ଐଚ୍ଛିକ
ଐଚ୍ଛିକ


- ମହା ଶିବରାତ୍ରୀଟା ଥିଲା; ମନ୍ଦିର ଗଲୁ କି ?
= ଏବେ ପରା ଘର ହିଁ ମନ୍ଦିର; ତେଣୁ’ତ କଥାରେ ଅଛି ମନ ପବିତ୍ର ଥିଲେ ଗାଡ଼ିଆ ଗଙ୍ଗା।
- ହେଲେ ଉଜାଗର ଆଉ ହୋଇ ପାରିନଥିବ ପୁଣିଥରେ !
= ଫେସ୍ବୁକ୍, ହ୍ୱାଟ୍ସଆପ, ଟ୍ୱିଟେର୍, ଇନ୍ସାଟାଗ୍ରାମ୍ର ସବୁ ଦେଖି ପଢ଼ି ବୁଝି;
ସେଇଥିରୁ କେତେ ରଖି, କେତେ ଆଗକୁ ଠେଲି ଆଉ କେତେ ପୋଛିଲା ବେଳକୁ ରାତି ପାହି ସାରିଥିଲା।
- ଆହାରେ ମୋ ହତଭାଗା; ପାଦୁକ ପ୍ରସାଦ ସେବନଟା ହେଲେ ସାରି ଦେଇଥାନ୍ତୁ !
= ପୂଜାପାର୍ବଣ ଏବେ ସବୁ ଘରେ ଆଉ ଆଶୀଷ ଅଜସ୍ର ଆଣ୍ଡ୍ରଏଡ଼ରୁ; ସେଇ ପ୍ରସାଦ ଆଉ ମହାପ୍ରସାଦ।
- ଏଥିରୁ କି ଅବା ଲାଭ ପାଇଲୁରେ ଧନ !
= ଇମେଜ୍ ୨୦୧ ଭିଡ଼ିଓ ୮୨ ଏନିମେଟେଡ଼ ଗିଫଟ୍ ୧୪।
- ଆଉ
= ଲାଇକ୍ ୧୦୮
-ପ୍ରଭୂ