STORYMIRROR

itishree jena

Others

3  

itishree jena

Others

ଅଭିଶପ୍ତ ପ୍ରେମ

ଅଭିଶପ୍ତ ପ୍ରେମ

2 mins
220


ଇତି ତା ପରିବାର ସହ ଖୁସିରେ ଥାଏ। ପାଠପଢା, ସ୍ବପ୍ନ, ପରିବାର ର ଖୁସି ତା ପାଇଁ ସବୁକିଛି। କାହା ମନରେ କେବେ କଷ୍ଟ ଦିଏନି । ଅନ୍ୟ ର ଦୁଃଖ ରେ କାନ୍ଦି ପକାଏ। ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ ର ହାତ ବଢ଼େଇ ଦିଏ। ଏଥିପାଇଁ ତାକୁ ସମସ୍ତେ ଭଲ ପାଆନ୍ତି। ସେ ବି ନିଜ ଜୀବନରେ ସମସ୍ତଙ୍କୁ ବହୁତ ଭଲ ପାଏ ଓ ସମ୍ମାନ କରେ।

ସବୁକିଛି ଠିକଠାକ ଚାଲିଥିଲା। ହଠାତ୍ ତା ଜୀବନରେ ଜଣେ ଆସିଲା। ଜୀବନର ରଂଗ ବଦଳିଗଲା। ଏମିତି ଏକ ନୂଆ ସଂପର୍କ ପାଇଁ ସେ ବହୁତ ଖୁସି ଥିଲା। ବନ୍ଧୁତା ର ଏ ସଂପର୍କ କେତେବେଳେ ପ୍ରେମ ରେ ପରିଣତ ହୋଇଗଲା, ସେ କିଛି ବି ଜାଣିପାରିଲା ନାହିଁ। ପ୍ରେମ ରେ ପଡିବା ବି ସ୍ବାଭାବିକ। ଏମିତି ଏକ ଅମାନିଆ,ଜିଦଖୋର, ଦାୟିତ୍ୱବାନ ଯତ୍ନବାନ, ଆଉ ଭଲପାଉଥିବା ମଣିଷ ଯେତେବେଳେ ଜଣକୁ ଭଲପାଏ ବୋଲି ଦାବି କରିବ,ମନା କରିବାର କ୍ଷମତା କାହା ପାଖରେ ଅଛି ଯେ। ଇତି ବି ଏଥିରୁ ବାଦ୍ ଜାଇନଥିଲା। ଦୁହେଁ ଦୁହିଁଙ୍କୁ ନେଇ ବହୁତ ଖୁସି ଥିଲେ।ସାରା ରାତି ଏମାନଙ୍କର କଥା ହେବାରେ ସରିଯାଉଥିଲା। ସକାଳ ହେଲେ ଜଣଙ୍କର ଅଫିସ୍ ତ ଆଉ ଜଣଙ୍କର କଲେଜ। କ୍ଲାସ୍ ରେ ସବୁବେଳେ ଆଗ ଉତ୍ତର ଦେଉଥିବା ପିଲା ଏବେ ବହୁତ ସମୟ ନିରୁତର, ପାଠପଢ଼ା ଛାଡ଼ି ବହି ଉପରେ ଶୋଇ ପଡେ ଇତି । ଏଥିପାଇଁ ସେ ବହୁତ କାନ୍ଦେ, କି ସେ ନିଜ ଖୁସି ପାଇଁ ପରିବାର ର ସ୍ବପ୍ନ ସହ ଖେଳୁଛି। ତଥାପି ସେ ହାର ମାନେନି । ନିଜmind କୁ ଆୟତ୍ତ କରି ପଡେ । ରେଜଲ୍ଟ ବି ଭଲ କରେ । ଏମିତି ସବୁ ଠିକ୍ ଠାକ୍ ଚାଲିଥିଲା। ହଠାତ୍ ସବୁକିଛି ବଦଳି ଗଲା। ଭଲପାଉଥିବା ମଣିଷଟା ତା ହାତ ଛାଡିଦେଲା।ଆଗପରି ଆଉ କିଛି ବି ରହିଲାନି। ଇତି କିଛି ବି ଜାଣିପାରିଲା ନାହିଁ କି କଣ ପାଇଁ ଏମିତି ସବୁ ଘଟୁଛି। ଭଲପାଉଥିବା ମଣିଷଟା ହଠାତ୍ ବଦଳିଗଲେ କେମିତି। ଦିନେ କଥା ନ ହେଲେ ଯେ ବାର୍ ବାର୍sms କରୁଥିଲେ, ଆଜି ହଠାତ୍ ଏମିତି କଣ ପାଇଁ। କାହାକୁ କହିବ ସେ। ତାକୁ ବହୁତ କଷ୍ଟ ହେଉଥିଲା।ଭାବିଲା ଜୀବନ ହରିଦେବ,ଏ କଷ୍ଟ ରୁ ମୁକ୍ତି ମିଳିଯିବ । କିନ୍ତୁ ସେ ପାରିଲାନି। ପରିବାର ର ସମ୍ମାନ ରେ ଆଞ୍ଚ ଆସିବ,ସାନ ଭଉଣୀ ର ପାଠପଢ଼ା ବନ୍ଦ ହେଇଯିବ।ତା ମନର ମଣିଷ ଉପରେ ବିପଦ ପଡ଼ିବ,ଏ ସବୁ ଭାବି ମରିପାରିନି ସେ।ପ୍ରତିମୁହୁତ ରେ ଜଳିଜଳି ମରୁଛି ସେ। ଆଜି ବଞ୍ଚିଛି ସେ କେବଳ ଗୋଟିଏ ଆଶାରେ, ଦିନେ ନା ଦିନେ ତା ଅଧାଗଢ଼ା ପ୍ରେମ ସତ ହେବ।

ସତରେ କ'ଣ ଏମିତି ହେବ। ସେ ତା ଭଲପାଇବା କୁ ଫେରିପାଇବ।

ମୁଁ ପ୍ରାର୍ଥନା କରୁଛି ତା ପ୍ରେମ ତାକୁ ମିଳିଯାଉ। ପୁଣିଥରେ ଆରମ୍ଭ ହେଉ ତା ଅଧାଗଢ଼ା ପ୍ରେମ। ଆପଣ ମାନେ ବି ଟିକେ ପ୍ରାର୍ଥନା କରନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍