Prabhat kumar Sahu

Others

5.0  

Prabhat kumar Sahu

Others

ସେହି ସାଙ୍ଗଟି

ସେହି ସାଙ୍ଗଟି

1 min
603


ତାକୁ ମୁଁ ଭୁଲିବି କେମିତି! ଯାହା ସହ ସାଙ୍ଗ ନ ହେବାକୁ ବୋଉ ରାଣ ପକେଇଥିଲା, ବାପା ତ ଧମକ ଦେଇସାରିଥିଲେ ଆଉ ଦିନେ ତା ସହ ମିଶିଲେ ଗୋଡ଼ ହାତ ଭାଙ୍ଗିଦେବି ବୋଲି । ହେଲେ କିଏ ଜାଣିପାରିଲେନି କି ମୁଁ କାହାକୁ ଜଣେଇପାରିଲିନି ସେଦିନ ମୁଁ କରିଥିବା ଦୃଷ୍ଟାମୀକୁ ସେ ତା ନାଁରେ ନେଇଗଲା ମୋତେ ସୁନାପିଲା କରିଦେଇ ସେ ସମସ୍ତଙ୍କ ନଜରରେ ସେଦିନୁ ଦୁଷ୍ଟପିଲା ହେଇଗଲା ।


Rate this content
Log in