STORYMIRROR

Prabhat kumar Sahu

Abstract

2  

Prabhat kumar Sahu

Abstract

ଆପଣାପଣ

ଆପଣାପଣ

1 min
363

ସେ ମୋତେ ମୋ ବାଇକ ଚାବି ଫେରେଇ ଟିକେ ଡେରି ହେଇଗଲା ବୋଲି ଦୁଃଖିତ ହେବାସହ ଗାଡି ଦେଇଥିବାରୁ ଧନ୍ୟବାଦ ଦେଇ ତରତର ରେ ପଳେଇଲେ । ଆଉ କିଛି ମୋ ଗାଡି ବିଷୟ ରେ କହିନଥିଲା।

ମୋ ଗାଡି କୁ ମୋ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଯିଏ ବି ନେଇଛନ୍ତି, ଗାଡି ଫେରେଇଲା ବେଳେମୋ ଶୁଭଚିନ୍ତକ ଭାବେ ହୋଉ ବା ମୋତେ ଭଲ ପାଉଥିବା ମଣିଷ ଟେ ହେଉ ମୋତେ ନିଶ୍ଚିତ ଭାବେ ସଚେତନ କରି ଦିଅନ୍ତି ଗାଡି କୁ କଣ ଏମିତି ରଖିଛୁ ମରାମତି କରାଉନୁ ବ୍ରେକ ଧରୁନି ହୋର୍ନ ବାଜୁନି, ଖଡ଼ ଖଡ଼ ଶବ୍ଦ ହୋଉଛି, ଏତେ ବାଟ ଯାଉଛୁ ଆସୁଛୁ,। ଇଏ ମୋର ଭଲ ସାଙ୍ଗ ଭିତରୁ ଜଣେ ଅଥଚ କିଛି ନକହି ଧନ୍ୟବାଦ ଟିଏ ପଳେଇଲା, କାମ ସରିଗଲେ କିଏ କାହାର ଏମିତି ଭାବି ମୁଁ ସେକଥା କୁ ଭୁଲିଗଲି।

ସକାଳେ ଅଫିସ ଯିବା ପାଇଁ ଗାଡି ବାହାରକଲା ବେଳେ , ମୋ ଗାଡି ଟା ମୋତେ ଟିକେ ଅଲଗା ଅଲଗା ଲାଗିଲା ଷ୍ଟାର୍ଟ କରିଲି ମୋ ଗାଡିର ସେ ପୁରୁଣା ଖଡ଼ ଖଡ଼ ଶବ୍ଦ ନଥିଲା ହୋର୍ନ ବି ଭଲ ରେ ବାଜିଲା , ମୋର ଆଉ ବୁଝି ବାରେ ବାକି ନଥିଲା ଯେ କାହାର ଭଲପାଇବାଟା କେବଳ ମୁହଁ ରେ ମିଠା କଥାରୁ ଜଣାପଡିନଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract