STORYMIRROR

Madhabi Patel

Tragedy Crime

3  

Madhabi Patel

Tragedy Crime

ଅଲିଭାଦାଗ

ଅଲିଭାଦାଗ

4 mins
201


ମଣିଷ ଥରେ ଥରେ କ୍ଷଣକର ଉନ୍ମାଦରେ ଏମିତି କିଛି କାମ କରିପକାଏ ଯାହା ଜୀବନସାରା ପାଇଁ ଅଲିଭାଦାଗ ହେଇ ରହିଯାଏ । ଯେତେ ଧୋଇଲେ ବି ଯାଏନି । ଦୀର୍ଘ ଦିନରୁ କମାଇଥିବା ନାମ ସମ୍ମାନ ସବୁ ମାଟିରେ ମିଶିଯାଏ । ଲୋକଙ୍କ ନଜରରେ ସେ ତଳକୁ ଖସିଯାଏ । ଏମିତି ଉଦାହରଣ ର ଅଭାବ ନାହିଁ ଆମ ଦେଶରେ । ଅନେକ ବାବା ଦିନେ ଯିଏ ଈଶ୍ବରଙ୍କ ପରି ମାନ୍ୟତା ପାଉଥିଲେ ଆଜି ହାଜତରେ ସଢୁଛନ୍ତି । ନିଜର କାମ ଭାବନାପାଇଁ ବ୍ରହ୍ମଚର୍ଯ୍ୟ ରାସ୍ତା ଛାଡି ଭକ୍ତଭାବେ ଆସିଥିବା ଝିଅବୋହୁଙ୍କ ଉପରେ ଯୌନପୂର୍ତିପାଇଁ ଅଶ୍ଲିଳ ବ୍ୟବହାର କରିଥିବା ଅପରାଧରେ ଏମାନେ ଦଣ୍ଡିତ ହେଇଛନ୍ତି । ଅନେକ ବଡବଡ ନେତା ଅଫିସର ମାନେ ଅଧିକ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅପରାଧରେ ଜେଲରେ ସଢୁଛନ୍ତି । ପିଲାଦିନରୁ ଏତେ ପରିଶ୍ରମକରି ପାଠପଢି ବାପାମାଆଙ୍କର ସବୁ ଆଶା ଆକାଂକ୍ଷାର ଅନ୍ତ ଘଟାଇ ନିଜ ଜୀବନକୁ କଳଙ୍କିତ କରିଛନ୍ତି । ମଣିଷ ଗରୀବ ହେଇ ରହିବାରେ କିଛି କ୍ଷତି ନାହିଁ ସେଥିରେ କିଛି ବଦନାମ ନାହିଁ । ହେଲେ ଚୋରି ଦୁଷ୍କର୍ମ ଭ୍ରଷ୍ଟାଚାର କରିବା ମଣିଷପାଇଁ ଏକ ଲଜ୍ଜାକର କଥା । ସମସ୍ତେ କିଛି ଏମିତି କାମ କରିବା ଆଗରୁ ଏକଥା ଭାବିବା କଥା । ହେଲେ କେତେଜଣ ଦୁର୍ବଳମନା ଲୋକଙ୍କ ପାଇଁ ଆଜି ସାରାସମାଜ ବଦନାମ ହେଉଛି । ଆମ ଦେଶ ବଦନାମ ହେଉଛି ଯୌନଶୋଷଣ ଓ ଭ୍ରଷ୍ଟାଚାର ପାଇଁ ।


ଏମିତି ଘଟଣାଟେ ଘଟିଥିଲା କିଛିଦିନ ତଳେ । ରାଜେଶ ଓ ତନୁଶ୍ରୀଙ୍କର ଏକମାତ୍ର ଝିଅ ସ୍ନେହା । ମଲ୍ଲୀଫୁଲିଆ ରଂଗର କୋମଳ କଢୀଟେ ସେ । ମାଆବାପାଙ୍କର ଅତି ଗେହ୍ଲୀ । ସପ୍ତମ ଶ୍ରେଣୀର ଛାତ୍ରୀସିଏ । ସପ୍ତମ ଶ୍ରେଣୀର ବୋର୍ଡପରୀକ୍ଷା ପାଇଁ ଝିଅକୁ ଆଣି ନିଜ ସାଂଗ ଦିଗମ୍ବର ଘରେ ଛାଡି ଦେଇ ଯାଇଥିଲେ । ଦିଗମ୍ବର ତା ଗର୍ଭବତୀ ସ୍ତ୍ରୀ ସହ ସେ ସହରରେ ରୁହେ । ରାଜେଶ ଓ ଦିଗମ୍ବର କଲେଜରେ ପଢିଲାବେଳେ ହଷ୍ଟେଲରେ ଗୋଟିଏ ରୁମରେ  ରହୁଥିଲେ । ଦିଗମ୍ବରର ଝିଅ ମାନଙ୍କ ପ୍ରତି ଟିକେ ଦୁର୍ବଳତା ଥିଲା । ସେ ତା ସ୍ତ୍ରୀ ସଂଗିତାକୁ ଭଲ ପାଇ ବାହା ହେଇଥିଲା । ସଂଗିତା ତାଙ୍କ କ୍ଲାସମେଟ ଥିଲା । ତାରି ପଛରେ ପଡିଥିଲା ଦିଗାମ୍ବର । ନାନା ରକମ ଉପହାର କିଣିକି ରିଝାଉଥିଲା ସଂଗିତାକୁ । ହୋଟେଲନେଇ ଖୁଆଉଥିଲା । ଫୋନରେ ଘଣ୍ଟା ଘଣ୍ଟା ଗପୁଥିଲା । ଶେଷରେ ତାଙ୍କର ବାହାଘର ହେଇଥିଲା ।


ହେଲେ ଦିଗାମ୍ବର ପିଲାଟା ବହୁତ ଉପକାରୀ । ଯାହାର ଦୁଃଖ ପଡିଲେ ଆଗତୁରା ଯାଇ ସାହାଯ୍ୟ କରେ । ପଢିଲାବେଳେ କେତେଥର ତାଙ୍କ ଘରକୁ ଆସିଛି । ରାଜେଶର ମାଆର ହାତରନ୍ଧା ବ୍ୟଞ୍ଜନ ତାର ବହୁତ ପସନ୍ଦ ବୋଲି କୁହେ । ସେହି ଭରଷାରେ ସେ ସାଂଗଘରେ ଛାଡିଥିଲା ତାକୁ । ଦିଗାମ୍ବର ସ୍ନେହାକୁ ନେଇ ସ୍କୁଲକୁ ନେଇ ଯାଏ । ପୁଣି ପରୀକ୍ଷାଶେଷ ବେଳକୁ ଆସି ଘରକୁ ନେଇଆସେ । ସ୍ନେହା ଭଲ ପାଠ ପଢୁଥିଲା । ପରୀକ୍ଷା ବି ଭଲ କରୁଥିଲା । ଚାରିଦିନ ପରୀକ୍ଷା ସରିଯାଇଥିଲା । ଆଜି ତାର ଶେଷଦିନ ଥିଲା । ସନ୍ଧ୍ୟାରେ ରାଜେଶ ଆସି ସ୍ନେହାକୁ ନେଇଯିବ । ସ୍ନେହା ଆଜି ଫିକା ଗୁଲାବୀ ରଂଗର ନେଟ୍ କପଡା ତିଆରି ଫ୍ରକଟେ ପିନ୍ଧିଥାଏ । ପରୀଟିଏ ପରି ଦିଶୁଥାଏ ସେ । ନୂଆ ନୂଆ ଯୌବନପ୍ରାପ୍ତହୋଇ ସୁଡୋଳ କୋମଳ ଶରୀରର ସୌନ୍ଦର୍ଯ୍ୟ ଫୁଟିଦିସୁଥାଏ । ଅନ୍ତର୍ବସ୍ତ୍ର ବି ବାହାରୁ ଜଣା ପଡୁଥିଲା । ଦିଗମ୍ବରର ଲୋଭ ବଢିଲା ତା ପ୍ରତି । ଏମିତି ଏବେ ଗର୍ଭବତୀ ସ୍ତ୍ରୀଠାରୁ ତାକୁ ଦୂରେଇ ରହିବାକୁ ପଡୁଛି । ତାର ଆଇଁଷିଆ ପ୍ରକୃତି ଭୋକିଲା ଅଛି ଅନେକ ମାସ ହେଲାଣି । ସ୍ନେହାକୁ ଦେଖି ତାର ସେ କାମତୃଷ୍ଣା ଜାଗି ଉଠିଲା । ତାର ମନ ଓ ବିବେକ ଭିତରେ ଲଢେଇ ଚାଲିଲା । ବିବେକ କହୁଥାଏ ସେ ତୋର ବନ୍ଧୁପୁତ୍ରୀ ନିଜ ଝିଅପରି,ତାସହ କିଛି କୁକର୍ମ କରିବା କଥା ଭାବିବା ବି ପାପ । ମନ କହୁଥାଏ ଆଜି ଏକ ସୁଯୋଗ ମିଳିଛି । ଡେରିକଲେ ଏ ସୁଯୋଗ ହାତଛଡା ହେଇଯିବ ।

ସେ ପରୀକ୍ଷାପରେ ସ୍ନେହାକୁ ଧରି ବଜାର କରିବା ବୋଲି ମଲ୍ଲ ନେଇଗଲା । ସେଠି ତା ପସନ୍ଦରେ ଫ୍ରକ୍ କିଣିଦେଲା । ଏକ ହୋଟେଲ ରୁମକୁ ନେଇ ଖାାଇବା ମଗାଇଲା । ସେମାନେ ଦୁଇଜଣ ଖାଇଲେ । ଥଣ୍ଡା ପିଇବାକୁ ଦେଲା । ଥଣ୍ଡା ପିଇବାପରେ ସ୍ନେହା

ଶୋଇ ପଡିଲା । ତାପରେ ଦିଗମ୍ବର ତାର କୁତ୍ସିତ

କାମନାକୁ ଚରିତାର୍ଥ କଲା । ଅଛୁଆଁ କୋମଳ କଳିକାକୁ ଅଇଁଠା କରିଦେଇଥିଲା । କିଛିଘଣ୍ଟା ପରେ ସ୍ନେହାର ଚେତା ଫେରିଥିଲା । ସେ ତାକୁ ନେଇ ଘରକୁ ଫେରିଥିଲା । ସନ୍ଧ୍ୟାରେ ରାଜେଶ ଆସି ତାକୁ ଘରକୁ ନେଇ ଆଣିଥିଲା । ଗୋଟିଏ ମାସପରେ ଝିଅର ସାଇକିଲ ନ ହେବାରୁ ଡାକ୍ତର ଦେଖାଇଲେ । ତାପରେ ଜଣା ପଡିଲା ସେ ଗର୍ଭବତୀ ଥିଲା । ତାଙ୍କ ମୁଣ୍ଡରେ ଚଡକ ପଡିଲା । ସେ ତ ଝିଅକୁ କେବେ ଏକା ଛାଡେନି । କିିଛିଦିନପାଇଁ ଦିଗମ୍ବର ପାଖେ ଛାଡିଥିଲା । ହେଲେ ସାଂଗରେ ତ ତାର ସ୍ତ୍ରୀବି ଥିଲେ । ସେ ଝିଅକୁ ଏଆଡୁ ସେଆଡୁ ବୁଲାଇ ବଙ୍କେଇ ସବୁ କଥା ଅସୁଲ କରି ଜାଣିଲେ ଦିଗମ୍ବର କିଛି ଘଣ୍ଟା ତାକୁ ଏକା ହୋଟେଲକୁ ନେଇଥିଲେ । ତାଙ୍କର ଆଶଙ୍କା ସତ ହେଇଥିଲା ତାହେଲେ ଦିଗମ୍ବର ଏସବୁ ଘଟଣାର ଉତ୍ତରଦାୟୀ ।


ସେ ପୋଲିସରେ କମ୍ପ୍ଲେନ କରିଥିଲେ । ଶେଷରେ ତାଙ୍କୁ ଜେଲହେଇଥିଲା । ତାର ଗର୍ଭବତୀ ସ୍ତ୍ରୀ ସଂଗିତା ଝିଅଟେ ଜନ୍ମ ଦେଇଥିଲେ । ସେ ନିଜ ସ୍ବାମୀଙ୍କ ଏ କୁତ୍ସିତ କର୍ମପାଇଁ ବହୁତ ଲଜ୍ଜିତ ଥିଲେ । ସେ ପିଲାକୁ ନେଇ ବାପଘର ଚାଲିଗଲେ । କ୍ଷଣକ ଭୂଲପାଇଁ କେତେଟା ଜୀବନ ନଷ୍ଟ ହେଇଗଲା । ରାଜେଶ ନିଜ ଝିଅର ଏଭର୍ସନ କରି ନିଜ ଭଉଣୀ ପାଖକୁ ବିଦେଶ ପଠାଇଦେଲେ । ସେଠି ସେ ପଢାପଢି କରି ଚାକିରି କରୁଛି । ତା ସହକର୍ମି ଜଣକୁ ଭଲ ପାଉଛି ତା ସହ ତାର ବାହାଘର ହେବ । ହେଲେ ଦିଗମ୍ବରର ଭୂଲ ପାଇଁଁ ନିଜ ସହ ତା ପରିବାର ବି ଲଜ୍ଜାର ଜୀବନ ଜୀଉଁଛନ୍ତି । ଯେଉଁ ଅଲିଭାଦାଗ ଟେ ନିଜ ମୁହଁରେ କଳଙ୍କ ହେଇ ଲାଗିଗଲା

ତାହା ସବୁଦିନ ପାଇଁ ତା ଚରିତ୍ରରେ କଳା ବୋଳିଦେଲା । ସେଥିପାଇଁ କିଛି ଖରାପ ଭାବନା ମନରେ ଆସିଲେ ତାକୁ ସଂଯମ ସହ ଦମନ କରିବା ଉଚିତ । ନହେଲେ ଜୀବନ ସାରା ମୁହଁଦେଖାଇ ହୁଏନାହିଁ ।



Rate this content
Log in

Similar oriya story from Tragedy