ଶୀତ ସକାଳର ମହକ
ଶୀତ ସକାଳର ମହକ
ଆଜିର ଏ ଶୀତୁଆ ସକଳାର
ସୁନେଲି କିରଣଟା
ସତେ ଯେମିତି ସ୍ୱାଗତ ଜଣାଉଥାଏ
ଏଇ ସ୍ୱପ୍ନିଳ ଇଲାକାର ||
ଅଗଣିତ ଭାବନା ରାଜିକୁ
ଟା ରୂପ, ରଙ୍ଗ ଆଉ ରସର
ମାଦକତା ରେ ଭିଜାଇବାକୁ
ଝାପ୍ସା ସେଇ କୁହୁଡି ଭିତରେ ||
ସତେ ଯେମିତି ସେ
ହାତ ଠାରି ଡାକୁଥାଏ
ଆଉ କହୁଥାଏ
ଜୀବନର ଏଇ ଧାଁ ଧପଡ଼ ଭିତରେ ||
କେତେ ଦିନ ଅବା ଆଉ
ବିତାଇ ଚାଲିଥିବ
ଋତୁ ଚକ୍ରର ସ୍ୱାଦକୁ ଚାଖିବାକୁ
ଆଉ କେତେ ଦିନବା ||
ଅପେକ୍ଷା ରେ ରହିଥିବ
ଏଇ ମୋ ହାତ ଧରି
ଚାଳନା ଆଜି ଫେରିଯିବା
ଭିଜା ଭିଜା ସେଇ ଶୀତୁଆ ସକାଳର ||
ସବୁଜିମା ପ୍ରକୃତିର କୋଳକୁ
ଚାଳନା ଆମେ ଆଜି
ପୁଣିଥରେ ଚୋରାଇ ନେବା
ଏ ଶୀତୁଆ ସକାଳର ମହକକୁ ||
ଆଉ ନିରବ ରେ ସାଥି ହୋଇ
ଉପଭୋଗ କରିବା ଏଇ
ସୋରିଷ ଫୁଲର କ୍ଷେତକୁ
ଆଉ ସାଇତି ରଖିବା ଏ ଶୀତ ସକାଳର ଦୃଶ୍ୟକୁ ||
