STORYMIRROR

Karuna kara Ghantual

Children Stories

3  

Karuna kara Ghantual

Children Stories

ଝାଟିମାଟିର ଘର

ଝାଟିମାଟିର ଘର

2 mins
206

ସମୁଦ୍ର କୂଳିଆ ଗାଁ କୁଶପୁର। ଗାଁରେ ଅଧିକାଂଶ ଲୋକେ ପକା କାନ୍ଥ କରି ଘର ତୋଳିଛନ୍ତି। ବାକି ଦଶବାର ଲୋକଙ୍କର ଏ ଯାଏ ଘର ଆସିନି। କାରଣ ସେମାନେ କୁଆଡ଼େ ବିରୋଧୀ। ଦଶଦିନ ଆଗରୁ ସରକାର ଘୋଷଣା କରିଛନ୍ତି, ନୋଳିଆ ମନେ ଆଉ ସମୁଦ୍ରକୁ ଯିବେନି। ଗଲେ ବିପଦ ଆସିପାରେ। ଚାହୁଁ ଚାହୁଁ ଦିନ ମାଡି ଆସିଲା। ଗାଁରୁ ଅଧିକାଂଶ ଲୋକଙ୍କ ସରକାର ତରଫରୁ ଆଶ୍ରୟ ସ୍ଥଳିରେ ପହଞ୍ଚାଯାଇ ସାରିଲାଣି। ସମସ୍ତେ ଆତ୍ମ ରକ୍ଷା ପାଇଁ ବାହାରି ଗଲେ। ମାତ୍ର ଗୋପାଳର ଗୋଟିଏ ଜିଦ ସେ ଘର ଛାଡି କୁଆଡେ ଯିବନାହିଁ। ଯଦିଓ ସେ ଜିଦଖୋର ତା ଭିତରେ ଈଶ୍ୱର ବିଶ୍ୱାସ ଅଛି। ସେ ଯଦି ପିଣ୍ଡ ଦେଇଛନ୍ତି ନିଶ୍ଚୟ ତା ପାଇଁ ମଣ୍ଡର କିଛି ବ୍ୟବସ୍ଥା କରିଥିବେ। ଏଇ ଭରସା ନେଇ ସେ କାଳିଆ ସୁମରି କୁଡ଼ିଆ ଭିତରେ ଜଗନ୍ନାଥ ଫୋଟକୁ ଧ୍ୟାନ କରୁଥାଏ। ହଠାତ ଆକାଶ ଅନ୍ଧକାର ହୋଇଗଲା ସୁ ସୁ ହୋଇ ପବନ ବୋହିଲା। ଦେଖୁ ଦେଖୁ ମୁଷଳ ଧାରାରେ ବର୍ଷା ଆରମ୍ଭ ହୋଇଗଲା। ଭୟଙ୍କର ଝଡ ତୋଫାନରେ ପୃଥିବୀ ଦୋହଲି ଉଠିଲା। ଦେଖୁଁ ଦେଖୁଁ ତା ବଡି ପଟର ଆମ୍ବ,ଜାମ୍ବୁ ଗଛ ମାଟିରେ ଶୋଇଗଲା। ଚାଳ ଘର ନଡା କୁଟା ସବୁ ମୂଳରୁ ପୋଛି ହୋଇ ଘର ଭିତରେ ପାଣି ପଶିଲା। ତଥାପି ଗୋପାଳ ଧୌର୍ଯ୍ୟ ହରା ନ ହୋଇ ସେଇମିତି ଧ୍ୟାନରେ ବସିଥାଏ। ତାର ବସିବା ସ୍ଥାନକୁ ଛାଡିଦେଲେ ସବୁଆଡେ ଜଳମଗ୍ନ। ଏତେବେଳେ ଛାଡିବ ସେତେବେଳେ ଛାଡ଼ିବ ଭାବୁ ଭାବୁ ଦୀର୍ଘ ଦଶ ଘଣ୍ଟା ଯାଏ ପ୍ରକୃତି ତାଣ୍ଡବ ସରିଲା ନାହିଁ । 

         ବାହାରକୁ ଅନେଇ ଦେଖେତ ତାର ଗାଁଟି ସଂପୂର୍ଣ୍ଣ ଜଳମଗ୍ନ । ସେ ଅନୁଭବ କଲା ତା ଘରଟା ଯେମିତି କୁଆଡେ ଭାସି ଭାସି ଚାଲି ଯାଉଛି। ଜଗନ୍ନାଥଙ୍କ ଫଟୋକୁ ଜାବୁଡି ଧରି ସେ ବହେ କାନ୍ଦିଲା । ବିଜୁଳୀ ଆଲୁଅରେ ଦେଖେତ ସେ ଗାଁରୁ ବହୁତ ଦୁରକୁ ଚାଲି ଆସିଛି। ନା ତା ପଡିଶା ଘରର ପକ୍କା ଘର ନାଁ ସେ ଗାଁ ମୁଣ୍ଡରେ ଉଚ୍ଚା ବରଗଛ । ବିଜୁଳୀ ଆଲୁଅରେ ତାଙ୍କୁ ଜଳ ଜଳ ହୋଇ ଦିଶୁଥିଲା ଧନ ମିଲର ଧୂଆଁ ନାଳୀର ଦୃଶ୍ୟ। ସେ ଅନ୍ଦାଜ କଲା, ଗାଁ ମାଟିରୁ ଦୀର୍ଘ ପାଞ୍ଚ କିଲୋମିଟର ବାଟ ଭଙ୍ଗା ପରି ଭାସି ଯାଉଛି। ପ୍ରକୃତରେ ସେ ଲାଗିବ କୋଉଠି? ଧିର ମସ୍ତିଷ୍କରେ ଚିନ୍ତା କଲା ଆଉ ମାତ୍ର ଚାରି କିଲୋମିଟର ଗଲେ ସେ ପହଞ୍ଚିବ ମୁଖ୍ୟ ରାସ୍ତାକୁ ଲାଗିଥିବା ବିପନ୍ନ ମାନଙ୍କର ଆଶ୍ରୟସ୍ଥଳକୁ।

          ସିଏ ଯାହା ବି ହେଉ ,ତା ଜଗନ୍ନାଥ ଆଉ ସେ ନିଶ୍ଚିତ ଭାବେ ସୁରକ୍ଷିତ ଅଛନ୍ତି। ପାଣି ଟୋପାଏ ବି ତା ଦେହରେ ପଡୁନି। ପ୍ରକୁତରେ କେତେ କୃପାଳୁ ସେ ମହାବାହୁ। ତେଣିକି ତାଙ୍କର ଇଚ୍ଛା। ସେ ଯଦି ଆଶ୍ରୟ ସ୍ଥଳିକୁ ନେବେ ଭଲ ନ ହେଲେ ଅଥଳ ସମୁଦ୍ରକୁ ଗଲେ ମଧ୍ୟ ଭଲ। କାରଣ ସେ ଜାଣିଛି ଈଶ୍ୱର ଯାହାବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ସେତେ ବେଳକୁ ବୋଧେ ବର୍ଷା ଟିକିଏ କମି ଯାଇ ଥାଏ ହଠାତ କାହାର ହାତ ସ୍ପର୍ଶ ପାଇ ଚମକି ଉଠିଲି। ସେ ଲାଇଟ ମାରି କହିଲା ଗୋପାଳ ତୋର ଦୁଃଖ ସରି ଯାଇଛି ଏ ଡଙ୍ଗା ଉପରକୁ ଆ ମୁଁ ତୁମ୍ଭକୁ ଆଶ୍ରୟ ସ୍ଥଳିରେ ଛାଡି ଦେବ। କହୁଁ କହୁଁ ଡଙ୍ଗାଟା ସେଇ ଅନ୍ଧକାର ଭିତରେ ସାଇଁ ସାଇଁ ହୋଇ ଆଗେଇ ଚାଲିଲା। କିଛି ସମୟ ପରେ ମୁଖ୍ୟ ରାସ୍ତାରେ ଓହ୍ଲାଇ ନାଉରିଆ କହିଲା ସେଇ ଦିଶୁଥିବା ଆଲୋକ ହିଁ ଆଶ୍ରୟ ସ୍ଥଳି। ତାପରେ ସବୁଆଡେ ସୁନଶାନ।

              


Rate this content
Log in