STORYMIRROR

ABADHOOT PANDA

Abstract Inspirational

3  

ABADHOOT PANDA

Abstract Inspirational

ଅସଙ୍ଗତ ଦାମ୍ପତ୍ୟ ଜୀବନ(୧ମ ଭାଗ)

ଅସଙ୍ଗତ ଦାମ୍ପତ୍ୟ ଜୀବନ(୧ମ ଭାଗ)

9 mins
407

ବଡ଼ ବଡ଼ିଆଙ୍କ ବଡ଼ ସଉକି ଢାଞ୍ଚା ଅମୀର ଆଭିଜାତ୍ୟ ପୁତ୍ର ସନ୍ତାନ ଅଶୋକଙ୍କ ମନ ପ୍ରାଣରେ ସର୍ବଦା ଉଙ୍କି ମାରିଥିଲା l ବିଶ୍ୱ ବିଦ୍ୟାଳୟର ଶେଷ ବାର୍ଷିଜ ଛାତ୍ର ଥିଲା ସେ l ଭଲ ପାଠ ପଢ଼ା ସାଙ୍ଗକୁ ମୋୖଜ ମସ୍ତି ଦାମୀ ହାଭାନା ଚୁରୁଟ ଟଣା, ମାଲଟେଡ ଶାମ୍ପେନ ପାନ, ବନାରସୀ ତାମ୍ବୁଳ ସେବନ, ଗଣିକାଳୟ ଗମନ, ସାଙ୍ଗ ସାଥୀଙ୍କ ମେଳରେ ଜୀବନକୁ ଭୌତିକ ଆନନ୍ଦରେ ସର୍ବଦା ଡୁବାଇ ରଖୁଥିଲେ l ଅମୀର ବାପାଙ୍କ କଳା ଧନକୁ ପାଣିରେ ଫିଙ୍ଗିବା ତାଙ୍କର ଅଭ୍ୟାସ ଗତ ହୋଇ

ପଡ଼ିଥିଲା l ମାବାପ ଗୁରୁ ଗୁରୁଜନ ହିତାକାଂକ୍ଷୀ ସାଙ୍ଗ ସାଥୀଙ୍କ ସତ ଉପଦେଶଗୁଡ଼ିକୁ କର୍ଣ୍ଣପାତ କରୁନଥିଲେ l ମଡର୍ନ ନେଟ ଦୁନିଆର ଗାର୍ଲ ଫ୍ରେଣ୍ଡମାନଙ୍କ ଗ୍ଲାମରସ ଆକର୍ଷଣରେ ନିଜକୁ ବଶୀଭୂତ କରିବା ବି ସେ ଭୁଲି ନଥିଲେ l ସେମାନଙ୍କ ପ୍ରସାଧନୀ ମଣ୍ଡିତ ତନୁଶ୍ରୀର ଲୋଭନୀୟ ଜାଲରେ ନିଜକୁ ଛନ୍ଦି ଚୁଟିଦିନର ଅବସର ସମୟ ଅତିବାହିତ କରିଚାଲିଥିଲେ ବିନା ଦ୍ବିଧାରେ l ଅର୍ଥ ପିପାସୁ ଦେଶୀ ବିଦେଶୀ ଦେହ ଜୀବି ତରୁଣୀ ରତି ସୁଖ କୋଚିତ ଫାଇବ ଷ୍ଟାର ହୋଟେଲର ଗୁପ୍ତ କକ୍ଷରେ ଅଶୋକ ବାବୁଙ୍କ ତନୁ ମନକୁ ରଙ୍ଗାୟିତ କରିବାକୁ ମଧ୍ୟ ପାଶ୍ଚାଦପଦ ହୋଇ ନଥିଲା l ଦିନକୁ ଦିନ ଏଇ ଲଗାମଛଡା ମନ ତାଙ୍କ ଛାତ୍ର ଜୀବନ ସାଗରରେ ଲଘୁଚାପ କର୍ତ୍ତୁତ୍ୱ ଘୁର୍ଣ୍ଣି ଝଡ଼ ଏକ ଘାତକ ରୂପେ ଦଣ୍ଡାୟମାନ ଥିଲା l ସେଥିରୁ ସେ ମୁକୁଳି ପାରି ନଥିଲେ l ସାନ ଭାଇ ଓ ସାନ ଭଉଣୀଙ୍କ ସମ୍ମୁଖରେ ହାସ୍ୟାସ୍ପଦ ଭାବେ ଅଜ୍ଞାତସାରରେ ନିଜ ଭାବମୂର୍ତ୍ତିକୁ ତିମିରାଚ୍ଛନ୍ନ କରି ପକାଇଥିଲେ l ପରିଣାମରେ ତାଙ୍କର ମେଧାବୀ ଛାତ୍ର ଜୀବନରେ ବିପର୍ଯୟ ଅନୁପ୍ରବେଶ କରିଥିଲା l ବାପାଙ୍କ ଆର୍ଥିକ ଶକ୍ତି ତାଙ୍କର କ୍ରମିକ କ୍ଷୀଣ ମେଧାଶକ୍ତିର ମର୍ଯ୍ୟାଦାକୁ କଳେ ବଳେ କୌଶଳେ ପ୍ରତି ପାଦିତ କରିଥିଲା l ଅଶୋକ ବାବୁ ପଦାର୍ଥବିଜ୍ଞାନରେ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ସୋପାନରେ ଉତ୍ତୀର୍ଣ୍ଣ ହୋଇ ପାରିଥିଲେ l


ସତେ ଯେପରି ଗବାକ୍ଷ ମାଧ୍ୟମରେ ଅପ୍ରତ୍ୟାଶିତ ଚନ୍ଦ୍ରାଲୋକାମୃତ ସ୍ପର୍ଶ ତାଙ୍କର ମାଦକାଶକ୍ତ ସନ୍ଦିଗ୍ଧ ମସ୍ତିଷ୍କଟିକୁ ଅପ୍ରତ୍ୟାଶିତ ସାଫଲ୍ୟତା ପ୍ରଦାନରେ ପୁନର୍ଜୀବିତ କରୁଥିଲା l ହଠାତ ବାପାଙ୍କ ପଦ ଶବ୍ଦରେ ଅଶୋକ ବାବୁଙ୍କ ଭାବନାପୂର୍ଣ୍ଣ ମଗଜରେ ଆଲୋଡ଼ନ ସୃଷ୍ଟି କରିବାକୁ ଲାଗିଲା l " ଆରେ ଲାଇଟ ଅଫ କରି ଜହ୍ନକୁ ଚାହିଁ ଖଟ ଉପରେ ଶୋଇ କଣ ଭାବୁଛୁ l ଏଥର ମନ ଖୁସି ତ l ତୋର ନିଶା ଖାଇବା ଅଭ୍ୟାସଟାକୁ ଆସ୍ତେ ଆସ୍ତେ କମେଇ ଦେ l ହଠାତ ଛାଡ଼ିଲେ ଅସୁବିଧା l ମନ ଦୃଢ଼ କଲେ ସବୁ ସମ୍ଭବ l ବେଳେ ବେଳେ ତୁମ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହିତ ବାଟରେ ଭେଟ ହୁଏ l ସେମାନେ ମୋତେ କହନ୍ତି l ରକ୍ଷା ହେଇଛି କୁଳପତି ମହାଶୟଙ୍କ କାନରେ ତୋ ନିଶାସକ୍ତ ମୌଜ ମଜଲିସ କଥା ପଡ଼ିନି l ନଚେତ ସେ ତୋତେ ରଷ୍ଟିକେଟ କରି ଦେଇ ଥାନ୍ତେ l ମୋତେ କୁଳପତିଙ୍କୁ ଅଯଥା ତେଲ ମାଲିସ କରିବାକୁ ପଡ଼ିଥାନ୍ତା l ଯାହାବି ହେଉ ତୋପାଇଁ ବର୍ତ୍ତମାନ ତୋ ଚାକିରୀ ଆଉ ବାହାଘର ସମସ୍ୟା ମୋ ମୁଣ୍ଡ ଉପରେ ଯେହେତୁ ତୁ ମୋର ବଡ଼ ପୁଅ l ମୋର ଇଜ୍ଜତ ତୋ ହାତରେ l ତୁ ନିଶା ଖାଉନୁ,ତତେ ନିଶା ଖାଇ ସାରିଲାଣି l ତେଣୁ ଆଜିଠାରୁ ଚେଷ୍ଟା କର ନିଶା ପୁରାପୁରି ଛାଡ଼ିବାକୁ l ଇଚ୍ଛା ଥିଲେ ଉପାୟ ଅଛି l ଆଉ ଗୋଟେ କଥା ମନେରଖ ପଅରିଦିନ ଯାଇଁ "ସୁପର ଡଲ " କମ୍ପାନୀରେ ଏକ ମାର୍କେଟିଙ୍ଗ ଅଫିସର ପୋଷ୍ଟ ଖାଲି ଅଛି l ତାର ମାଲିକ ମୋ ପିଲାଦିନ ଘନିଷ୍ଠ ସ୍କୁଲ ସାଙ୍ଗ l ମୁଁ ତାକୁ ତୋ ବିଷୟରେ ସବୁ କହିଛି l ତୁ ତୋର ସବୁ ସାର୍ଟିଫିକେଟ ନେଇ କେବଳ ରିଟିନ ଟେଷ୍ଟରେ ବସିବୁ l ବହୁତ ପିଲା ଆସିବେ l କିନ୍ତୁ ତୁ ନିଶ୍ଚୟ ପାଇବୁ l ମନେ ରହିଲା ଅଶୋକ l ଜଣେ ଶିଳ୍ପପତି ମୋ ପାଖରେ ସମୟ ବଡ଼ ଅଭାବ l ବଡ଼ କଷ୍ଟରେ ଏତିକି କହିବାକୁ ତୋ ପାଖକୁ ଆସିଲି l ମା ବି ଜାଣିଛି l ମୁଁ ଆସୁଛି l ଶୁଭ ରାତ୍ରି l"


ଏତିକି କହି ଗଜେନ୍ଦ୍ର ବାବୁ ( ଅଶୋକର ବାପା ) ପ୍ରସ୍ଥାନ କଲେ l ବାପାଙ୍କ ନିର୍ଦେଶ ଓ ପରାମର୍ଶ ଅନୁଯାୟୀ ଅଶୋକ ପରୀକ୍ଷା ଦେଇ ଚାକିରୀ ପାଇଲେ l ମାସକୁ ଦରମା ଏକ ଲକ୍ଷ ପାଖାପାଖି l ଗଜେନ୍ଦ୍ର ବାବୁ ପ୍ରାୟ ଛ ମାସ ପରେ ଅଶୋକଙ୍କ ଏକ ନୀତିବାନ ପରିବାରରେ ବିଭାଘର କରିଦେଲେ l ଝିଅ ରକ୍ଷଣ ଶୀଳା l ତାଙ୍କ ନାଁ ସୀମା lସେତେବେଳକୁ ଅଶୋକ ବାବୁ ନିଶା ସେବନ ପରିତ୍ୟାଗ କରି ଦେଇଥିଲେ l ସମସ୍ତେ ତାଙ୍କୁ ତାରିଫ ନକରି ରହିପାରୁ ନଥିଲେ l କ୍ରମେ କ୍ରମେ ତାଙ୍କର ବିଭାଘର ପାଞ୍ଚ ବର୍ଷ ପୁରିଗଲା l କିନ୍ତୁ ସନ୍ତାନ ଶୁନ୍ୟ କୋଳ l ପରିବାର, ଜ୍ଞାତି କୁଟୁମ୍ବମାନେ ସଭିଏଁ ଆଶ୍ଚର୍ଯ୍ୟ ହେଲେ l କେହି କେହି ଭାବିଲେ ଆଜିକାଲିତ ଗର୍ଭ ନିରୋଧକ ଉପାୟ ସହଜ ସୁଲଭ,ବୋଧହୁଏ ଅଶୋକ ଓ ସୀମା ଜାଣିଶୁଣି ଡେରି କରୁଛନ୍ତି l ଆଉବି କେହି କେହି ବାବା ମାତାଙ୍କ ପରାମର୍ଶ ନେବାକୁ କହିଲେ l କେହି କେହି ମନ୍ଦିରରେ ମାନସିକ ଗୁଆ ବସାଇବାକୁ ଉପଦେଶ ଦେଲେ l ଶିକ୍ଷିତ ଲୋକେ ସିମେନ ଓ ଓଭ୍ୟୁମ ଟେଷ୍ଟ କରାଇବାକୁ ପରାମର୍ଶ ଦେଲେ l ଏପରି ସମସ୍ତ ପରାମର୍ଶଗୁଡିକୁ ଅଶୋକ ବାବୁଙ୍କ ମାବାପା ଅକ୍ଷରେ ଅକ୍ଷରେ ପାଳନ କଲେ l କିନ୍ତୁ ଡାକ୍ତରୀ ମାଇନାରୁ ପଜ଼ିଟିଭ ରେଜଲ୍ଟ ଆସିଲା l ଏମିତି ଏମିତି ଆହୁରି ବର୍ଷେ ଅର୍ଥାତ ବିଭାଘରର ଛ ବର୍ଷ ବିତିଗଲା l ମାତ୍ର ସନ୍ତାନ ଅପେକ୍ଷାରେ ସମସ୍ତେ ବସି ରହିଲେ l


ଦିନେ ରାତିରେ ଅଶୋକ ବାବୁଙ୍କ ଦେହ ହଠାତ ଖରାପ ହୋଇ ଗଲା l ବଡ଼ ପୁଅ ପାଖରେ ଥିବାରୁ ସେ ଉପର ମହଲାରୁ ତଳ ମହଲାକୁ ଆସିଲେ ପୁଅ ବୋହୁଙ୍କୁ ଖବର ଦେବାପାଇଁ l ରାତି ବାରଟା l ଅଶୋକ ବାବୁଙ୍କ କବାଟ ପାଖରେ ପହଞ୍ଚି ଠିଆ ହେଲେ l ହଠାତ ଘର ଭିତରୁ ପୁଅ ବୋହୁଙ୍କ ମଧ୍ୟରେ ଝଗଡ଼ାର କୋଳାହଳ ତାଙ୍କ କାନରେ ପଡ଼ିଲା l ଅଶୋକ ଓ ସୀମା ପରସ୍ପର ମଧ୍ୟରେ ଧସ୍ତାଧସ୍ତି ଓ ମରାମରି ହୋଇ ଗାଳି ଗୁଲଜରେ ବ୍ୟସ୍ତ ଥିଲେ l ତାପରେ ଅଶୋକ ବାବୁଙ୍କ ମା ବ୍ୟସ୍ତହୋଇ କଲିଂ ବେଲ ଟିପିଲେ l ସୀମା କବାଟ ଖୋଲିଲେ l ଗରମ ଦିନ l ସେ ଓ ସୀମା ୨ ଜଣ ଝାଳ ନାଳ ଆଣ୍ଠିଏ l କଥା କଣ ବୋଲି ପଚାରିଲେ l ସୀମା ରକ୍ଷଣଶୀଳା ସ୍ଵଭାବର ଥିବାରୁ କିଛି ନକହି ଚୁପଚାପ ରହିଲେ l ଅଶୋକ ବାବୁ ମାତୃ ଅନୁରକ୍ତ l ତେଣୁ ମାଙ୍କ ମନରେ କଷ୍ଟ ନଦେବା ପାଇଁ ଧୀର ସ୍ୱରରେ ଆସିବାର କାରଣ ପଚାରିଲେ l ବାପାଙ୍କ ଅସୁସ୍ଥତା ଜାଣି ମାଙ୍କ ସହିତ ବାପାଙ୍କ ବେଡ଼ ରୁମକୁ ଚାଲିଲେ l ଭୀଷଣ ଜରରେ ଗଜେନ୍ଦ୍ର ବାବୁ କମ୍ପୁ ଥାନ୍ତି l ସଙ୍ଗେ ସଙ୍ଗେ ଅଶୋକ ବାବୁ ଡାକ୍ତରଙ୍କୁ ଫୋନ କରି ଘରକୁ ଡକାଇ ଦେଲେ l ଚିକିତ୍ସାର ଦୁଇଦିନ ପରେ ଗଜେନ୍ଦ୍ର ବାବୁ ଭଲ ହୋଇଗଲେ l କିନ୍ତୁ ଅଶୋକଙ୍କ ମାଙ୍କ ମନରେ ସେଦିନ ରାତିର କଜିଆ କଥା ମନେ ଥାଏ l ତାହାର କାରଣ ଖୋଜିବାକୁ ତାଙ୍କ ମନ ବ୍ୟାକୁଳ l 


ଚାହୁଁ ଚାହୁଁ ହୋଲି ପର୍ବ ଆସିଗଲା l ସୀମା ଓ ଅଶୋକ ନିଜ ନିଜ ସାଙ୍ଗ ସାଥୀମାନଙ୍କ ସହିତ ରଙ୍ଗ ଖେଳରେ ମସଗୁଲ ଥିଲେ l ଖେଳୁ ଖେଳୁ ସମସ୍ତେ ଟିକେ ଜଳଖିଆ ବିରତି ନେଲେ l ସୀମାଙ୍କ ପଡ଼ୋଶୀ ମହିଳା ସୀମାନଙ୍କୁ କହିଲେ, " କଣ ସୀମା ତୋର କିଛି ପିଲାଛୁଆ ହେଇନି l ମୋର ବିଭାଘରର ଠିକ ଚଉଦ ମାସ ପରେ ମୋ ପୁଅ ଜନ୍ମ ହେଇଥିଲା l ତୋର କଣ ହେଇନି? ପେଟ ଦୋଷ ଅଛିକି ? ନା ତୁ ବାଞ୍ଝ " ପଡ଼ୋଶୀନିଙ୍କ ଏପରି କଥା ଶୁଣିଲା ପରେ ସୀମାଙ୍କ ଅହଂ କୁ ବାଧିଲା l ତାଙ୍କ ପାଟିରୁ ବାହାରିଗଲା, " କଣ କହିବି ଭଉଣୀ ଅଦେଖା ଜାଗା ରେ ମୋର ଘା ହୋଇଛି l ଦେଖେଇ ପାରୁନି କି କହି ପାରୁନି l ଯାହାକୁ ହାତ ଧରି ବେଦୀରେ ବାହାହେଲି ସେ ଗୋଟାଏ ନପୁଂସକ ଲୋକ l ସେଥି ପାଇଁ ପ୍ରାୟ ପ୍ରତ୍ୟେକ ରାତିରେ ଆମ ଭିତରେ ଝଗଡ଼ା ଲାଗୁଛି l ସମାଧାନର ବାଟ ନାହିଁ l କଣ କହିବି ଆଉ l କହୁ କହୁ ସତ କଥାଟି ପାଟିରୁ ବାହାରିଗଲା l ତୁମେ କାହାକୁ କହିବନି ତ? " ପଡୋଶୀନି ଜବାବ ଦେଲେ "ନା" l ଶାସ୍ତ୍ରରେ ଅଛି ସ୍ତ୍ରୀମାନଙ୍କ ଦଶଟି ଦୋଷ ସକାଶେ କନ୍ୟା ପିତା ବରପିତାଙ୍କ ଠାରୁ ବିବାହ ବେଦୀ ଉପରେ କ୍ଷମା ଭିକ୍ଷା କରନ୍ତି l ସେଇ ଦଶଟି ଦୋଷ ମଧ୍ୟରୁ ସ୍ତ୍ରୀଲୋକମାନଙ୍କ ପେଟରେ ଲୁଣ ନମିଳେଇବା ଗୋଟିଏ l ସେହି ନାରୀ ସୁଲଭ ଦୋଷରୁ ବା କେମିତି ସେଇ ପଡ଼ୋଶୀନି ଜଣକ ନିଜକୁ ବାଦ ଦେଇ ପାରିବେ??? ସେ ତ ଜଣେ ନାରୀ l ତୁଣ୍ଡ ବାଇଦ ସହସ୍ର କୋଶ l ହୋଲି ପର୍ବ ସରିବାର ସପ୍ତାହ ପରେ ଅଶୋକ ବାବୁଙ୍କ ମା ସୀମାର ଏହି ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସମସ୍ୟା ଜାଣିବାକୁ ପାଇଲେ l ତାଙ୍କ ମୁହଁ କଳା ପଡ଼ି ଗଲା l ଅଶୋକ ବାବୁ ଅଫିସ ଗଲାପରେ ତତକ୍ଷଣାତ ଉପର ମହଲାରୁ ଫ୍ଲାଟର ତଳ ମହଲାକୁ ଦୌଡ଼ି ଆସି ନିଜ ବୋହୁ ସୀମାକୁ ଭେଟି ପଚାରିଲେ, " ବୋହୁ ମୁଁ ଯୋଉ କଥା ଅଶୋକ ବିଷୟରେ ଶୁଣିଲି ସେଇଟା କଣ ସତ କଥା? ମୋ ପୁଅ କଣ ନପୁଂସକ ଅଣପୁରୁଷିଆ? " ନିଜର ଗୁରୁଜନ ଭକ୍ତି ଆଉ ସତ୍ୟପ୍ରିୟ ଗୁଣଧାରିଣୀ ସୀମା ମୁଣ୍ଡକୁ ନୁଆଇଁ କହିଲେ, " ହଁ ମା ସତ l ଆପଣ ଯେଉଁଦିନ ରାତିରେ ବାପାଙ୍କ ପାଇଁ ଆମ ରୁମକୁ ଆସିଥିଲେ,ସେଦିନ ସେଇଥି ପାଇଁ ଆମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା l ଅବଶ୍ୟ ତାଙ୍କର ଶରୀର ସୁସ୍ଥ l କିନ୍ତୁ ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଆଉ ବିବାହ ପୂର୍ବରୁ ଅନେକ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ହେତୁ ତାଙ୍କର ଇରେକଟାଇଲ ଡିସଫଂକ୍ସନ ଘଟିଛି l ବାହାଘରର

ମାସେ ପରେ ଆମେ ଦୁହେଁ ଡାକ୍ତରଙ୍କୁ ଏ ବିଷୟ କହିଥିଲୁ ଇଏ ବି ଔଷଧ ଖାଇଥିଲେ ପ୍ରାୟ ବର୍ଷେ କାଳ l ତାପରେ ବି ଡାକ୍ତର ପରାମର୍ଶ କଲୁ l ପରୀକ୍ଷା କରିବା ପରେ ଆପଣଙ୍କ ପୁଅ ଆଜୀବନ ବାପା ହୋଇ ପାରିବେନି ବୋଲି ଡାକ୍ତର ବାବୁ ରୋକଠୋକ ମନା କରିଦେଲେ l ମୋର ସବୁ ଠିକ ଅଛି l ଆପଣ ତ ମୋ ଶାଶୁ l ଗୁରୁଜନ l ଆପଣ ପଚାରିବାରୁ ସତ କହୁଛି l ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି l ମୁଁ ଜଣେ ପତିବ୍ରତା ନାରୀ l ସ୍ୱାମୀଙ୍କୁ ମୁଁ ମୋର ମନ ପ୍ରାଣ ଅର୍ପଣ କରି ସାରିଛି l ତାହାହେଲେ ଶୁଣନ୍ତୁ ମା l " ଏତିକି କହି ଘରେ ଦଣ୍ଡାୟମାନ ଶାଶୁ ମାଙ୍କୁ ସୀମା ଘର ସୋଫା ଉପରେ ବସିବାକୁ ଅନୁରୋଧ କଲେ l 


ଶାଶୁ ବୋହୁ ଏତେ ଦିନ ପରେ ଏକାଠି ବସି ବାର୍ତ୍ତାଳାପର ସୁଯୋଗ ପାଇଛନ୍ତି ଏଇଟା ବଡ଼ ସୌଭାଗ୍ୟର କଥା l ଫ୍ଲାସ୍କରୁ କପେ ଚା ଢାଳି ଶାଶୁଙ୍କ ହାତକୁ ବଢ଼ାଇ ଦେଲା ସୀମା l କହିବାକୁ ଆରମ୍ଭ କଲା ତାର ମହାଗୁପ୍ତ ଲଜ୍ଜାକର ବିଷୟ l ଶାଶୁ ମନ ଧ୍ୟାନ ଦେଇ ଶୁଣୁଥାନ୍ତି l ସୀମା କହି ଚାଲିଲା, " ଆପଣଙ୍କ ପୁଅ ଜଣେ ଚୁପ ସୈତାନ l ଲୋକ ଦେଖାଣିଆ ଆଉ ବାପାଙ୍କ ମନ ଖୁସି କରିବା ପାଇଁ ମଦ ଛାଡ଼ିଛନ୍ତି ବୋଲି କୁହନ୍ତି ସିନା କିନ୍ତୁ ସେ ପ୍ରକୃତରେ ଛାଡ଼ି ନାହାନ୍ତି l ଆପଣଙ୍କ ପୁଅ ଯେଉଁଦିନ ମଦ ପିଇ ରାତିରେ ଘରକୁ ଫେରନ୍ତି ମୁଁ ଭୀଷଣ ରାଗିଯାଏ l ସେଦିନ ବି ନିଶାରେ ଚୁର ଥିଲେ l ତାଙ୍କର ମୁହଁରୁ ଗନ୍ଧ ଦୂର କରିବାକୁ ରାତି ଖାଦ୍ୟରେ ପିଆଜ ଚଟଣି ଦେଇଥିଲି l ଡିଓଡୋରାଣ୍ଟ ବି ସ୍ପ୍ରେ କରିଥିଲି l ପ୍ରତିଦିନ ମୋତେ କୃତ୍ରିମ ଉପାୟରେ ଯୌନ ସୁଖ ଦେବା ପାଇଁ ଚେଷ୍ଟା କରନ୍ତି l ସେଦିନ ସେ ତାଙ୍କର ଆମେରିକୀୟ ବନ୍ଧୁଙ୍କ ପାଖରୁ ଗୋଟାଏ ଡିଲଡୋ ଆଉ ଏକ ଗୋଟେ ଫୋଲଡିଂ ମେଲ ସେକ୍ସ ଡଲ ଆଣିଥିଲେ l ମତେ ବ୍ୟବହାର କରିବା ପାଇଁ ବାଧ୍ୟ କଲେ l ମୁଁ ସେପରି ବିଜାତୀୟ ଜିନିଷକୁ ଧରିବାକୁ ମନା କରିବାରୁ ଝଗଡ଼ା ସୃଷ୍ଟି ହେଲା l ତଥାପି ଜିଦି କଲେ l ମୁଁ ଆହୁରି ରାଗି ଗଲି l ସେଗୁଡ଼ିକୁ ତାଙ୍କ ହାତରୁ ଛଡ଼ାଇ ଆଣି ପୋଡ଼ି ଦେବାକୁ କହିଲି l ସେ ମୋତେ ଗୋଟାଏ ଶକ୍ତ ଚାପୁଡ଼ା ମାରି କହିଲେ, " ଦେଖ ତୁ ମୋ ସ୍ତ୍ରୀ l ମୁଁ ତୋର ସ୍ୱାମୀ l ମୁଁ ଯାହା କହିବି ତୁ ମାନିବାକୁ ବାଧ୍ୟ l ମନା କଣ କରୁଛୁ l ନେ ଭାରି ମଜା ଲାଗିବ l ଆଜିକାଲି ଅନେକ ପୁରୁଷ ସ୍ତ୍ରୀ ଆକୁ କାମରେ ଲଗେଇ ସୁଖ ପାଉଛନ୍ତି l ତୁ କୋଉ ଯୁଗର ସ୍ତ୍ରୀ? " ମୁଁ କହିଲି, ନା ମୋ ଦେଇ ଜମା ହବନି l ତୁମ ପୁରୁଣା ଯୌନ ବାନ୍ଧବୀଙ୍କୁ ନେଇ ଦେଇ ଆସ l ସେମାନେ ଏଗୁଡ଼ିକୁ କାମରେ ଲଗାଇବେ l ଏତିକି କହିବାରୁ ପୁଣି ମତେ ବିଧା ଚାପୁଡ଼ା ମାରି ଚାଲିଲେ l ମୁଁ ତାଙ୍କ ଗୋଡ଼ ଧରି ମୁଣ୍ଡିଆ ମାରି ଅନୁରୋଧ କଲି ଏ ସବୁ ରବୟା ବନ୍ଦ କରିବାକୁ l ମାତ୍ର ଶୁଣିଲେ ନାହିଁ l ମୁଁ ବାଧ୍ୟ ହୋଇ ଲାଇଟର ନିଆଁରେ ସେଗୁଡ଼ିକୁ ପୋଡ଼ିବାକୁ ଚେଷ୍ଟା କଲି l କିଛିକାଂଶ ପୋଡ଼ି ଗଲା l ମୋ ହାତରୁ ଛଡ଼ାଇ ନେଇ ସେ ତାଙ୍କ ଆଲମିରାରେ ରଖି ଲକ କରିଦେଲେ l ମୋ ଉପରେ ଗାଳି ବର୍ଷଣ କଲେ l ମୁଁ ମଧ୍ୟ ମୁହଁ ତୋଡ଼ ଜବାବ ଦେଲି l ତାପରେ ଆପଣଙ୍କ କଲିଂ ବେଲ ଶବ୍ଦ ଶୁଣି କବାଟ ଖୋଲିଲି l "... " ଆଛା ହଉ ସୀମା ମୁଁ ସବୁ କଥା ଜାଣିଲି l ଡାକ୍ତରଙ୍କ ପ୍ରେସକ୍ରିପସନ ବି ଦେଖେଇଲୁ l ମୋର ସନ୍ଦେହ ଦୂର ହେଲା l ତୁମ ଦୁହିଁଙ୍କ ଭିତରେ ଝଗଡ଼ାର କାରଣ କଣ ମୁଁ ଜାଣିଲି l ତେଣୁ ଅଶୋକର ବାପାଙ୍କୁ କହି ଏହାର ଗୋଟାଏ ସମାଧାନ କରିବି ନିଶ୍ଚୟ l ତୁ ଯା ରୋଷେଇ କାମ ସାରି ବିଶ୍ରାମ କର l ମୁଁ ଆସୁଛି" କହି ଶାଶୁମା ନିଜ ରୁମକୁ ଫେରିଗଲେ l


ପାରିବାରିକ ସମସ୍ୟା ପ୍ରତ୍ୟେକ ମଣିଷର ସୁଖମୟ ଜୀବନକୁ ମାନସିକ ବିକ୍ଷୋଭ ଭରା ନିରାଶାମୟ ଜୀବନରେ ରୂପାନ୍ତରିତ କରେ l ଏତ ସୀମାର ବର୍ତ୍ତମାନ ଓ ଭବିଷ୍ୟତ ଜୀବନରେ ଅତି ଗୁରୁତ୍ୱପୂର୍ଣ ସତୀତ୍ଵ ଓ ପତିତା ପଣିଆର ଅଗ୍ନି ପରୀକ୍ଷା ଦେବାର ସମସ୍ୟା l ଶାଶୁମା ଗଲା ପରେ ସୀମା ସୁଖରେ ମନେ ମନେ ହସିବାକୁ ଲାଗିଲା l କାରଣ ସେ ସତ କହିଛି l ଦିଗାମ୍ବର ଶିବ ଠାକୁରଙ୍କ ମର୍ଯ୍ୟାଦା ରଖିଛି l ପୁଣି ଆଖିରୁ ଲୁହ ଗଡ଼େଇବାକୁ ଲାଗିଲା କାରଣ ସେ ମାତୃତ୍ୱ ସୁଖରୁ ନିଜକୁ ବଞ୍ଚିତ କରି ଜଣେ ପତିବ୍ରତା ଗୃହିଣୀ ହେବାକୁ ବୃଥା ପ୍ରୟାସ କରୁଛି l "...... ଏଣେ ଗଜେନ୍ଦ୍ର ବାବୁ ନିଜ ପତ୍ନୀଙ୍କ ମୁହଁରୁ ସବୁ ଶୁଣି ଗଭୀର ଦୁଃଖ ପ୍ରକାଶ କଲେ l ନିଜର ଆଉ ଦୁଇ ପୁଅଙ୍କ କଥା ଭାବି ଦୁଃଖଭରା ମନକୁ ସାନ୍ତ୍ୱନା ପ୍ରଦାନ କଲେ l ସେହି ବର୍ଷ ପାର୍ବଣ ବାସି ଦଶ ଦିନ ନିଜ କର୍ମ କ୍ଷେତ୍ରରୁ ସାମୟିକ ବିରତି ନେଲେ ଏବଂ ସ୍ୱାମୀ ସ୍ତ୍ରୀ ଦ୍ବୟ ରବିବାର ଦିନ ପୁଅ ଅଶୋକ ଘରେ ଥିବା ଅବସ୍ଥାରେ ତା ନିକଟରେ ଉପସ୍ଥିତ ରହିଲେ l ଗଜେନ୍ଦ୍ର ବାବୁ ସବୁଆଡୁ ବିଚାର କରି ଅଶୋକ ଆଉ ସୀମାଙ୍କୁ ପାଖକୁ ଡାକି ପାଖରେ ବସେଇ କହିଲେ," ଶୁଣ ପୁଅ ବୋହୁ ତୁମର ଯୋଉ କେସ ସେଇ କେଶ ଅଧିକାଂଶ ପରିବାରରେ ଆଜିର ଏକବିଂଶ ଶତାବ୍ଦୀରେ ଅଧିକ ଦୃଷ୍ଟି ଗୋଚର ହଉଛି l ଯେଉଁ ମାନେ ଇଜ୍ଜତ ପ୍ରେମୀ ଅଥବା ସମାଜକୁ ଅତ୍ୟଧିକ ଭୟ କରନ୍ତି ସେମାନେ କଳେ ବଳେ କୌଶଳେ ସମାଜକୁ ଗୋଟାଏ ସନ୍ତାନ ସୃଷ୍ଟି କରି ପ୍ରଦର୍ଶନ କରନ୍ତି l ମାତ୍ର ଯେଉଁମାନେ ସଚ୍ଚୋଟ ଆଉ ସତ ଚରିତ୍ର ଯୁକ୍ତ ସେମାନେ ଗୁରୁଜନ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପରାମର୍ଶରେ ପୁନର୍ବିବାହ କରିଥାନ୍ତି l ଏପରି ଅନେକ ଦୃଷ୍ଟାନ୍ତ ରହିଛି l ଯେଉଁ ଦମ୍ପତି ଉଭୟ କ୍ଳୀବ ସେମାନଙ୍କ ପାଇଁ ସମାଧାନର ବାଟ ନାହିଁ l ମାତ୍ର ଜଣେ ଯଦି ଉର୍ବର ତେବେ ସମଧାନ ଅଛି l ଯଥା ତୁମ କଥା l ଅଶୋକ ଜୀବନରେ ପୁନର୍ବିବାହ ଏକ ଦିବା ସ୍ବପ୍ନ l ମାତ୍ର ସୀମା ଜୀବନରେ ଏହା ଏକ ଦିବାଲୋକ l ଯଦି ସୀମା ଚାହିଁବ ମୁଁ ତାକୁ ବିବାହ ଅନ୍ୟ ଘରେ କରିଦେବି l ନଚେତ ସେ ଯଦି ଇଛା କରିବ ସତୀ ଭାବେ ଅଶୋକ ମୁଖ ଦର୍ଶନ ବା ତାର ସେବା ଆଜୀବନ l 

(  କ୍ରମଶଃ -୨ୟ ଭାଗ ପଢ଼ନ୍ତୁ )

                                        



Rate this content
Log in

Similar oriya story from Abstract