Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotishankar Tripathy

Inspirational

4  

Jyotishankar Tripathy

Inspirational

ଶସ୍ୟଶ୍ୟାମଳା ଅକ୍ଷତ ହେଉ...ଏ ପରିବେଶ ପୁଣି

ଶସ୍ୟଶ୍ୟାମଳା ଅକ୍ଷତ ହେଉ...ଏ ପରିବେଶ ପୁଣି

1 min
55


ଶୀର୍ଷକ-"ଶସ୍ୟ,ଶ୍ୟାମଳା ଓ ଅକ୍ଷତ ହେଉ...ଏ"ପରିବେଶ" ପୁଣି


ବିଶ୍ୱ ପରିବେଶ ଆଜି, ଅ-ସନ୍ତୁଳିତ,


ହରାଇଛି ମାନବ ତା,ଜ୍ଞାନ ହିତାହିତ,

ଧ୍ବଂସକୁ କରିଛି ଯେଣୁ, ସ୍ୱାର୍ଥେ କୋଳାଗ୍ରତ।


ବିନାଶ ର ଧାରାକୁ,ଯେଣୁ ନେଇଛି ଆବୋରି,

ମୁକ୍ତି ପଥକୁ ଅତି, ସଙ୍କୁଚିତ କରି,

"ଚେତନା ର ମନ୍ତ୍ର"କୁ,ଦେଇ ଅଚିରେ ପାସୋରି।


କ୍ଷତ ବିକ୍ଷତ ସମ, ଏ ବିଶାଳ ଭୂ-ଖଣ୍ଡ,

ବେଦନାର ପ୍ରତିଘାତେ, କମ୍ପିତ ପ୍ରଚଣ୍ଡ,

ନିଶ୍ଚିନ୍ହ ହୋଇବ ଯେଣୁ,ଏ ବିଶ୍ୱ- ବ୍ରହ୍ମାଣ୍ଡ।


ବେଳହୁଁ ସାବଧାନ ହୁଅ,ରେ!ମୂଢ ମାନବ,

ପ୍ରତିହତ କରି, ତୁମ ସ୍ୱାର୍ଥ ମନୋଭାଵ,

ଅକାରଣେ ବିଧ୍ଵଂସ, ନ କର ବିଭବ।


ଦୂର କରି ତନୁମନୁ,ପ୍ରକୃତି- ଶୋଷଣ,

ହ୍ରାସ କରି,ଦୈନ୍ୟ ର ହା-ହୁତାସନ

ସୃଷ୍ଟି କର ଧରାଧାମେ, ନବୀନ କାନନ,

ପଲ୍ଲବୀତ ହେଉ, ପ୍ରତି କୋଣ- ଅନୁକୋଣ।


ପରିବର୍ତ୍ତନ ହେଉ ସ୍ୱର ,"ସମୟ ଆଗତ",

ଉଦ୍ଧାର ହୁଅନ୍ତୁ ଯେତେ,ଯେତେ ନିଷ୍ପେସିତ,

ନବ ପ୍ରକୃତିର କରି, ବିପୁଳ "ସ୍ୱାଗତ"।


ଜଳାଅ ମାନବ,ତୁମ ମନେ ବିପ୍ଳବର ବହ୍ନି,

ଯୁଗୋପଯୋଗୀ କର,ଏ ଅମୃତର ବାଣୀ

ହସୁ ମା'ଧରିତ୍ରୀ,ଝଲସୁ ପ୍ରକୃତିର ରାଣୀ,

ଶସ୍ୟ ଶ୍ୟାମଳା ଓ ଅକ୍ଷତ ,ହେଉ "ପରିବେଶ" ପୁଣି



Rate this content
Log in

Similar oriya poem from Inspirational