STORYMIRROR

Premananda Jena

Inspirational

3  

Premananda Jena

Inspirational

ଆପଣ ଥିଲେବୋଲି

ଆପଣ ଥିଲେବୋଲି

3 mins
174


ପୁଷମାସର ଦେହଥରା ଶୀତ l ହାତ

ଗୋଡ଼କୋଲୁଆ ମାରିଯାଉଛି l ଅନିଚ୍ଛା

ସତ୍ତ୍ୱେ ପୁରୁଣା କମ୍ବଳଟାକୁ ଦେହରୁ କାଢ଼ି

ବିଛଣାରୁ ଉଠି ଛିଡ଼ାହେଲା ଥୁକୁଲୁ l ନାଁ !

ଅଳସ କଲେ ଟ୍ରେନ ଷ୍ଟେସନ ଛାଡ଼ିଦେବ l

ମୁଖ ପଖାଳି ଅଣନିଃଶ୍ୱାସୀ ହୋଇ ଷ୍ଟେସନ

ଆଡ଼କୁ ଧାଇଁଲା l ବାପା ଚାଲିଗଲା ପରେ

ଟ୍ରେନ ଆସିବା ପୂର୍ବରୁ ସବୁଦିନେ ଏମିତି

ସେ ଷ୍ଟେସନକୁ ଧାଏଁ l ଗାଡ଼ି ରହିବା ମାତ୍ରେ

ଭିତରକୁ ଧସେଇପଶେ , ତର ତର ହୋଇ

ସାଉଁଟି ପକାଏ ପରିତ୍ୟକ୍ତ ପ୍ଲାଷ୍ଟିକ ବୋତଲ

ଗୁଡ଼ିକୁ, ଅଖାରେ ଭର୍ତ୍ତିକରି ପ୍ଲାଟଫର୍ମର

କୌଣସି କଣରେ ରଖିଦେଇ ତଲାଶ

କରେ ଘର ବାହୁଡା଼ ବାବୁମାନଙ୍କୁ,

ସେମାନଙ୍କ ଲଗେଜ ବୋହି ତଥା ଖାଲି

ବୋତଲ ଖାଲି ଡବା ବିକ୍ରିକରି ଯାହା

ପାଉଣା ମିଳେ ଦୁଃଖ କଷ୍ଟେ ପରିବାରକୁ

ଚଳାଇ ନେବାକୁ ଚେଷ୍ଟାକରେ l ପେଟରୁ

କାଟି ପ୍ରତି ସପ୍ତାହରେ ଡାକଘରେ କିଛି

ଜମା ରଖୁଛି,ଛୋଟ ଭଉଣୀ,ଟିକିଲି ଏବେ

ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଛି l

ବାପା ମଲାପରେ ସେ ସିନା ଦଶମ ଶ୍ରେଣୀ

ବୋର୍ଡ଼ ପରୀକ୍ଷା ଦେଇପାରିଲାନି,ଯେମିତି

ହେଉ ଟିକିଲିକୁ ପଢାଇବାକୁ ହେବ l

କରମଣ୍ଡଳ ଏକ୍ସପ୍ରେସର ହର୍ଣ୍ଣ ଶୁଭିଲାଣି

ପାଦର ଗତିକୁ ଟିକେ କ୍ଷିପ୍ରକଲା,ଷ୍ଟେସନରେ ପହଂଚିବାକ୍ଷଣି ଏକ ନମ୍ବର ପ୍ଲାଟଫର୍ମରେ

ଟ୍ରେନ ଲାଗିଯାଇଥିଲା l କାଳବିଳମ୍ବନକରି

କୁଦା ମାରିଲା ଟ୍ରେନ ଭିତରକୁ, କିଛି ସମୟ

ବ୍ୟବଧାନରେ ସେ ସଂଗ୍ରହ କରିଥିଲା ପାଖା

ପାଖି ପାଞ୍ଚସହ ଖାଲି ବୋତଲ l ନିର୍ଦ୍ଧାରିତ

ସମୟରେ ଷ୍ଟେସନ ଛାଡ଼ିଲା ଟ୍ରେନ l ଚାରି

ଆଡ଼କୁ ଦୃଷ୍ଟି ନିକ୍ଷେପକଲା, ଅନତି ଦୂରରେ

ଛିଡ଼ା ହୋଇଥିଲେ ଉଗ୍ର ଆଧୁନିକବେଶ ଭୁଷା

ସମ୍ପନ୍ନ ଦମ୍ପତି ଦ୍ବୟ l ବୋଧହୁଏ ସେମାନେ

କୂଲିର ଅନ୍ୱେଷଣରେ ଥିଲେ l ଥୁକୁଲୁ

ସେମାନଙ୍କ ପାଖକୁ ଯାଇ ପଚାରିଲା" ଆଜ୍ଞା

କୁଲି ଦରକାର? ମୁଁ ସବୁ ଜିନିଷ ନେଇ ଗାଡ଼ି ପାଖରେ ପହଞ୍ଚାଇ ଦେବି l"ନାସିକା ଭୃକୁଞ୍ଚନ

କରି ମହିଳା ଜଣଙ୍କ ପଚାରିଲେ "କେତେ

ନବୁ ? " ଆଜ୍ଞା ଆପଣଙ୍କ ଲଗେଜ ତିରିଶ

ଚାଳିଶ କିଲୋ ହେବ, ବସଷ୍ଟାଣ୍ଡ ଏଠାରୁ ଅଧ

ମାଇଲ ପାଖlପାଖି ହେବ, ଯାହା ଆପଣ

ବିଚାର କରିଦେବେ I ହଉ ସବୁ ଜିନିଷକୁ

ଯତ୍ନ ସହକାରେ ନେବୁ! ଯେପରି ଗୋଟିଏ

ଜିନିଷ ନଭାଙ୍ଗେ ! ଆଜ୍ଞା ! ଟୁକୁଲର ସାମର୍ଥ୍ୟ ଅନୁସାରେ ବୋଝର ଓଜନ ଅଧିକ ଥିଲା,

ଦୃଢ଼ ମନୋବଳ ନେଇ ସେ ଧିରେ ଧିରେ

ଆଗେଇଲା l ନିର୍ଦ୍ଧିଷ୍ଟ ଜାଗାରେ ପହଁଚିଲା

ବେଳକୁ ଶୀତୁଆ ସକାଳକୁ ବିଦ୍ରୁପକରି ତା'

ଦେହରୁ ବହୁଥିଲା ଗମଗମ ଝାଳ l ସମ୍ପୂର୍ଣ

ଶରୀର ଭିଜି ଯାଇଥିଲା l ଲଗେଜକୁ ଯଥା

ସ୍ଥାନରେ ଠିକଣା ଲଗାଇ ଅଣ୍ଟାରୁ ଗାମୁଛା ବାହାରକରି ଝାଳ ପୋଛିଲା l ଚାରିଆଡ଼େ

ବିଛେଇ ହୋଇ ପଡ଼ିଥିଲା ରୂପେଲି ଅରୁଣ

ଆଭା l କୋଳାହଳପୂର୍ଣ୍ଣ ଥିଲା ବସଷ୍ଟାଣ୍ଡର

ପରିବେଶ l ପାଖ ରେସ୍ତୋରାଁଁରୁ ଭାସି

ଆସୁଥିଲା ମହ ମହ ବାସ୍ନା l ଟୁକୁଲର

ଇଚ୍ଛାହେଲା ପେଟଭରି ବରା ଆଳୁଦମ

ଖାଇବାକୁ l ମନେ ମନେ ସେ କହିଲା,

ଆଗେ ପାଉଣାଟା ମିଳିଯାଉ ତା'ପରେ..!

ଭଦ୍ର ମହିଳା କହି ଉଠିଲେ ଆରେ ଛିଡ଼ା

ହୋଇଛ କ'ଣ? ଜିନିଷ ଗୁଡିକୁ ବସରେ

ରଖିଦିଅ!ଚାବିମୋଡ଼ା କଣ୍ଢେଇଭଳି ଥୁକୁଲୁ କାମସାରି ପାଉଣା ପାଇଁ ହାତ ବଢ଼ାଇଲl l

ଭଦ୍ରମହିଳା ନିଜ ସ୍ୱାମୀଙ୍କୁ ଇଙ୍ଗିତ କଲେ l

ପତ୍ନୀ ବତ୍ସଳା ଭଦ୍ର ବ୍ୟକ୍ତି ପର୍ସରୁ କୋଡିଏ

ଟଙ୍କା ବାହାର କରି ଥୁକୁଲୁକୁ ଧରାଇଦେଲେ l ଆଶ୍ଚର୍ଯ୍ୟ ହୋଇ ଥୁକୁଲୁ କହିଊଠିଲା,"ନାଇଁ

ବାବୁ ଏତିକିରେ ହେବନି! ଅତିକମରେ ଶହେ

ଟଙ୍କା ଦିଅ !"ଚିହିଁକି ଉଠିଲେ ଭଦ୍ରମହିଳା"

ତୁମର ବହପ କହିଲେ ନସରେ ! କେତେ

ବାଟ ତମେ ବହି ଆଣିଲମ, ଯାହା ମିଳିଲା

ଖୁସିରେ ନେଇଯାଅ lଏଥିରୁ ଗୋଟିଏ ଟଙ୍କା

ଅଧିକ ମିଳିବନି l " ଆଜ୍ଞା ମୁଁ ଆପଣକୁ

ସାହାଯ୍ୟ ମାଗୁନି, ମୋ ପରିଶ୍ରମର ହକ

ମାଗୁଛି, ଆପଣ ମୋତେ ଏମିତି କ'ଣ

କହୁଛନ୍ତି ? ମୋ ପାଉଣା ଦିଅନ୍ତୁ, ମୋର

ଢେର କlମ ଅଛି, ମୋତେ ସହଳ ଯିବାର

ଅଛି l ଅଳ୍ପ ଦୂରରେ ଦଣ୍ଡାୟମାନ ଥିଲେ

ଜଣେ ଭଦ୍ରବ୍ୟକ୍ତି l ସେ ବୋଧେ ସେମାନଙ୍କ

ବଚସା ଶୁଣୁଥିଲେ lନିକଟକୁ ଆସି କହିଲେ,

"କାହିଁକି ପିଲାଟା ସହ ଗୋଳ କରୁଛନ୍ତି,

ତା ' ପ୍ରାପ୍ୟ ଦେଇ ଦିଅ, ସେ ତା 'ବାଟରେ

ଚାଲିଯିବ l ବାପ ଛେଉଣ୍ଡ ପିଲାଟା, ବୟସ

ଚଉଦଵି ପୁରିନି, ଆଗରେ ଫାଣ୍ଡିଟା ଅଛି,

ସେଠି କଥା ପହଁଚିଲେ ଶିଶୁ ନିର୍ଯ୍ୟାତନା

ଓ ବାଳ ଶ୍ରମ ଅପରାଧରେ ଆପଣ ଛନ୍ଦି

ହୋଇପଡ଼ିବେ l " ବୋଧହୁଏ ଏତିକି

ଯଥେଷ୍ଟ ଥିଲା ! ଦମ୍ପତି ଦ୍ୱୟ ଏକ ଶତ

ମୁଦ୍ରା ଥୁକଲୁ ହାତରେ ଗୁଞ୍ଜିଦେଇ ବସକୁ

ଉଠିଲେ l ଭଦ୍ର ବ୍ୟକ୍ତି ବୋଧେ ଥୁକୁଲୁକୁ

ଜାଣିଥିଲେ, ପାଖକୁ ଆସି କମ୍ର କଣ୍ଠରେ

କହିଲେ " ଏବେ ତୋ ପ୍ରାପ୍ୟ ପାଇଲୁ

ନା ନାହିଁ ପୁଅ ? " ଲୁହ ଛଳ ଛଳ

ଆଖିରେ ଥୁକୁଲୁ ଉତ୍ତର ଦେଲା "କେବଳ

ଆପଣ ଥିଲେ ବୋଲି l "


Rate this content
Log in

Similar oriya story from Inspirational