ଅମାନିଆକୁ ଦଣ୍ଡ
ଅମାନିଆକୁ ଦଣ୍ଡ
ସେଦିନ ସୁଧିରର ବାପା ସୁଧିରକୁ ଅନେକ ପ୍ରକାରେ ବୁଝାଇଲେ । ମୁହଁରେ ତୁଣ୍ଡି ବାନ୍ଧି ହାତକୁ ସାନିଟାଇଜର ରେ ଧୋଇ ତୁ ଭୋଜି ଖାଇବାକୁ ଯା। ହେଲେ ସତର୍କ, ତୁ ଯେମିତି ପ୍ରତି ମୁହୂର୍ତ୍ତରେ ଅନ୍ୟ ମାନଙ୍କ ଠାରୁ ଦି ଗଜ ବ୍ୟବଧାନରେ ବସିବୁ। କାହା ସହିତ ହାତ ମିଳେଇବୁନି,ଯେତେ ସାଙ୍ଗସାଥି ହେଲେ ବି ଆଲିଙ୍ଗନ କାର୍ଯ୍ୟରୁ ଦୁରେଇ ରହିବୁ।ଖାଇ ସାରି ଯେତେଶିଘ୍ର ପାରିବୁ ତୁ ଘରକୁ ଫେରିବୁ। ସୁଧିର ବାପାଙ୍କ କଥାକୁ ହସରେ ଉଡେଇଦେଇ ସାଇକେଲ ଧରି ସିଧା ମୁହେଁଇଲା ଭୋଜି ଘରକୁ।ସେଠାରେ ସାଙ୍ଗସାଥି ଗହଣରେ ଭୁଲିଗଲା ବାପାଙ୍କ କଥାକୁ ଭୁଲିଗଲା ନିୟମ କାନୁନ୍ କୁ। ପ୍ୟାଣ୍ଟ ମୁଣାରେ ମାସ୍କ ଓ ସାନିଟାଇଜର କୁ ପୁରେଇ ଆରାମରେ ସାଙ୍ଗ ମେଳରେ ଆନନ୍ଦ ଉପଭୋଗ କଲା।ଭୋଜି ପରେ ଘରକୁ ନ ଫେରି ବରାଯାତ୍ରି ସଂଗରେ ବାହା କରେଇ ଗଲା। ବାଣ ରୋଶଣୀ ସାଙ୍ଗକୁ ନାଗିନ୍ ବାଦ୍ୟର ତାଳେ ତାଳେ ଦି ଚାରି ଥର ଖୁବ୍ ଜୋରରେ ନାଚିଲା। ସକାଳ ହେବାକୁ ଆଉ ମାତ୍ର ଅଧଘଣ୍ଟା। ସୁଧିର ଆସି ପହଞ୍ଚିଲା। ବାହାରେ ପଡିଥିବା ପଟା ଖଟିଆରେ ବସୁ ବସୁ ଆଖିରେ ନିଦ ଭରିଗଲା। ବିଛଣା ପକାଇବା ପୂର୍ବରୁ ତାକୁ ନିଦ ଆସି ଯାଇଥିଲା। ବାପା ଆଉ କହିବେ କଣ ? ଏକଇର ବଳା ବିଶିକେଶନ। କହି ହେଲା ନାଇଁ କି ସହି ହେଲା ନାହିଁ। ପିଲାର ବ୍ୟବହାରରେ ବାପା ବେଶ୍ ବିରକ୍ତି ଅନୁଭବ କରୁଥିଲେ ମଧ୍ୟ ନିୟମ ଦୃଷ୍ଟିରୁ କିଛି କହି ପାରିଲେ ନାହିଁ।
କେବଳ ଉର୍ଦ୍ଧ୍ବ ନିଶ୍ୱାସଟିଏ ପକାଇ କହିଲେ ଈଶ୍ୱରେ ସବୁ ତୁମରି ଇଚ୍ଛା। ସୁଧିର ମା କହିଲେ, କ'ଣ ହେଲା ଯେ ଏମିତି ପସ୍ତେଇ ହେଉଛ ? ସପନା ଟିକିଏ ବିରକ୍ତି କଣ୍ଠରେ କହିଲେ, କହିବା କଥା କଣ ସେ ମାନିଲା ? ଏଥର ତୁମେ ବୁଝ ତାର କଥା।
ଦିନ ଏଗାର ପରେ ତାର ନିଦ ଭାଙ୍ଗିଲା। ବଡ କଷ୍ଟରେ ଉଠି ତା ବୋଉକୁ ଦେଖିଲା। ହଠାତ୍ କାହିଁକି ସେ ଟିକିଏ କଷ୍ଟ ଅନୁଭବ କଲା।ବୋଉ ପଚାରିଲା ବାହାଘରେ କଣ ନାଚ ଗୀତରେ ଭାଗ ନେଲୁ। ନିରୁତ୍ତର ହେଲା ସୁଧିର। ହାତଗୋଡ ଧୋଇ ପଖାଳ ଖାଇ ପୁଣି ଶୋଇଲା।
ଦି ଦିନ ପରେ ଡ଼ାକ୍ତର ଆସି ପରୀକ୍ଷା କଲେ। ସୁଧିର ହେଲା ପଜିଟିଭ।ବାପା ମା ଔଷଧ ଆଣି ଖୁଆଇଲେ। କେତେ ଦିଅଁ ଦେବତା ଗୁହାରି କଲେ,ମାତ୍ର ଶେଷରେ ସଂଗରଧ କେନ୍ଦ୍ରକୁ ନେଲେ। ସେଠାରେ ଡାକ୍ତର ଅକ୍ସିଜେନ ଦେଲେ ଓ ଧାଇଁ ମାନେ ଔଷଧ ଦେଲେ।
ରାତି ସାତଟା ବେଳକୁ ଡାକ୍ତର କହିଲେ ତୁମ ପୁଅ ଭଲ ଅଛି,ତୁମେ ଘରକୁ ଯାଅ। ବାପା ମା ଘରକୁ ଆସିଲେ,ଚଉରା ମୂଳରେ ଦୀପ ଲଗେଇ ଚେଇଁ ବସିଲେ। ମାତ୍ର ହଠାତ ଦୀପଟା ଲିଭିଗଲା। ଫୋନ ଆସିଲା ପୁଅର ଶେଷ ଦର୍ଶନ ପାଇଁ ଯେତେ ଶିଘ୍ର ପାର ଚାଲି ଆସ। ସତେ ଯେପରି ଆକାଶଟା ଛିଣ୍ଡିଗଲା ତାଙ୍କ ମୁଣ୍ଡରେ।
