Karuna kara Ghantual

Children Stories

4  

Karuna kara Ghantual

Children Stories

ବାପ ଛେଉଣ୍ଡ

ବାପ ଛେଉଣ୍ଡ

2 mins
144


ପିଲାଟା ଜନ୍ମରୁ ବାପା ଛେଉଣ୍ଡ। ଅଭାଗିନି ମାଆଟା ସୁଖେ ଦୁଃଖେ ତାର ସଂସାର କାଟେ। ହଠାତ ଦିନେ ମଙ୍ଗୁଳି ଦେହରେ ଅକାଳ ମାର୍କୀ ଆସି ମା ମନଟାକୁ ଦୋହଲାଇ ଦେଲା। ଗାଁ ମାଇପେ ଆସି କହିଲେ ସୁନି ଲୋ ତୁ ତ ହତ ଭାଗିନୀ। ପିଲା ଜନ୍ମ ହେଲା ଦିନ ଗାଡି ଚକାଚଳେ ବାପାର ଜୀବନ ଗଲା। ଆଜି ସେଇ ପିଲା ପୁଣି ଅଜଣା ରୋଗରେ ଆକ୍ରାନ୍ତ। ତାକୁ ନେଇ ମଙ୍ଗଳା ମନ୍ଦିରେ ଶୁଆଇ ସମର୍ପଣ କରିଦେ। ଦେଖିବୁ ତେଣିକି ନିଜେ ମା ତାର ଦାୟିତ୍ୱ ବହନ କରିବେ। ଆଜି ସେଇ ମଙ୍ଗଳାକୁ ସୁମରି ସୁମରି ପିଲାଟା ଏଡ଼ୁଟେରୁ ଏଡିଟିଏ ହେଲାଣି। ମୁ ବାର ଦୁଆର ବୁଲି ପରର ମୂଳଖଟି ଯାହା ଦି ପଇସା ପାଏ ସେଥିରେ ସଂସାର ଚଳେ।

      ପିଲାଟି ବଡ ହେବା ସଂଗେ ସଂଗେ ମା ର ବୟସ ବଢ଼ିଲା। ହଠାତ ଦିନେ ମଙ୍ଗୁଳି କହିଲା ମା,ତୁମେ ଆଉ ପରର ମୂଳଖଟି ଯିବନି। ଆମେ ରାଧୁ ଭାଇ ସଂଗରେ କଥା ହେଇଛୁ ଗାଁର ସବୁ ଗରୁ ତକ ଆମେ ଚରେଇବୁ। ସତକୁ ସତ ମଙ୍ଗୁଳି ଓ ରାଧୁ ନୀତି ସକାଳୁ ଗାଈ ନେଇ ଗାଁ ମୁଣ୍ଡ ଝାଉଁ ବଣରେ ଥିବା ଗୋଠକୁ ଯାଆନ୍ତି। ରାଧୁ ଭଙ୍ଗା ଟିଣଟିଏ ଧରି ବାଜା ବଜାଇବା ବେଳେ ମଙ୍ଗୁଳି ବଂଶୀଟିଏ ଧରି ଖଣ୍ଡ ମଣ୍ଡଳ ମଧୁର ମୂର୍ଚ୍ଚନାରେ କମ୍ପେଇ ଦିଅନ୍ତି। ଗୋରୁ ମାନେ କ୍ଷୁଧା ତୃଷା ଭୂଲି ସେଇ ବଂଶୀ ସ୍ୱର ଶୁଣି ପାକୁଳି ମାରୁଥାନ୍ତି।

      ଦିନକର ଘଟଣା, ସେଇ ବାଟ ଦେଇ ଆକାଶ ବାଣୀ ନିର୍ଦ୍ଦେଶକ ସମୁଦ୍ର ଭ୍ରମଣରେ ଆସିଥାନ୍ତି। ହଠାତ ଏ ମୋହିନିଆଁ ସ୍ୱର ଶୁଣି ଟିକିଏ ଅଟକି ଗଲେ। ଶେଷରେ ସେଇ ସ୍ୱର ଆସୁଥିବା ସ୍ଥାନକୁ ଗଲେ। ୧୭/୧୮ବର୍ଷର ପିଲା। ଗୋରୁ ଜଗୁଆଳି ହୋଇ ଏପରି ସ୍ୱର ଏମାନେ ଜାଣିଲେ କେମିତି? ବାବୁ ନିଜେ ଗାଡ଼ିରୁ ଓହ୍ଲାଇ ପାଖରେ ଥିବା ଚଟାଣରେ ବସି ତାଙ୍କ ପରିଚୟ ବୁଝିଲେ। ବାବୁ କହିଲେ ତୁମେ ଆମ ରେଡ଼ିଓ କେନ୍ଦ୍ରରେ ଏଇ ବାଦ୍ୟ ପରିବେଷଣ ପାଇଁ ଯାଇ ପାରିବ? ମଙ୍ଗୁଳି କହିଲା ମୋ ମାକୁ ବୁଝି ମୁଁ କହିବି। ବାବୁ ଜଣଙ୍କ ଅତ୍ୟଧିକ ଖୁସି ହୋଇ ତାଙ୍କୁ ଦି ଟା ପାଞ୍ଚଶ ଟଙ୍କି ବଢ଼ାଇ ଦେଇ ନିଜ ଫୋନ ନମ୍ବରଟା ଦେଲେ। କହିଲେ ମାଙ୍କ ସହମତି ହେଲେ ତୁମେ ମୋତେ ଫୋନରେ ଜଣେଇବ। ମୋ ଲୋକ ଆସି ତୁମକୁ ନେଇଯିବେ।ତୁମକୁ ଆମେ ସରକାରୀ ତରଫରୁ ଚାକିରୀ ଦବୁ।

    ସତକୁ ସତ,ବଣ ମଲ୍ଲୀ ହେଲେ ବି କଳାର ଚାତୁରୀରେ ସେମାନେ ମହକି ଗଲେ। କମ୍ ଦିନ ଭିତରେ ତାଙ୍କର ଭାଗ୍ୟ ବଦଳି ଗଲା ସେମାନେ ଯାଇ ଆକାଶ ବାଣୀ କେନ୍ଦ୍ରରେ ବଂଶୀ ଓ ତବଲା ବଜାଇ ସମଗ୍ର ରାଜ୍ୟର କଳାକାର ମାନଙ୍କୁ ନୂତନ ବାର୍ତ୍ତା ଦେବା ସଂଗେ ସଂଗେ ଦୁଇ ପରିବାର ଯାଇ ସହରରେ ରହିଲେ। ତାଙ୍କୁ ସରକାରୀ ଘର ମିଳିଲା। ମା,ମଙ୍ଗଳାଙ୍କ ଦୟାରୁ ବାପା ଛେଉଣ୍ଡ ପିଲାଟି ସହ ତାର ସାଙ୍ଗର ମଧ୍ୟ ଭାଗ୍ୟ ବଦଳି ଗଲା। ସତରେ ଈଶ୍ବରଙ୍କ ଆଶିଷ କେତେ ମହାନ।



Rate this content
Log in