STORYMIRROR

Kalyani Hota

Abstract

3  

Kalyani Hota

Abstract

ଶୂନଶାନର ସହଚର

ଶୂନଶାନର ସହଚର

1 min
110

             

ଏକର ଏକର ଶୂନ୍ୟ ପ୍ରାନ୍ତର

 ତା ସାଙ୍ଗେ ଶୁଷ୍କ ମରୁବାଲି

 ସମ୍ଭାବ୍ୟ ଜଳର ଅସମ୍ଭାବ୍ୟତା

ବିସ୍ତୀର୍ଣ୍ଣ ନିଚ୍ଛାଟିଆର ଘୋମାଘଟ ଅନ୍ଧକାର

ହିଂସ୍ର ପାଶବିକତାର ବିକଟାଳ ରଡି

କାହିଁ କେହି ତ ମଣିଷ ଦେଖା ଯାଉନାହାନ୍ତି

ଚାରିଆଡେ ଖାଲି ମିଛ ପ୍ରତାରଣାର ପ୍ରସ୍ଥ ପ୍ରସ୍ଥ କୁହୁଡି

ନା ଏଠି ଅଛି ସୂର୍ଯ୍ୟ ଉଦୟ ନା ଚନ୍ଦ୍ରାଲୋକ

ଅଛନ୍ତି କେବଳ ବର୍ଣ୍ଣ ବର୍ଣ୍ଣିକାର ବହୁରୂପୀ

ଦଣ୍ଡାୟମାନ ଏଠି ଅସଂଖ୍ୟ

ଅହମିକାର ବିଶାଳ ପାହାଡ଼

ଦୁଷ୍ଟ ବୁଦ୍ଧିର ଏଭାରେଷ୍ଟ୍

ଅମାପ ଗଭୀରର ଇର୍ଷାଳୁ ତରଙ୍ଗ

ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାରର

କୋଳାହଳ ପୂର୍ଣ୍ଣ ପ୍ରଦ୍ୟୁଷଣ

ଜୀବନ କୁ ନା କରିହୁଏ

ବ୍ୟବସ୍ଥିତ ନା ବିକ୍ଷିପ୍ତ

କିନ୍ତୁ ବଞ୍ଚିବାକୁ ହୁଏ...

ବେଳେବେଳେ ମରଣ ଆସିବା ବି

ଜଟିଳ...ଅପରିକଳ୍ପିତ।

     

                         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract