STORYMIRROR

Smrutirani Polai

Tragedy

3  

Smrutirani Polai

Tragedy

ଢାଲ ଓ ତରବାରୀ

ଢାଲ ଓ ତରବାରୀ

1 min
385

ଥରେ ଗୋଟିଏ କମାର ରାସ୍ତାରେ ଯାଉଥିଲା।ସେ ରାସ୍ତାରେ ଗୋଟିଏ ବଡ଼ ଲୁହାଖଣ୍ଡକୁ ଝୁଣ୍ଟି ପଡ଼ିଲା, କିନ୍ତୁ ପରବର୍ତ୍ତୀ ସମୟରେ ନିଜକୁ ସମ୍ଭାଳି ନେଲା।ପ୍ରାପ୍ତ ହୋଇଥିବା ଲୁହାଖଣ୍ଡଟିକୁ ସେ ଘରକୁ ଆଣିଲା ଏବଂ ତାକୁ ଦିଫାଳ କରି ଗୋଟିଏ ତରବାରୀ ଏବଂ ଗୋଟିଏ ଢାଲ ତିଆରି କଲା । ସୌଭାଗ୍ୟବଶତଃ ଉଭୟ ତରବାରୀ ଏବଂ ଢାଲ ସେହି ରାଜ୍ୟର ରାଜାଙ୍କ ଦ୍ଵାରା ବ୍ୟବହୃତ ହେଲା । ରାଜା ସେହି ତରବାରୀ ବ୍ୟବହାର କରି ଅନେକ ଯୁଦ୍ଧ ମଧ୍ୟ ଜିତିଲେ । ହଠାତ୍ ଦିନେ ଯୁଦ୍ଧଭ୍ୟାସ କରୁଥିବା ସମୟରେ ତରବାରୀଟି ଭାଙ୍ଗିଗଲା । ଏଣୁ ରାଜା ତାକୁ ପରିତ୍ୟାଗ କଲେ । ତରବାରୀଟି ଦୁଃଖିତ ହୋଇ ଢାଲକୁ କହିଲା, ଭଉଣୀ, ଆମେ ଦୁଇଜଣ ଗୋଟିଏ ଧାତୁରେ ତିଆରି, ଗୋଟିଏ କମାର ଆମକୁ ତିଆରି କରିଥିଲା ଏବଂ ଗୋଟିଏ ଦିନ ଆମେ ରାଜାଙ୍କ ପାଖକୁ ଆସି ତାଙ୍କ ଦ୍ଵାରା ବ୍ୟବହୃତ ହେଲେ, କିନ୍ତୁ ତୁମେ ତ ଆଜି ବି ଠିକ୍ ଅଛ, ମୋର ଏ ଦଶା କାହିଁକି ? ଢାଲଟି ଉତ୍ତର ଦେଲା "ତୁମେ ଯାହା କହିଲ ସତ,କିନ୍ତୁ ମନେରଖ ଜୀବନ ନେବା ଲୋକଠାରୁ ଜୀବନ ବଞ୍ଚାଇବା ଲୋକ ଅଧିକ ମହାନ୍ ଏବଂ ଦୀର୍ଘାୟୁ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy