STORYMIRROR

Abhipsa Dash

Inspirational

2  

Abhipsa Dash

Inspirational

ସ୍ଵପ୍ନ

ସ୍ଵପ୍ନ

1 min
13.4K


କିଏ କହେ ମୁଁ ହେବି ଡାକ୍ତର

କିଏ କହେ ଇଂଜିନିଅର

ମୁଁ କିନ୍ତୁ ଭାବେ ସବୁବେଳେ

ସାଥୀ ହେବି ମନୁଷ୍ୟର।

ବିପଦେ ଆପଦେ ସାହା ହେବି ସଭିଙ୍କର।


ବାପାଙ୍କ ସପନ ଅନେକ କିଛି

ମା' ର ଆଶାକୁ ପାରୁନି ବୁଝି

ଭାଇ ଭଉଣୀଙ୍କ ମରମ କଥା

ଶୁଣି ଲାଗେ ମୋ ମନେ ବ୍ୟଥା

ଭଲ ଚାକିରୀ ଟିଏ ତୁ କଲେ

ଧନ ପଛେ ପଛେ ଧାଇଁକି ତୁ

ନିଜ ସ୍ୱାର୍ଥ ପୂରଣ ଚାହି କହିଲେ

ଆମେ ତୋରି ଦୟାରେ ସବୁ।


ପ୍ରିୟା ପ୍ରୀତି ତୋଷଣ ଭାବ ଧରିଲେ

ଉପଯୁକ୍ତ କର୍ମ କିପରି କରିବି

ନିଜ ମନକୁ ବୁଝାଇଲେ

ଦୁଃଖୀର ମନ କେବେ ବୁଝିବି।

ଗୁରୁ ଦେଇଛନ୍ତି ଶିକ୍ଷା

ପରହିତେ ଦିଅ ଜୀବନ ଭିକ୍ଷା

ମଣିଷ ଶିଶୁ ଟେ ମୁଁ ହୋଇ

ମଣିଷକୁ ଚିଂହି ନପାରଇ।


ହେ ପ୍ରଭୁ ସଦ୍ ବୁଦ୍ଧି ଦିଅ

ଭଲ ମଣିଷ ଟିଏ ମୋତେ କର

ମାନବିକତା ହେଉ ମୋ ଧର୍ମ

ସଦା କରେ ମୁଁ ସତ୍ କର୍ମ

ଅସହାୟର ସାହାଯ୍ୟ ନିମନ୍ତେ

କେବେ ନହେଉ ମୋ ମତିଭ୍ରମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Abhipsa Dash

Similar oriya poem from Inspirational