ସଫଳତା ପାଇଁ ଆଶିଷ ଦେଉତୁ ଢାଳି
ସଫଳତା ପାଇଁ ଆଶିଷ ଦେଉତୁ ଢାଳି


ବୋଉ ମୋ ବୋଉ
ସଂସାର ଜଞ୍ଜାଳ ଘର ପରିବାର
ଅଳି ଅରଦଳି ଅଝଟ ଆମର
ଏତେ କଷଣ ତୁ କେମିତି କେଜାଣି
ପାଷାଣ ପରିଲୋ ସହୁ
ବୋଉ ମୋ ବୋଉ..
ମୁହଁ ଖୋଲି ମୋର ମନଦରଜକୁ
ବୁକୁ ତଳର ମୋ ଅକୁହା କୋହକୁ
ତୋ ଆଗରେ ପରା
କହିବା ଆଗରୁ
କହଲୋ କେମିତି
ବୁଝି ପାରୁ ସବୁ
ମୁହଁକୁ ମୋ ଚାହୁଁ ଚାହୁଁ
ସଫଳତା ମୋର&
nbsp;ଦେଖିବା ପାଇଁକି
ପାଣି କରୁ ଲୁହ ଲହୁ
ବୋଉ ମୋ ବୋଉ...
ଆସୁ ଯେତେ ଧକ୍କା ଆସୁଲୋ ବିପଦ
ସବୁ ଦୁଃଖ ମୋର ସବୁ ଅବସାଦ
ଯାଏଲୋ ଉଭେଇ
ପଣତରେ ତୋର
କଅଁଳ ହାତରେ
ମୋ ମୁହଁ କୁ ଯେବେ
ଶରଧାରେ ପୋଛିଦେଉ
ପାଦେପାଦେେ ମୋର ସଫଳତା ପାଇଁ
ଆଶିଷ ତୁ ଢାଳିଦେଉ
ବୋଉ ମୋ ବୋଉ....।