STORYMIRROR

Premananda Jena

Inspirational

3  

Premananda Jena

Inspirational

ଦେଶାନୁରାଗ

ଦେଶାନୁରାଗ

2 mins
189


ଅତର୍କିତ ରୁଷ ଆକ୍ରମଣରେ ବେହାଲ ଇଉକ୍ରେନ l ଚାରି ଆଡ଼େ ନିଆଁ ଧୂଆଁ ବାରୁଦର ଗନ୍ଧ l ଅପ୍ରତ୍ୟାଶିତ ଭାବରେ ଭୂମିକୁ ଢଳିପଡୁଛି ବହୁ ମଞ୍ଜିଲ ଅଟ୍ଟାଳିକା l ଦେଶପାଇଁ ଚାରିଆଡ଼ୁ ଭୟ, ଏଣେ ଜ୍ଞାତି କୁଟୁମ୍ଭର ମୋହ l ଏଇ କେଇ ଦିନ ହେବ ଇଉକ୍ରେନ ସୈନିକଟି ନିଜ ପରିବାର ସହ ଛୁଟି କାଟିବାକୁ ଧାଇଁ ଆସିଛି ସ୍ଥାଇଲୋ ନଗରୀକୁ l ୟାଲୁଫ ହ୍ରଦର ସମିପରେ ଏକ ତାରକା ହୋଟେଲରେ ଚାରି ବର୍ଷର କୁନି ଝିଅ, ରୋଷେଲା ଓ ପତ୍ନୀ,ମେହୁଫ ସହ ଭୋଜନ କରୁଥିବା ବେଳେ ଇ -ମେସେଜଟି ପାଇ ଚକିତ ହୋଇଗଲା l ଶୀଘ୍ର ସେନାରେ ଯୋଗ ଦେବାପାଇଁ ନିର୍ଦେଶ l ମୁଖ ମଣ୍ଡଳରେ ପ୍ରସନ୍ନର ଆଭା ଉଭେଇ ଯାଇ ପାଣ୍ଡୁର ବର୍ଣ୍ଣ ଧାରଣ କଲା l ସେ ବିଷର୍ଣ୍ଣହୋଇ ମନର ଭାବକୁ ଲୁଚାଇବାକୁ ଚେଷ୍ଟାକଲା l ମେହୁଫ କିନ୍ତୁ ସହଜରେ ପଢ଼ିପାରିଲେ ଅର୍ଦ୍ଧଲୁକାୟିତ ବିଷର୍ଣ୍ଣତାର ରାଗିଣୀକୁ l କିଛି ସମୟର ନୀରବତା ପରେ ମେହୁଫ ନମ୍ର ଗଳାରେ କହିଲେ "କଣ କିଛି ଖାସ ଖବର ! ହଁ ମୋତେ ଆଜିହିଁଁ ଫେରିଯିବାକୁ ହେବ l ମାଇକେଲର ଉତ୍ତରରେ ଥିଲା ଅଶେଷ ବେଦନାଶିକ୍ତ ଭାଵ,ଆଖି କୋଣରେ ଜମାଟ ବାନ୍ଧିଥିଲା କୋହମିଶା ଲୋତକ l କିନ୍ତୁ ମେହୁଫ ଥିଲେ ସ୍ଥିତପ୍ରତ୍ୟଙ୍ଗ l ପରିସ୍ଥିତିକୁ ହାଲୁକା କରିବାକୁଯାଇ କହିଲେ " ମୁଁ ଜାଣିଛି ପାରିବାରିକ ବନ୍ଧନ ତମର ଦେଶ ପ୍ରେମ ପାଖରେ ବାଧାସୃଷ୍ଟି କରୁଛି, ସାହସର ସହ ସମର ଭୂଇଁକୁ ଯାଅ, ଆମେ ମାଆ ଝିଅ ତମର ବାହୁଡା଼ ପଥକୁ ଅପେକ୍ଷା କରିବୁ l"

    ଧୂମାଭ୍ର ଦିଗନ୍ତ,ବର୍ଫିଳା ହାୱାରେ ହାତ ଗୋଡ଼ କାଲୁଆ ମାରି ଯାଉଛି l ଯୁଦ୍ଧତ୍ତର ପରିସ୍ଥିତିରେଵି ପର୍ଯ୍ୟଟ୍ଟକଙ୍କ ଭୀଡ଼ କମ ନଥିଲା l ଟ୍ରେନର ପ୍ରତୀକ୍ଷାରେ ଦମ୍ପତ୍ତି ଦ୍ବୟ, କୁନି ଝିଅ ସାଙ୍ଗରେ ଖେଳୁଥାନ୍ତି ମାଇକେଲ l ହଟାତ୍ ଶୁଭିଲା ହୁଇସିଲର ଶବ୍ଦ, ପାଖେଇ ଆସୁଥିଲା ଟ୍ରେନଟି l ସଜାଗ ହୋଇଗଲା ମାଇକେଲ, ଝିଅକୁ ଛାତିରେ ଚାପି ଧରିଲେ କ୍ଷଣକ ପାଇଁ l ପତ୍ନୀକୁ ଆଲିଙ୍ଗନ କରି କୋହଭରା ହୃଦୟରେ ଜେନେରାଲ କଂପାର୍ଟମେଣ୍ଟକୁ ଚଢିଗଲେ l ଝରକାର ଅପରପାର୍ଶ୍ୱରୁ ହାତ ହଲାଉଥିଲା ଝିଅ, ରୋଷେଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational