ସତର୍କ ସମୟରେ ବନ୍ୟା ବାତ୍ୟା ଆରମ୍ଭ ହେଲା। ଲୋକେ ଘରୁ ଆଉ ପଦାକୁ ବାହାରି ପାରିଲେ ନାହିଁ। ସୁ ସୁ ଗର୍ଜନରେ କାନ ଅତଡା ପଡି ଯାଉଥାଏ। ଆସନ୍ନ ଭୟରେ ଲୋକେ କବାଟ କିଲି ପ୍ରଭୁଙ୍କୁ ସ୍ତୁତି କରିବାରେ ବ୍ୟସ୍ତ।

    ବାତ୍ୟା ସାଙ୍ଗକୁ ମୁଷଳ ଧାରାର ବର୍ଷାରେ ସର ସମୁଦ୍ର ଉପକୂଳଟି ସତେ ଯେମିତି ସମୁଦ୍ର ସଂଗରେ ମିଶିଗଲା। ଯୁଆଡେ ଦେଖିବା ଖାଲି ଜଳ।ଗାଁ ଗଣ୍ଡାରେ ତିଆରି ହୋଇଥିବା ରାସ୍ତା ଉଚ୍ଚା ଢ଼ିପ ଲାଗି ପାଣି ନିଷ୍କାସନ ନ ହେବାରୁ ଶେଷରେ ବାଧ୍ୟ ହୋଇ ରାସ୍ତା କାଟିଲେ। ଗାଁ ମାନଙ୍କର ସୁରକ୍ଷା ପାଇଁ ଲୋକେ ନିଜେ ଅଣ୍ଟା ଭିଡି ଝୋ ଝୋ ବର୍ଷା ଭିତରେ କୋଡ଼ି ଶାବଳ ଧରି ବାତ୍ୟା ସଂଗେ ଲଢେ଼ଇ କଲେ। ଅନେକ ଚାଳଘର ଭାଙ୍ଗିରୁଜି ଅନେକ ଧନ ଜୀବନର କ୍ଷୟ କ୍ଷତି ଘଟିଗଲା।

     ସରକାର ନୀତି ନିୟମକୁ ମାନି ଗାଁ ଦାଣ୍ଡ ମାନଙ୍କରେ ଯଥୋଚିତ ସାହାଯ୍ୟର ହାତ ବଢ଼େଇଲେ। ଚୁଡା ଚାଉଳ ସହ ବାସହରାଙ୍କୁ ପୋଲିଥିନ ଜରି ବଣ୍ଟନ କରି ନିଜର କର୍ତ୍ତବ୍ୟ ପାଳନ କଲେ। ଏତେ ଦୁଃଖ ଦୈନ୍ୟତା ଭିତରେ ମାତୃଭୂମିର ମମତା ତୁଟେଇ କେହିବି ଅନ୍ୟତ୍ର ଯିବା ପାଇଁ ରାଜି ନୁହନ୍ତି। ବାସ୍ତବରେ ସମୁଦ୍ର କୂଳରେ ଥିବା ନୋଳିଆ ଜାତିର ଲୋକେ ସମୁଦ୍ରରୁ ମାଛ ମାରି ଯେପରି ଭାବେ ଜୀବିକା ନିର୍ବାହ କରି ଚଳି ଜାଣିଲେଣି ତାଙ୍କୁ ସ୍ଥାନନ୍ତର କଲେ ବି ସେ ମଙ୍ଗୁ ନାହାନ୍ତି। ତାଙ୍କର ପେଶା ଓ ନିଶାରେ ସେମାନେ ମସଗୁଲ୍। ମାରିବେ ପଛେ ଜନ୍ମଭୂମି ଛାଡି ଅନ୍ୟତ୍ର ଯିବା ସମ୍ପୂର୍ଣ୍ଣ ନାରାଜ।

     ବର୍ତ୍ତମାନ ଓଡ଼ିଶା ସରକାର ଉପକୂଳ ବାସିଙ୍କ ପାଇଁ ଏକ ଜଳ ନିରୋଧକ ପାଚେରୀ ତିଆରି କରିବାର ବ୍ୟବସ୍ଥା ହାତକୁ ନେଇଛନ୍ତି। ପ୍ରକୃତରେ ବନ୍ୟା,ବାତ୍ୟାରୁ ରକ୍ଷା ପାଇବା ପାଇଁ ହେଲେ ଆମେ ଆମ ଚତୁପାର୍ଶ୍ୱରେ ପ୍ରଚୁର ବୃକ୍ଷ ରୋପଣ କରିବା ଦରକାର। ସମୁଦ୍ର ଉପକୂଳରେ ଥିବା ଝାଉଁ ବଣକୁ ସୁରକ୍ଷା ଦେଇ,ସେଇ ମାଟିରେ ବଞ୍ଚିବା ଭଳି ଵୃକ୍ଷ ରୋପଣର ବ୍ୟବସ୍ଥା କଲେ,ଆଗାମୀ ଦିନରେ ଉତ୍ତାପର ମାତ୍ରାକୁ କମେଇ ଦିଅ ଯାଇପାରିବ। ଯାହା ଫଳରେ ୟାସ୍, ହୁଡ଼ ହୁଡ଼ ପରିକା ବାତ୍ୟାରୁ ଆମେ ସହଜରେ ରକ୍ଷା ପାଇ ପାରନ୍ତେ। ଆସନ୍ତୁ ଏଇ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ସଙ୍ଗେ ସଙ୍ଗେ ମୃତ୍ତିକା କ୍ଷୟ ତଥା ପ୍ରଚୁର ଅମ୍ଳଜାନର ସଂଗ୍ରହ ନିମନ୍ତେ ଆମେ ସମସ୍ତେ ବ୍ୟକ୍ତି ଗୋଟିକୁ ଗଛ ଗୋଟିଏ ନିଶ୍ଚିତ ବଞ୍ଚାଇବା।

                   

                 


Rate this content
Log in

Similar oriya story from Tragedy