STORYMIRROR

SASMITA ACHARJYA

Inspirational

3  

SASMITA ACHARJYA

Inspirational

ବାପା ନଥିଵା ଝିଅ କବିତା

ବାପା ନଥିଵା ଝିଅ କବିତା

2 mins
15.8K


କବିତା ସାହୁ ସେ ଜଣେ ଉଚ୍ଚ ଶିକ୍ଷିତା। କିନ୍ତୁ ଗୋଟିଏ ସାଧାରଣ ପରିବାର ଝିଅ ଥିଲା ବାପା , ମା’ , ଭଉଣୀ ସେ ରହୁଥିଲା ବାପା ପେଟ ପୋଷଣ ପାଇଁ ପାନ ଦୋକାନ କରି ନିଜ ପରିବାରକୁ ପୋଷୁ ଥିଲେ ଠିକ୍ ସେହି ଦିନ କଥା ୨୦୦୫ ମସିହା ଜୁଲାଇ ୮ତାରିଖ ଦିନ କବିତାର ବାପାଙ୍କ ଦେହ ଖରାପ ଲାଗିବାରୁ ସେ ଦୋକାନ ଗଲେ ନାହିଁ । କବିତା ଆମ ସହ ଦଶମ ଶ୍ରେଣୀ ପଡୁଥିଲା ।ଶ୍ରେଣୀରେ ତାକୁ ସମସ୍ତ ଭଲ ପାଉଥିଲେ କାରଣ ସେ ଭଲ ପଡୁଥିଲା । ସମସ୍ତକୁ ପାଠ ପଢିବାରେ ସାହାର୍ଯ୍ୟ କରୁଥିଲା ।ତା ବ୍ୟବହାର ଅତି ଭଲ ଥିଲା ଗୁରୁଜୀ ଗୁରୁମା ସବୁ ଭଲ ପାଉଥିଲେ।ସେ ଶ୍ରେଣୀରେ ପ୍ରଥମ ନମ୍ବରରେ ଥାଏ ।ଦିନେ ବାପା ଘରୁ ଖଟରୁ ପଡିଗଲେ ସେ ଚେତା ଶୂନ ହୋଇଗଲେ ତାକୁ ମେଡିକାଲ୍ ନିଆ ଗଲା ।ଯିବା ବାଟରେ କବିତାର ବାପା ଦେହାନ୍ତ ହେଇଗଲା ।ସେ ଆର ପାରିକୁ ଚାଲିଗଲେ।ପରିବାର ଅନାଥ ହେଇଗଲା ବାପା ବିନା ଜୀବନ କଷ୍ଟ ଥିଲା ।ପରିବାର ପେଟ ପୋଷଣ ହେବ କେମିତି ।କିଏ ବି ଆଉ ପୁରୁଷ ଲୋକ ନଥିଲେ କବିତା ଘରେ ଯିଏ ଏମାନକୁ ସାହାର୍ଯ୍ୟ କରିପାରିବ ॥

ଯେଣୁ ତେଣୁ ଭାବରେ ବାପା କର ୧୨ ଦିନ କାର୍ଯ୍ୟ ଶେଷ ସମ୍ପାଦନ କରାଗଲା ।କିନ୍ତୁ ପେଟ ପୋଷିବା ପାଇଁ ଦରକାର ଟଙ୍କା ଆସିବ କୋଉଠୁ ପରିବାର ମୁଖ୍ୟ ଲୋକ ନଥିଲେ ପରିବାର ନଷ୍ଟ ହୋଇ ଯାଏ ।ଆଗକୁ କବିତାର ଟେଷ୍ଟ ପରୀକ୍ଷା ହେବାର ଅଛି ।ସେ ବିଦ୍ୟାଳୟକୁ ବି ଯାଉ ନାହିଁ ।ସବୁ ବେଳେ ମନକୁ ମାରି ବସେ ।ମା’ ବି କିଛି ବୁଝନ୍ତି ନି ।କବିତା ଚିନ୍ତା କଲା କଣ କରିବ ।କେମିତି ପେଟ ପୋଷିବ ମା’ ଆଉ ଭଉଣୀର , ଉପାସରେ ଯାଉ ଥିଲା ଦିନ କବିତା ଠିକ୍ କଲା ଯାହା ହେଲେ ବି ବାପା କର ଦୋକାନ ଆରମ୍ଭ କରିବ।କିନ୍ତୁ ଜାଣି ନଥିଲା ପାନ ଉପରେ କିଛି ପ୍ରଥମେ ପ୍ରଥମେ ବହୁତ କଷ୍ଟ ଲାଗିଲା।ପୁଣି ସମାଜର ଖରାପ ନଜର ।ନାନା ଲୋକର ଟାଇଟାପୁରା ।ସେ ବି ଝିଅଟିଏ କିନ୍ତୁ କବିତା ଦୁନିଆର ଅପବାଦ ସର୍ତ୍ତେ ବି ସେ ସାହାସ ଭାଙ୍ଗିବା ଝିଅ ନଥିଲା।ସେ ନିଜର ପରିବାର ପାଇଁ ସବୁ ସହି ଯାଉଥିଲା କିନ୍ତୁ ଦିନକୁ ଦିନ ଦୁଃଖ ବଢି ଚାଲିଛି ସେଥିରେ ସେ ବିରକ୍ତ ଓ ଧର୍ଯ୍ୟ ହାରିନଥିଲା ।ମନ ବଳକୁ ଦୁର୍ବଳ ନକରି ଆଗକୁ ବଢି ଚାଲିଲା ଭଗବାନ ଆଶୀର୍ବାଦରୁ ଦୋକାନ ସୁଫଳ ପାଇବା ରେ ଲାଗିଲା ଏବଂ ମା’ ,ଭଉଣୀଙ୍କ ଜୀବନକୁ ସୁରକ୍ଷିତ କଲା ॥

କିନ୍ତୁ ସେ ଆଉ ବିଦ୍ୟାଳୟ ଯାଇପାରିଲା ନାହିଁ କାରଣ ଦିନସାର ଦୋକାନରେ ପାନ ଭାଙ୍ଗିବାରେ ସମୟ ଚାଲିଯାଏ ।କିନ୍ତୁ ପ୍ରଧାନ ଆଚାର୍ଯ୍ୟ ସହ କଥା କରିକି ଟେଷ୍ଟ ପରୀକ୍ଷା ପାଇଁ ତାକୁ ମେଡିକାଲ୍ ରିପୋଟ୍ ଦେବାକୁ ପଡିଲା, କିନ୍ତୁ ସେ ଆଉ ଟିଉସନ୍ ଯାଇ ପାରିଲା ନାହିଁ , ସେ ଦୋକାନରେ ପାନ ଭାଙ୍ଗିବା ସହ ପାଠ ପଢିଲା , ଏବଂ ବୋଡ୍ ପରୀକ୍ଷାରେ ୬୫ ଶତକଡ଼ା ରଖି ପ୍ରଥମ ଶେଣୀରେ ପାସ କଲା ॥

ନିଜେ ପଢିବା ସହ ଭଉଣୀକୁ ବି ପାଠ ପଢେଇଲା ପରିବାକୁ ଦୁଃଖକୁ ଲାଘବ କଲା ସମାଜ ନୂତନ ଇତିହାସ ପ୍ରତିଷ୍ଠା କରିପାରିଲା ଏବଂ ନିଜେ ଗୋଡରେ ନିଜେ ଠିଆ ହେଲା ଦୁଃଖ ହେଉଛି ପରୀକ୍ଷା ଭଗବାନର କେତେ ଆମେ ସହ୍ୟ କରିପାରିବା କଷ୍ଟକୁ।ତେଣୁ ଦୁଃଖକୁ ସାହାସ ସହ ମୁକାବିଲା କରିବା ଉଚିତ ଧୈର୍ଯ୍ୟ ସହ କାମ କଲେ ସଫଳତା ପାଇବା ; ସେ ମୋତେ ସବୁ କ୍ଷେତ୍ରରେ ପ୍ରେରଣା ଦିଏ ଆଗକୁ ବଢିବାରେ ପାଠ ପଢିବା ଓ କବିତା ବହୁ ସଫଳତା ହାସଲ୍ କରି ପାରିଛି। ନିଜର ପରିଚୟ ସମାଜରେ ତିଆରି କରିପାରିଛି ॥

ସସ୍ମିତା କୁମାରୀ ଆଚାର୍ଯ୍ୟ

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational