ସ୍କୁଲ ଜୀବନ
ସ୍କୁଲ ଜୀବନ
ମନେପଡେ ଆଜି ସେ ପିଲାଦିନକୁ
ବହିବସ୍ତାନୀ ଧରି ଯାଉଥିବା ସ୍କୁଲକୁ
ବିଦ୍ୟାଳୟତ ଆମ ମନ୍ଦିର ତୁଲ୍ୟ
ତାହାରି ପ୍ରଦାନ ଅମୁଲ୍ୟ l
ସିଲଟ,ଖଡି ଥିଲା ଆମରି ଅସ୍ତ୍ର
ସେ ଅସ୍ତ୍ର ରେ ଗଢ଼ିବୁ ଆମେ ଭବିଷ୍ୟତ,
ନଥିଲା କପଟ ନଥିଲା ଛନ୍ଦ
ନୂଆ ଖାତା ବହିରେ ଆମରି ଆନନ୍ଦ l
ଗୁରୁଜୀ ଗୁରୁମା ଥିଲେ ଆମ ବିଧାତା
ସେ ହିଁ ଆମର ସର୍ବ ଜ୍ଞାନଦାତା,
ଆମେ ସବୁ କଢ଼ୀ ବଗିଚାରେ ବଢ଼ି
ଆମ ଭବିଷ୍ୟତକୁ ଉଜ୍ୱଳ କରିବା ଗଢି l