STORYMIRROR

Smrutirani Polai

Abstract Tragedy

4  

Smrutirani Polai

Abstract Tragedy

ଅଭାବ ମଣିଷକୁ ନଷ୍ଟ କରିଦିଏ

ଅଭାବ ମଣିଷକୁ ନଷ୍ଟ କରିଦିଏ

2 mins
484

     ସୁନ୍ଦରଗଡ଼ ବୋଲି ଏକ ଗ୍ରାମ ଥିଲା,ସେହି ଗ୍ରାମର ବୈଶାଖ ମାସର ପ୍ରଚଣ୍ଡ ଖରାବେଳ,ଝାଟି ମାଟିରେ ତିଆରି ଏକ କୁଡ଼ିଆରେ ବସିଥିଲା ରାମ ।ରାମ ହେଉଛି ବାପା ମାଆ ଛେଉଣ୍ଡ ପିଲା । ଉତ୍ତପ୍ତ ଗ୍ରୀଷ୍ମର ତାପରେ କୋମଳ ପୁଷ୍ପ ମିଳନ ହୋଇଯାଏ ସେହିପରି ରାମ ମୁହଁ ମଳିନ ଦିଶୁଥିଲା। ଏମିତି କି ତାର ମୁହଁରେ ହସ ବି ନଥିଲା। ପିନ୍ଧିବାକୁ କନା ଖଣ୍ଡିଏ ମିଳୁ ନଥିଲା।ଏତେ ବଡ ଦୁନିଆରେ ଆଜି ସେ ଏକା ହୋଇଯାଇଛି।ଗ୍ରାମର ମହାଜନଙ୍କ ଘରେ ସେ ମଜୁରିଆ ଭାବେ କାମ କରେ,ସେଥିରୁ ଯାହା ପାଏ ,ରୁଟି ଖଣ୍ଡେ କିଣି ଖାଏ । ଗରିବ ବୋଲି ରାମ ପ୍ରତି ସମସ୍ତଙ୍କର ବହୁତ ଘୃଣା, ଏବଂ ସେହି ସୁନ୍ଦରଗଡ଼ ଗ୍ରାମର କୁନି ବୋଲି ଏକ ଝିଅ ରାମ ପାଇଁ ଲୁଚେଇ ଫଳ ଓ ମିଠା ଆଣେ।ବେଳେ ବେଳେ ରାମ କାମକୁ ଯାଏ ନାହିଁ,ତେଣୁ ତାକୁ ଭୋକରେ ରହିବାକୁ ପଡ଼େ। ଯେଉଁ ବୟସରେ କାମ କରି ପେଟ ପୋଷେ। ଦିନେ ଆକାଶକୁ ଅନେଇ ରହିଥାଏ ତା'ର ଅତୀତରେ ହଜି ଯାଇଥିଲା। ଚକ୍ଷୁ ସମ୍ମୁରେ ଅତୀତର ଘଟଣାବଳୀ ଦୃଶ୍ୟ ସବୁ ନାଚି ଉଠୁଥିଲା।କିପରି ସେ ତାର ବାପା, ମାଆ ଓ ସାନ ଭଉଣୀ ମମତା ସହ ହସ ଖୁସିରେ ଦିନ କାଟୁଥିଲା। ଠିକ୍ ଏହି ସମୟରେ ତାର ମନେ ପଡ଼ିଲା ସେହି କଥା । ଆଖିରେ ନାଚି ଉଠିଲା ସେହି କରୁଣ ଦୃଶ୍ୟ କିପରି ଅନେକ ବର୍ଷ ତଳେ ତାର ପରିବାରର ସବୁ ଖୁସି ଭାସିଯାଇଥିଲା।ସେହି ଗ୍ରାମର ଜଗୁ ମଉସା ଯୋଗୁଁ ସେ ସେହି ବଢିରୁ ରକ୍ଷା ପାଇଥିଲା। ସେହି ଦିନଠାରୁ ତାର ମୁହଁରେ ହସ ଆଉ ନାହିଁ।ସେହି ଦିନଠାରୁ ତାକୁ କିଏ କୋଳେଇ ନେଇ ନାହିଁ। ସ୍ନେହରେ ଖୁଆଇ ଦେଇନାହିଁ । ପରିବାରର ସ୍ନେହ ଓ ଭଲ ପାଇବାର ଅଭାବକୁ ହୃଦୟରେ ଅନୁଭବ କରି ଆଜି ପର୍ଯ୍ୟନ୍ତ ବଞ୍ଚିରହିଛି।ତାର ଆଶା ଥିଲା ଏତେବଡ଼ ଦୁନିଆରେ କେହି ତାକୁ ଆପଣେଇନବେ,ତାକୁ ସ୍ନେହ କରିବେ।କିନ୍ତୁ ତାହା ହୋଇଲାନହିଁ।ଭଲପାଇବାର ଅଭାବରେ ସେ ଦିନକୁ ଦିନ ମାରିବାକୁ ଲାଗିଲା। ହଠାତ୍ ରାମ କାହାର ସ୍ପର୍ଶ ଅନୁଭବ କଲା।ଦେଖିଲା ମିଠା ଓ ଫଳ ଧରି ଠିଆ ହୋଇଛି। ତାକୁ ଦେଖି ରାମ ନିଜ ମନର କୋହ ସମ୍ଭାଳି ପାରିଲା ନାହିଁ।ସେ କାନ୍ଦି କାନ୍ଦି ତାର ବାପା ମାଆ ଙ୍କ ର ସମାଧି ନିକଟକୁ ଦୌଡିଲା।୩ ଦିନ ହେଲା ଗ୍ରାମର କୌଣସି ବ୍ୟକ୍ତି ରାମକୁ ଦେଖିନାହାନ୍ତି।ଗ୍ରାମବାସୀମାନେ ମିଶି ତାକୁ ଖୋଜିବାକୁ ଲାଗିଲେ।ଏଥି ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଲା ଯାହା ସମସ୍ତଙ୍କୁ ଚକିତ କରିଦେଲା।ରାମ ନିଜ ବାପା ମାଆ ଙ୍କ ସମାଧି ନିକଟରେ ପ୍ରାଣ ହରାଇଛି।ବାପା ମାଆ ଓ ପରିବାରର ଅଭାବ ଆଗରେ ସେ ମୁଣ୍ଡ ନୁଆଁଇଛି।ସ୍ନେହ, ହସଖୁସି ଓ ଭଲପାଇବାର ଅଭାବ ଯୋଗୁଁ ସେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛି।ଅଭାବ ଯେ ମଣିଷର ସବୁକିଛି ନଷ୍ଟ କରିଦିଏ,ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ରାମ।ଏତେ ବଡ ଦୁନିଆରେ ଏକ ନିରୀହ ଶିଶୁ ସ୍ନେହ ଓ ଭଲପାଇବା ର ଅଭାବରେ ପ୍ରାଣ ହରାଇଲା।ଗ୍ରାମବାସୀ ରାମର ଏକ ସମାଧି ତାର ପରିବାର ର ସମାଧି ନିକଟରେ ତିଆରି କଲେ।ବର୍ଷ ବର୍ଷ ଧରି ସେଇ ସମାଧି ଗୁଡ଼ିକ ଏକ ପରିବାର ର ମହାନ୍ ପ୍ରେମର ଓ ଏକ ଶିଶୁର କରୁଣ କାହାଣୀର ଗୀତ ଗାନ କରୁଛି।କହୁଛି କେବଳ ଧାନ ଓ ସମ୍ପତ୍ତିର ଅଭାବ ମନୁଷ୍ୟକୁ ନଷ୍ଟ କରେନାହିଁ,ବରଂ ସ୍ନେହ ଓ ଭଲପାଇବା ର ଅଭାବରେ ମଧ୍ୟ ଜୀବନରେ ଏକ ଦାରୁଣ ପରିସ୍ଥିତି ସୃଷ୍ଟି କରିଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract