ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ
ଆକାଶେ କଳା ମେଘ ଭାସେ।
ସବୁଜ ଶାଢ଼ୀ ପିନ୍ଧି
ବସୁମତୀ ମାତା ହସେ।।
ଯେବେ ବର୍ଷା ଆସେ
ମୟୂର ନାଚ କରେ ବନେ।
ବିଜୁଳି ଚମକେ
ଶ୍ରାବଣ ଗୀତ ଗାଏ କାନେ।।
ଯେବେ ବର୍ଷା ଆସେ
ଯୁଇ ହେନା କଦମ୍ବ ଫୁଟେ।
କୁନା କୁନି ମୁନି
ଛତା ଧରି ଚାଲନ୍ତି ବାଟେ।।
ଯେବେ ବର୍ଷା ଆସେ
ସାଗର ତଟିନୀ ଉଛୁଳେ।
ନାଲି ରଙ୍ଗ ଓଢଣୀରେ
ସାଧଵ ବୋହୂ ଖେଳେ।।
ଯେବେ ବର୍ଷା ଆସେ
ଗାଁରେ କାଗଜ ଡଙ୍ଗା ଭାସେ।
ଚାଷୀ ମନ ଖୁସି
ଚାହିଁ ରହେ ଫସଲ ଆଶେ।।
ଯେବେ ବର୍ଷା ଆସେ
ଥଣ୍ଡା ଥଣ୍ଡା ପଵନ ବହେ।
ସୁଦୂର ଗଗନରେ
ଇନ୍ଦ୍ରଧନୁ ଶୋଭା ପାଏ।।
ଯେବେ ବର୍ଷା ଆସେ
ପରଵର ଲାଗଇ ମେଳା।
ଅଷ୍ଟମୀ ତିଥିରେ
ଜନମ ନେବ ନନ୍ଦଵଳା।।
ଯେବେ ବର୍ଷା ଆସେ
ରାକ୍ଷୀ ପୁନେଇଁ ପର୍ବ ଆସେ।
ସେନେହରେ ଭାଇ ପହଞ୍ଚେ
ଯେ ଭଉଣୀ ପାଶେ।।
ଯେବେ ବର୍ଷା ଆସେ
ଚିତାଲାଗି ଉଆଁସ ପଡ଼େ।
ଗୈାରୀନନ୍ଦନଙ୍କୁ ଧ୍ୟାୟି
ବିଦ୍ୟାର୍ଥୀ ହାତ ଯୋଡେ।।
