ଅପେକ୍ଷା
ଅପେକ୍ଷା
ସକାଳୁ ସକାଳୁ ଆଦିତ୍ୟ ବହୁତ ଖୁସି, କାରଣ ତା ବାପା ଆଜି ଘରକୁ ଆସୁଛନ୍ତି l ତା ପାଇଁ କେତେ କଣ ଜିନିଷ ଆଣିଥିବେ ଭାବିକି ତା ଖୁସିର ସୀମା କହିଲେ ନସରେ,
ଆଦିତ୍ୟ ଘରର ଦୁଆର ପାଖରେ ଛିଡାହେଇ ରାସ୍ତାରେ ଆସୁଥିବା ଗାଡିକୁ ଅନାଉ ଥାଏ l ଏତିକି ବେଳେ ଫୋନ ଟି ଆଦିତ୍ୟର ଭାବନାକୁ ଭାଙ୍ଗି ବାଜି ଉଠିଲା l ଆଦିତ୍ୟ ର ମାଆ ଖୁସିରେ ଆସି ଫୋନ ଉଠେଇଲେ ସେପଟୁ ଜଣେ କହିଲେ ଯେ ଆତଙ୍କବାଦୀଙ୍କ ଆକ୍ରମଣରେ ଆପଣଙ୍କ ସ୍ୱାମୀ ଶହିଦ ହୋଇଛନ୍ତି l
ହସ ହସ ମୁଁହରେ କଳା ବାଦଲ ମାଡିଆସିଲା । କାନ୍ଦି ଉଠିଲେ ସାବିତ୍ରୀ ଦେବୀ, ଲୁହ ବୁନ୍ଦା ବୁନ୍ଦା ସ୍ମୃତିକୁ ସ୍ମରଣ କରି ଝରିଆସିଲା l
କେଇ ଘଣ୍ଟା ପରେ ଗାଡି ଆସି ଘର ବାହାରେ ଲାଗିଲା, ଆଦିତ୍ୟ ଆଖିରୁ ଲୁହର ଧାର ବହିଯାଉଥାଏ l ଆଦିତ୍ୟର ଅପେକ୍ଷା ପରିଶେଷରେ ନିଜ ବାପାଙ୍କ ମୃତ ଶରୀରରେ ସମାପ୍ତ ହୋଇଗଲା l ଆଜକୁ ୨ ବର୍ଷ ବିତିଯାଇଛି, ଅପେକ୍ଷା......ଏମିତି ଆଉ କାହା ସହ ନହେଉ l
