STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ସଫଳତା ପାଇଁ ଆଶିଷ ଦେଉତୁ ଢାଳି

ସଫଳତା ପାଇଁ ଆଶିଷ ଦେଉତୁ ଢାଳି

1 min
353


   ବୋଉ ମୋ ବୋଉ

   ସଂସାର ଜଞ୍ଜାଳ ଘର ପରିବାର

   ଅଳି ଅରଦଳି ଅଝଟ ଆମର

   ଏତେ କଷଣ ତୁ କେମିତି କେଜାଣି 

   ପାଷାଣ ପରିଲୋ ସହୁ

   ବୋଉ ମୋ ବୋଉ..

   ମୁହଁ ଖୋଲି ମୋର ମନଦରଜକୁ

   ବୁକୁ ତଳର ମୋ ଅକୁହା କୋହକୁ

   ତୋ ଆଗରେ ପରା

   କହିବା ଆଗରୁ

   କହଲୋ କେମିତି

   ବୁଝି ପାରୁ ସବୁ

   ମୁହଁକୁ ମୋ ଚାହୁଁ ଚାହୁଁ

   ସଫଳତା ମୋର ଦେଖିବା ପାଇଁକି

   ପାଣି କରୁ ଲୁହ ଲହୁ

   ବୋଉ ମୋ ବୋଉ...

  ଆସୁ ଯେତେ ଧକ୍କା ଆସୁଲୋ ବିପଦ

    ସବୁ ଦୁଃଖ ମୋର ସବୁ ଅବସାଦ

    ଯାଏଲୋ ଉଭେଇ

    ପଣତରେ ତୋର

    କଅଁଳ ହାତରେ

    ମୋ ମୁହଁ କୁ ଯେବେ

    ଶରଧାରେ ପୋଛିଦେଉ

    ପାଦେପାଦେେ ମୋର ସଫଳତା ପାଇଁ

    ଆଶିଷ ତୁ ଢାଳିଦେଉ

    ବୋଉ ମୋ ବୋଉ....।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational