STORYMIRROR

itishree jena

Inspirational

3  

itishree jena

Inspirational

ବାପା

ବାପା

2 mins
144

ରାମ ବାବୁ ଜଣେ ଆଦର୍ଶ କୃଷକ। ଖୁବ୍ ସୁନ୍ଦର ଥିଲା ତାଙ୍କ ପରିବାର। ପରିବାର କହିଲେ ତିନି ପୁଅ ଆଉ ତାଙ୍କ ସ୍ତ୍ରୀ। ନିଜର ସ୍ବଳ୍ପ ରୋଜଗାରରେ ତିନି ପୁଅଙ୍କ ସବୁ ଆବଶ୍ୟକତା ପୂରଣ କରିଛନ୍ତି ସେ। ପିଲାମାନଙ୍କ ପାଠପଢ଼ା ପାଇଁ ସେ ତାଙ୍କର ସବୁ ଜମି ବିକ୍ରି କରିଦେଇଛନ୍ତି।ତାଙ୍କ ସ୍ତ୍ରୀ ମଧ୍ୟ ନିଜର ସବୁ ଗହଣା ବିକ୍ରୀକରି ନିଜ ପିଲାମାନଙ୍କ ଆବଶ୍ୟକତା ପୂରଣ କରିବାକୁ ପଛେଇ ନଥିଲେ। ପିଲାମାନେ ଚାକିରୀ କରିବା ପୂର୍ବରୁ ସେମାନଙ୍କ ମା ରାମ ବାବୁଙ୍କୁ ଏକା କରି ଏ ଦୁନିଆ ଛାଡ଼ି ଚାଲିଗଲେ।ଏ ଦୁଃଖକୁ ମଧ୍ୟ ସେ ଛାତିରେ ଚାପି ପିଲାମାନଙ୍କ ପାଇଁ ବଞ୍ଚିଥିଲେ। ନିଜ ପିଲାମାନଙ୍କ ସହ ଖୁସିରେ ବି ଥିଲେ। ବଡ଼ପୁଅ ଆଉ ମଝିଆ ପୁଅ ଚାକିରୀ କଲେ। ବାପାଙ୍କ ଖୁସି କହିଲେ ନ ସରେ। ସାନପୁଅ ଚାକିରୀ ନପାଇ ଗାଁ ରେ ଚାଷ କଲା । ବାପା ସାନ ପୁଅ ପାଖରେ ରହି ତାକୁ ଚାଷ କାମରେ ସାହାଯ୍ୟ କଲେ । କିଛିଦିନ ପରେ ଜଣାପଡେ ଯେ ବଡ଼ପୁଅ ଆଉ ମଝିଆ ପୁଅ ବାହାହୋଇ ସହରରେ ନିଜ ନିଜର ଘର ବସେଇସାରିଛନ୍ତି। ଏକଥା ଶୁଣି ବାପାଙ୍କୁ ବହୁତ କଷ୍ଟ ହୁଏ, କିନ୍ତୁ କରିବେ କ'ଣ , ନିଜ ପିଲା ନା। ଏଣୁ ଏ କଷ୍ଟ କୁ ବି ସହିଗଲେ,ଆଉ ଦି ବୋହୁଙ୍କ ପାଇଁ ଶାଢ଼ୀ, ଶଙ୍ଖା ସିନ୍ଦୂର ଆଶିର୍ବାଦ ସ୍ବରୂପ ନେଇକି ଗଲେ । ଭାବିଥିଲେ ସେଠାକୁ ଗଲେ ତାଙ୍କ ବୋହୂ ମାନେ ତାଙ୍କର ଚର୍ଚ୍ଚା କରିବେ, ନିଜ ହାତରେ ରାନ୍ଧି ଖାଇବାକୁ ଦେବେ। ମାତ୍ର ସବୁ ଓଲଟା । ବୋହୂମାନେ ଶ୍ଵଶୁରଙ୍କୁ ସମ୍ମାନ ଦେବା ତ ଦୂରର କଥା, ଅପମାନିତ କରି ବାହାର କରିଦେଲେ। ପୁଅମାନେ ବି ନିରବ , ବାପା ସେଠାରୁ କାନ୍ଦି କାନ୍ଦି ଗାଁ କୁ ଫେରିଲେ।ଭାବିଲେ ସାନପୁଅ ସହ ଖୁସିରେ ରହିବେ। କିଛିଦିନ ପରେ ସାନପୁଅ ର ବି ବାହାଘର ହେଲା।ଝିଅଟି ସେଇ ଗାଁ ର। ସେ ସମସ୍ତଙ୍କର ଯତ୍ନ ନିଏ। ବାପା ସାନପୁଅ ଆଉ ସାନ ବୋହୁ ସହ ବହୁତ ଖୁସିରେ ଥିଲେ। ହଠାତ୍ ବାପାଙ୍କ ଦେହ ବହୁତ ଖରାପ ହୋଇଗଲା। ସେ ଆଉ ଚାଷ କରିବାକୁ ଯାଇପାରିଲେନି । ଏଣୁ ସାନପୁଅ ତାଙ୍କର ଯତ୍ନ ଠିକ୍ ଭାବରେ ନେଲେନି କି ଔଷଧ ମଧ୍ୟ ଦେଲାନି। ତା ସ୍ତ୍ରୀ କିନ୍ତୁ କୁହେ ବୟସ ହେଲାଣି,ଦେହ ଖରାପ,କାମ କେମିତି କରିବେ।କାମ କରିବେନି ବୋଲି କ'ଣ ଟିକେ ଔଷଧ ଦେବନି।ସାନ ପୁଅ ତା ସ୍ତ୍ରୀ କୁ ଗାଳିକରେ ଆଉ କହେ ଅଯଥା ଖର୍ଚ୍ଚ ପାଇଁ ମୋ ପାଖରେ ଟଙ୍କାଟିଏ ବି ନାହିଁ। ସେ ଯାନ୍ତୁ ତାଙ୍କ ଚାକିରିଆ ପୁଅ ପାଖରେ ରହିବେ । ନହେଲେ ଜମିରେ କାମ କରନ୍ତ ମୁଁ ଔଷଧ ଦେବି।କାମ ନାହିଁ ତ ଔଷଧ ବି ନାହିଁ। ଔଷଧ ନ ଖାଇଲେ ମରିଯିବନି ହେଲା।ଏ ସବୁ ବାପା (ରାମ ବାବୁ)ଙ୍କୁ ବହୁତ କଷ୍ଟ ଦେଲା ।ସେ ଜମିରେ କାମ କରିବାକୁ ଚାଲିଗଲେ । ଦେହରେ ଜର ପୀଡ଼ା, ତଥାପି କାମ କଲେ।

କାମ ସାରି ଘରକୁ ଫେରିଲେ।ଆଉ ସାନ ପୁଅ କୁ କହିଲେ , ଏବେ ତ ଟିକେ ଔଷଧ ଆଣି ଦେ । ମତେ ବହୁତ କଷ୍ଟ ଲାଗୁଛି ରେ। ଏକଥା ଶୁଣି ସାନପୁଅ କହିଲା ମୁଁ ଔଷଧ ଆଣି ପାରିବିନି । ତମେ ମରିଗଲେ ମୋର ଗୋଟେ କଣ୍ଟା ଯିବ । ଏକଥା ଆଉ ସେ ସହି ପାରିଲେନି। ଶେଷରେ ସେ ଖଣ୍ଡେ ଚିଠିରେ ନିଜ ପିଲାମାନଙ୍କ ଶୁଭ ମନାସି , ନିଜ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ଲେଖି, ବେକରେ ରଶି ଲଗାଇ ସବୁଦିନ ପାଇଁ ଆଖି ବୁଜିଦେଲେ।

 ବର୍ତମାନ ଆମ ସମାଜରେ ଏପରି ହିଁ ଚାଲିଛି। କିନ୍ତୁ କ'ଣ ପାଇଁ? କେବଳ କ'ଣ ଆମକୁ ଜନ୍ମ ଦେଇଛନ୍ତି ବୋଲି ସେ ହିଁ ଆମର ସବୁ ଆବଶ୍ୟକତା ପୂରଣ କରିବେ। କାରଣ ଏଇଟା ହିଁ ତାଙ୍କ ଦାୟିତ୍ଵ ଆଉ କର୍ତ୍ତବ୍ୟ, ଆଉ ସେମାନଙ୍କ ଯତ୍ନ ନେବା କ'ଣ ଆମ ଦାୟିତ୍ଵ ଆଉ କର୍ତ୍ତବ୍ୟ ନୁହେଁ କି? ତାହାଲେ କ'ଣ ପାଇଁ ଏମିତି ସବୁ ଘଟୁଛି? ସେମାନଙ୍କ ଯତ୍ନ ନେବା ହିଁ ଆମର ପ୍ରଥମ ଆଉ ପ୍ରଧାନ କର୍ତ୍ତବ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational