ସୁନ୍ଦରୀ ଗୋ ତୁମେ ପ୍ରିୟତମା
ସୁନ୍ଦରୀ ଗୋ ତୁମେ ପ୍ରିୟତମା
ତୁମ ଗୋରା ଦେହ ମୋତେ ପ୍ରେମିକ କଲା
ତୁମ ଦେହର ବାସ୍ନା ପାଖକୁ ଭିଡି ନେଲା
ତୁମ ଆଖିର କଜଳ ମୋତେ ପ୍ରେମ ମଧୁ ଦେଲା ଚଖାଇ
ତୁମ ଚୋରା ଚାହାଁଣି ମୋତେ ପ୍ରେମ ରସ ଦେଲା ପିଆଇ
ତୁମ ମୁଣ୍ଡର ବେଣୀ ମୋତେ କରୁଛି ଗୁଣି
ରାତିର ସ୍ୱପ୍ନ ରେ ତୁମେ ସାଜିଲ ମୋ ରାଣୀ
ତୁମ ପାଦର ଶବ୍ଦ ମୋତେ ଅଧିର କରିଲା
ତୁମ ନୁପୁର ମୋତେ ପ୍ରେମେ ନଚାଇ ଦେଲା
ତୁମ ନାଲି ଓଠରେ ମତୁଆଲା ହୋଇ ଗଲି
ପ୍ରେମ ଦରବାରେ ତୁମକୁ ପାଇବି ଆଶା ବାନ୍ଧିଲି
ତୁମ ମୁରୁକି ମୁରୁକି ହସ ମୋର ନିଦ ଚୋରାଇଲା
ତୁମ ପରି ସୁନ୍ଦରୀ ମୋ ମନେ ଘର କରିଲା
ତୁମେ ମୋ ମନ ମାନସି ପ୍ରେମ ବନେ ବସିଛ ଆସି
କେବେ ଧରା ଦେବ ପ୍ରିୟା ସାଥି ହୋଇ ରହିବା ମିଶି ।