ହୋଲି ଆଗମନେ
ହୋଲି ଆଗମନେ
1 min
246
ପ୍ରେମମୟ ଏଇ ହୋଲି ଆଗମନେ
ଉତ୍ତରା ପବନ କହୁଅଛି କାନେ
ଅଷ୍ଟମ ରଙ୍ଗକୁ ଲଗାଇ ସେ ମନେ
ରୋଷ ରେ ବସିଛି କୁଞ୍ଜକାନନେ
ଅଳସୀ ଯମୁନା କହୁଅଛି କାନେ
ରାଧା କୃଷ୍ଣ ପ୍ରେମ ଶୁଭୁଚି କାନନେ
ମନ୍ଦ ମଳୟ ବି କହୁଅଛି ବନେ
ରାଧା ସାଙ୍ଗେ କାହ୍ନୁ ଗୋପନେ ଗୋପନେ
ପହିଲି ରଙ୍ଗକୁ ଲଗାଉଛି ମନେ
ଅଷ୍ଟମ ରଙ୍ଗକୁ ଲଗାଇ ମନେ
ବସନ୍ତେ କୋଇଲି ଗାଉଛି ବନେ
ସୁମଧୁର ସେଇ ପ୍ରୀତିର ତାନେ
ଝୁମି ଝୁମି ବୁଲେ ବନେ ଉପବନେ
